କିଙ୍ଗ୍ ଖାନଙ୍କ ଜନ୍ମଦିନ ଅବସରରେ ରିଲିଜ୍ ହେବା ଫିଲ୍ମ 'ଡଙ୍କି'ର ଟିଜର
Dunki Teaser Release: ଶାହାରୁଖ ଖାନ ଆଜି ତାଙ୍କର 58 ତମ ଜନ୍ମଦିନ ପାଳନ କରୁଛନ୍ତି । ଆଜିର ଏହି ଖାସ ଦିନରେ ସେ ନିଜ ଫ୍ୟାନ୍ସଙ୍କୁ ଦେଇଛନ୍ତି ଏକ ସୁନ୍ଦର ଉପହାର । 2023 ବର୍ଷର ଅଭିନେତାଙ୍କର ସବୁଠାରୁ ବଡ ଚଳଚ୍ଚିତ୍ର 'ଜୱାନ୍' ଆଜି OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିବାବେଳେ ବଲିଉଡର ବାଦଶାହା ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଡିଙ୍କି'ର ଟିଜର ରିଲିଜ୍ କରି ଫ୍ୟାନ୍ସଙ୍କ ଖୁସିକୁ କରିଛନ୍ତି ଡବଲ୍ ।
କିଙ୍ଗ ଖାନଙ୍କ 2023ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଡିଙ୍କି'ର ପ୍ରଥମ ଲୁକ୍ ଆଜି ପ୍ରକାଶ ପାଇଛି । 'ଡିଙ୍କି'ର 1 ମିନିଟ୍ 48 ସେକେଣ୍ଡର ଦମଦାର ଟିଜର ଆଜି ରିଲିଜ୍ ହୋଇଯାଇଛି । 'ଡଙ୍କି'ର ଟିଜର ଏକ ଗୀତ' ନିକଲେ ଥେ ହମ୍ ଘର ସେ 'ରୁ ଆରମ୍ଭ ହେଉଛି । ଯେଉଁଥିରେ ଶାହାରୁଖ ଖାନ ବ୍ଲାକ୍ କଲରର ଏକ ପଠାନି ଆଉଟଫିଟ ସହ ଏକ ବ୍ୟାଗ୍ ଧରି କିଛି ଲୋକଙ୍କ ସହ ମରୁଭୂମିରେ ଚାଲୁଥିବାର ନଜର ଆସୁଛନ୍ତି । ଏହା ପରେ ଜଣେ ବ୍ୟକ୍ତି ସମସ୍ତ ଲୋକଙ୍କୁ ବନ୍ଧୁକ ଦେଖାଉଥିବା ଦେଖିବାକୁ ମିଳୁଛି ଏବଂ ତା'ପରେ ସେ ଗୁଳି ଚଳାଇବା ଆରମ୍ଭ କରିଦେଇଛନ୍ତି ।

ଏହା ପରେ, ଟିଜରରେ ଶାହାରୁଖ ଖାନ ତାଙ୍କ ମଜାଳିଆ ଅନ୍ଦାଜରେ ଦର୍ଶକଙ୍କ ମନ ଜିଣୁଥିବାର ଦେଖିବାକୁ ମିଳୁଛି । ସେ କେତେବେଳେ ଡ୍ୟାନ୍ସ କରୁଛନ୍ତି ତ କେତେବେଳେ ମସ୍ତି କରୁଥିବାର ଦେଖିବାକୁ ମିଳୁଛି । ଏହା ସହ ଅଭିନେତାଙ୍କୁ କୁସ୍ତି କରୁଥିବାର ଦେଖିବାକୁ ମିଳୁଛି । ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନ ହାର୍ଡି ଭୂମିକାରେ ନଜର ଆସିବେ । ଏହା ପରେ ତାପସୀ ପନ୍ନୁଙ୍କୁ ମଧ୍ୟ ଟିଜରରେ ଦେଖିବା ପାଇଁ ମିଳୁଛି ।
ସେ ସୁଟ ଏବଂ ସ୍କାର୍ଫ ପିନ୍ଧି ଏକ ଦମ୍ ଦେଶୀ ଅନ୍ଦାଜରେ ନଜର ଆସୁଛନ୍ତି । ଏହି ଚଳଚ୍ଚିତ୍ରରେ ତାପସୀ ମନୁ ଭୂମିକାରେ ଅଭିନୟ କରିଛନ୍ତି। ଏହା ସହ ବିକି କୌଶଲଙ୍କ ସମେତ ଫିଲ୍ମର ଅନ୍ୟ ଷ୍ଟାର କାଷ୍ଟଙ୍କୁ ମଧ୍ୟ ଡଙ୍କିର ଟିଜରରେ ଦେଖିବା ପାଇଁ ମିଳୁଛି ।
A story of simple and real people trying to fulfill their dreams and desires. Of friendship, love, and being together… Of being in a relationship called Home!
— Shah Rukh Khan (@iamsrk) November 2, 2023
A heartwarming story by a heartwarming storyteller. It's an honour to be a part of this journey and I hope you all come… pic.twitter.com/AlrsGqnYuT
ଶାହାରୁଖ ତାପସୀ, ବିକି ଏବଂ ଅନ୍ୟ ଦୁଇ ତାରକାଙ୍କ ସହିତ ଆସୁଥିବା ନଜର ଆସୁଛନ୍ତି, ଏହା ସହିତ ଶାହାରୁଖଙ୍କ ସ୍ୱର ପୃଷ୍ଠଭୂମିରୁ ଆସିଛି ଯେ, ମୋର ପୁରା ପରିବାର ହେଉଛି ଏହି ଚାରି ମୂର୍ଖ । ଯେଉଁମାନେ ଲଣ୍ଡନ ଯିବାକୁ ଚାହୁଁଛନ୍ତି । ତେବେ ଏହି ଫିଲ୍ମ ଚାରି ସାଙ୍ଗଙ୍କ କାହାଣୀ, ଯେଉଁମାନେ ଲଣ୍ଡନ ଯିବାର ସ୍ୱପ୍ନ ଦେଖୁଛନ୍ତି ।












Click it and Unblock the Notifications