୬ ବର୍ଷ ପରେ ବକ୍ସଅଫିସରେ ରାଜକୁମାରଙ୍କ ରାଓଙ୍କ ରାଜ୍, ଫିଲ୍ମ 'ଶ୍ରୀକାନ୍ତ'କଲା ଜବରଦସ୍ତ ଆୟ

Srikanth Box Office Collection Day 4: ବଲିଉଡ ଅଭିନେତା ରାଜକୁମାର ରାଓ ତାଙ୍କ ଚଳଚ୍ଚିତ୍ର 'ଶ୍ରୀକାନ୍ତ'କୁ ବର୍ତ୍ତମାନ ଲାଇମଲାଇଟରେ ଅଛନ୍ତି । ସୋସିଆଲ ମିଡିଆରେ ଅଭିନେତାଙ୍କର ଅନେକ ଭିଡିଓ ଭାଇରାଲ ହେଉଛି । ସେହିପରି ବକ୍ସ ଅଫିସରେ ଏହି ଫିଲ୍ମକୁ ବେଶ୍ ଲୋକପ୍ରିୟତା ମିଳୁଛି । ସେହିପରି ଆୟ ମଧ୍ୟ ଖୁବ ଅଧିକ ରହିଛି । 'ଶ୍ରୀକାନ୍ତ' ହେଉଛି ଦୃଷ୍ଟିହୀନ ଶିଳ୍ପପତି srikanth bollaଙ୍କ ବାୟୋପିକ୍ । ରାଜକୁମାର ରାଓ ଏହି ଚଳଚ୍ଚିତ୍ରରେ ଶ୍ରୀକାନ୍ତଙ୍କ ଭୂମିକାରେ ଦେଖିବା ପାଇଁ ମିଳୁଛନ୍ତି।

'ଶ୍ରୀକାନ୍ତ' ମେ 10 ତାରିଖରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଯାଇଛି । ମାତ୍ର 4 ଦିନ ମଧ୍ୟରେ ଏହି ଫିଲ୍ମ 10 କୋଟି ଟଙ୍କା ଅତିକ୍ରମ କରିସାରିଲାଣି । ରିପୋର୍ଟ ଅନୁଯାୟୀ, ଫିଲ୍ମଟି 2.25 କୋଟି ଟଙ୍କା ସହିତ ଓପନିଂ କରିଥିଲା । ଦ୍ୱିତୀୟ ଦିନରେ ଫିଲ୍ମ 'ଶ୍ରୀକାନ୍ତ' 4.2 କୋଟି ଟଙ୍କାର ବ୍ୟବସାୟ କରିବାରେ ସଫଳ ହୋଇଥିଲା ସେହିପରି ତୃତୀୟ ଦିନରେ ଏହା 5.25 କୋଟି ଟଙ୍କା ବ୍ୟବସାୟ କରିଥିଲା।

Srikanth Box Office Collection Day

ସେହିପରି ସପ୍ତାହ ଶେଷରେ ମଧ୍ୟ ଫିଲ୍ମ 'ଶ୍ରୀକାନ୍ତ'ର ବେଶ୍ ଭଲ ରୋଜଗାର କରିଥିଲା । ସୋମବାର ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଫିଲ୍ମଟି ଏପର୍ଯ୍ୟନ୍ତ 40 ଲକ୍ଷ ଟଙ୍କାର ବ୍ୟବସାୟ କରିସାରିଛି । ଏହା ସହିତ ଘରୋଇ ବକ୍ସ ଅଫିସରେ 'ଶ୍ରୀକାନ୍ତ'ର ମୋଟ ସଂଗ୍ରହ 12.1 କୋଟିରେ ପହଞ୍ଚିଛି। ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାଜକୁମାର ରାଓଙ୍କ ଅଭିନୀତ ଚଳଚ୍ଚିତ୍ର 'ଶ୍ରୀକାନ୍ତ'ର ବଜେଟ୍ 40 କୋଟି ଟଙ୍କା ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଦୀର୍ଘ ୬ ବର୍ଷ ପରେ ରାଜକୁମାର ରାଓଙ୍କୁ ସଫଳତା ମିଳିଛି । ତାଙ୍କର ଶେଷ ହିଟ୍ ଫିଲ୍ମ 'ସ୍ତ୍ରୀ' 2018ରେ ରିଲିଜ୍ ହୋଇଥିଲା । ବର୍ତ୍ତମାନ 'ଶ୍ରୀକାନ୍ତ'ର ସଂଗ୍ରହକୁ ଦେଖି ଲାଗୁଛି ପୁଣି ବକ୍ସଅଫିସରେ ରାଜ କରିବା ପାଇଁ ଯାଉଛନ୍ତି ଅଭିନେତା ।

ଏହାପୂର୍ବରୁ ରାଜକୁମାର ରାଓଙ୍କ ଫିଲ୍ମ ରୁହି, ମେଡ୍ ଇନ୍ ଚାଇନା, ଜଜମେଣ୍ଟାଲ ହୈ କ୍ୟା, ପରି ଫିଲ୍ମ ଫ୍ଲପ୍ ହୋଇଥିଲା । ଅଭିନେତା ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର 'ମିଷ୍ଟର ଆଣ୍ତ ମିସେସ୍ ମାହି'ରେ ନଜର ଆସିବେ । ଏଥିରେ ସେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସହ ପ୍ରଥମ ଥର ସ୍କ୍ରିନ୍ ସେୟାର କରିବେ । ଏହି ଫିଲ୍ମ ମେ ୩୧ ତାରିଖରେ ମୁକ୍ତିଲାଭ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+