'ଲାଲ ସିଂ ଚଢା'ର ପ୍ରମୋସନରେ ବ୍ୟସ୍ତ ଆମିର,ହାଇଦ୍ରାବାଦରେ ହେଲା ସ୍ପେସିଆଲ ସ୍କ୍ରିନିଂର ଆୟୋଜନ
SPECIAL SCREENING OF "LAAL SINGH CHADDHA" ORGANISED BY AMIR IN HYDERABAD,APPEARED EMINENT SOUTH STARS IN THE SCREENING.FILM WILL BE OUT ON AUGUAT'11
ମୁମ୍ବାଇ: ଆଜିକାଲି ସିନେମା ଘରେ ଲୋକଙ୍କ ଭିଡ଼଼ ଯମୁଛି ସାଉଥ୍ ଫିଲ୍ମ ଦେଖିବା ପାଇଁ । ଗୋଟେ ପରେ ଗୋଟେ ବକ୍ସଅଫିସରେ ଆୟର ରେକର୍ଡ ଭାଙ୍ଗିବା ସହ ।ବଲିଉଡ ପ୍ରେମିଙ୍କୁ ମଧ୍ୟ ଆକୃଷ୍ଠ କରୁଛି ସାଉଥ୍ ଫିଲ୍ମ ।ଏବେ ବଲିଉଡର ଅନେକ ତାରକା ମଧ୍ୟ ଟଲିଉଡ୍ ମୁହାଁ ହେଲେଣି । ଏପରିସ୍ଥିତିରେ ହିନ୍ଦୀ ସିନେମାର ଚାହିଦା ମଧ୍ୟ ଦିନକୁ ଦିନ କମ୍ ହେବାରେ ଲାଗିଛି । ତେଣୁ ନିଜ ଫିଲ୍ମର ପ୍ରମୋସନରେ କୌଣସି କମି ରଖୁ ନାହଁନ୍ତି ଫିଲ୍ମ ମେକର୍ସ ଓ କଳାକାର ମାନେ । ଅନ୍ୟପଟେ ଦକ୍ଷିଣ ଇଣ୍ଡଷ୍ଟ୍ରି ଉପରେ ଏବେ ବଲିଉଡ ତାରକାଙ୍କ ବିଶ୍ୱାସ ମଧ୍ୟ ବଢିବାରେ ଲାଗିଛି ।ଅଭିନେତା ଆମିର ଖାନ ସାଉଥ୍ କଳାକାର ମାନଙ୍କ ପାଇଁ ନିଜ ଆଗାମୀ ଚଳଚ୍ଚିତ୍ରର ସ୍କ୍ରିନିଂର ଆୟୋଜନ କରିଥିଲେ ।

ଆମିର ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଲାଲ ସିଂ ଚଢା' ରିଲିଜ ପାଇଁ ପ୍ରସ୍ତୁତ। ଦର୍ଶକମାନେ ମଧ୍ୟ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି । ଆମୀର ନିଜ ଚଳଚ୍ଚିତ୍ରକୁ ଅଧିକ ପ୍ରମୋଟ୍ କରନ୍ତି ନାହିଁ, କିନ୍ତୁ ଏଥର ସେ ତାଙ୍କର ବଡ ବଜେଟ୍ ଚଳଚ୍ଚିତ୍ରର ପ୍ରମୋସନ ପାଇଁ କିଛି ଭିନ୍ନ ବ୍ୟବସ୍ଥା କରିଛନ୍ତି । ନିକଟରେ ଆମିର ଖାନ ହାଇଦ୍ରାବାଦରେ ସାଉଥି ଇଣ୍ତଷ୍ଟ୍ରିର ଜଣାଶୁଣା ବ୍ୟକ୍ତିତ୍ୱଙ୍କ ପାଇଁ ଫିଲ୍ମ 'ଲାଲ ସିଂ ଚଢା'ର ଏକ ସ୍ୱତନ୍ତ୍ର ସ୍କ୍ରିନିଂର ରଖିଥିଲେ ।
From Amir Khan’s #LaalSinghChaddha private screening. pic.twitter.com/WlpzX8VYbT
— Venkatramanan (@VenkatRamanan_) July 14, 2022
ଏଥିରେ ମେଗାଷ୍ଟାର ଚିରଞ୍ଜୀବୀ, RRR ନିର୍ଦ୍ଦେଶକ ଏସ.ଏସ୍ ରାଜାମୌଲି, 'ପୁଷ୍ପା' ଚଳଚ୍ଚିତ୍ର ନିର୍ମାତା ସୁକୁମାର, ଅକ୍କିନେନି ନାଗାର୍ଜୁନ ଏବଂ ତାଙ୍କ ପୁଅ ନାଗା ଚୈତନ୍ୟ ଯୋଗ ଦେଇଥିଲେ। ଆମିର ଖାନଙ୍କ ଦ୍ୱାରା ଆୟୋଜିତ ଏହି ସ୍ୱତନ୍ତ୍ର ସ୍କ୍ରିନିଂର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଫିଲ୍ମ ଲାଲ ସିଂ ଚଢା ହଲିଉଡ ଫିଲ୍ମ ' Film Forest Gump'ର ହିନ୍ଦୀ ରିମେକ୍ ।ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୧୧ରେ ସିନେମା ଘରେ ମୁକ୍ତିଲାଭ କରିବ।ଏହି ଚଳଚ୍ଚିତ୍ରରେ ଆମିର ଖାନଙ୍କ ସହ କରୀନା କପୁର ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଦୁଇଜଣଙ୍କ ବ୍ୟତୀତ ନାଗା ଚୈତନ୍ୟ, ମୋନା ସିଂଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବା ପାଇଁ ମିଳିବ ।












Click it and Unblock the Notifications