ବାପା ହେଲେ ସାଉଥ ସୁପରଷ୍ଟାର ରାମଚରଣ, ଘରକୁ ଆସିଲା କୁନି ପରୀ
ହାଇଦ୍ରାବାଦ: ବାପା ହେଲେ ସାଉଥ ସୁପରଷ୍ଟାର ରାମଚରଣ । ପତ୍ନୀ ଉପାସନା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ହାଇଦ୍ରାବାଦ ସ୍ଥିତ ଆପୋଲୋ ହସ୍ପିଟାଲ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଉଭୟ ମା' ଓ ପିଲା ସୁସ୍ଥ ଥିବା ମେଡିକାଲ ପକ୍ଷରୁ କହୁଯାଇଛି ।
ସୂଚନାଥାଉ କି, ରାମଚରଣ ଇନଷ୍ଟାଗ୍ରାମରେ କିଛି ମାସ ପୂର୍ବରୁ ତାଙ୍କ ପତ୍ନୀ ଗର୍ଭବତୀ ଥିବାର ପ୍ରଶଂସକଙ୍କୁ ସୂଚନା ଦେଇଥିଲେ । ଆଉ ଆଜି ଅଭିନେତା ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ସେ ଏବଂ ତାଙ୍କ ପତ୍ନୀ ଉପାସନା ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି । ଓସ୍କାର ବିଜେତା ଚଳଚ୍ଚିତ୍ର 'ଆରଆରଆର' ର ଅଭିନେତା ହେଉଛନ୍ତି ରାମଚରଣ ଏବଂ ତାଙ୍କ ପତ୍ନୀଙ୍କ ନାମ ଉପାସନା । ୨୦୧୨ ଜୁନ୍ ୧୪ରେ ସାଉଥ ସୁପରଷ୍ଟାର ରାମଚରଣ ଓ ଉପାସନା ବିବାହ କରିଥିଲେ ।

ସେହିପରି କିଛି ମାସ ତଳେ ରାମଚରଣଙ୍କ ବାପା ତଥା ତେଲୁଗୁ ସୁପର୍ଷ୍ଟାର୍ ଚିରଞ୍ଜୀବୀ ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଜରିଆରେ ପୁଅ ରାମଚରଣ ବାପା ହେବାକୁ ଯାଉଛନ୍ତି ବୋଲି ଜଣାଇଥିଲେ । ବୋହୂ ଉପାସନା ଓ ପୁଅ ରାମଚରଣ ସେମାନଙ୍କ ପ୍ରଥମ ପିଲାକୁ ଜନ୍ମ ଦେବାକୁ ଯାଉଛନ୍ତି ବୋଲି ସେ ସୂଚନା ଦେଇଥିଲେ । ଯାହାକୁ ନେଇ ରାମଚରଣ ଓ ଚିରଞ୍ଜୀଵୀଙ୍କ ପ୍ରଶଂସକଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଥିଲା |
ଆଜିକାଲି ଅଭିନେତା ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଗେମ୍ ଚେଞ୍ଜର'ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ନଜର ଆସିବେ ।












Click it and Unblock the Notifications