କାରରୁ ମିଳିଲା 'ଓସ୍କାର'ବିଜୟୀ ଅଭିନେତାଙ୍କ ମୃତଦେହ

South Korean Actor Lee Sun-Kyun Death: ଓସ୍କାର ବିଜୟୀ ଚଳଚ୍ଚିତ୍ର 'ପାରାସାଇଟ୍‌'ର ଅଭିନେତାଙ୍କ ପରଲୋକ । ସନ୍ଦିଗ୍ଧ ଅବସ୍ଥାରେ କାର୍ ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅଭିନେତାଙ୍କ ମୃତ୍ୟୁ ଖବର ଏବେ ଚହଳ ସୃଷ୍ଟି କରିଛି ।

 Lee Sun-Kyun

'ପାରାସାଇଟ୍‌'ରେ ଅଭିନୟ କରିଥିବା ଦକ୍ଷିଣ କୋରିଆର ପ୍ରସିଦ୍ଧ ଅଭିନେତା ଲି ସୁନ୍-କ୍ୟୁନଙ୍କର ଦେହାନ୍ତ ହୋଇଛି । ଏନେଇ ଆଜି ଦକ୍ଷିଣ କୋରିଆର ଅଧିକାରୀମାନଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ୪୮ ବର୍ଷ ବୟସରେ ଅଭିନେତାଙ୍କର ମୃତ୍ୟୁ ହୋଇଛି । ସିଓଲର ଏକ ପାର୍କରେ ଏକ କାର ଭିତରୁ ଲି'ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ନେଇ ସୂଚନା ରହିଛି । ତେବେ କାର ଭିତରୁ କୋଇଲା ଅଙ୍ଗାର ଜଣାଇବା ପରେ ପ୍ରମାଣ ମିଳିଛି । ପୋଲିସ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, କାର ଭିତରୁ କୋଇଲା ଅଙ୍ଗାର ଜଣାଇବା ପରେ ପ୍ରମାଣ ମିଳିଛି ଏହା ସହ ଏକ ସୁସାଇଡ୍ ନୋଟ୍ ଓ କିଛି ସମ୍ପତ୍ତିର କାଗଜପତ୍ର ମଧ୍ୟ ଯବତ କରାଯାଇଛି ।

ସୂଚନା ଅନୁସାରେ, ଅକ୍ଟୋବର ମାସରେ ଅଭିନେତା ଡ୍ରଗ୍ସ ମାମଲାରେ ଫସିଥିଲେ । ଡ୍ରଗ୍ସ ସେବନ କରୁଥିବା ଯୋଗୁଁ ତାଙ୍କ ଉପରେ ପୋଲିସ ତଦନ୍ତ ଜାରି ରହିଥିଲା । ଏହି ମାମଲାରେ ଲି'ଙ୍କୁ ୩ ଥର ଗିରଫ ମଧ୍ୟ କରାଯାଇଥିଲା ଏବଂ ୧୯ ଘଣ୍ଟା କାଳ ତାଙ୍କୁ ଜେରା ମଧ୍ୟ କରାଯାଇଥିବା ନେଇ ସୂଚନା ରହିଛି ।

'ପାରାସାଇଟ୍‌' ଚଳଚ୍ଚିତ୍ରରେ ଲି ସୁନ୍-କ୍ୟୁନଙ୍କ ଏକ ଧନୀ ପରିବାରର ପିତାଙ୍କ ଭୂମିକାରେ ଅଭିନୟ କରିଥିଲେ। ସେ ଏହି ଚଳଚ୍ଚିତ୍ର ସହିତ ଆନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟତା ହାସଲ କରିଥିଲେ । ସେ ୨୦୧୨ର ଥ୍ରୀଲର ଚଳଚ୍ଚିତ୍ର 'ହେଲ୍ପଲେସ୍' ଏବଂ 2014 ସୁପରହିଟ୍ ଚଳଚ୍ଚିତ୍ର 'ଅଲ୍ ଅବାଉଟ୍ ମାଇ ୱାଇଫ୍'ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+