Get Updates
Get notified of breaking news, exclusive insights, and must-see stories!

ବିବାହ କନଫର୍ମ କଲେ ସାଉଥ ଇଣ୍ଡଷ୍ଟ୍ରିର ଫେମସ୍ କପଲ ରଶ୍ମିକା-ବିଜୟ , ଉଦୟପୁରରେ ହେବ ବିବାହ

ସାଉଥ ଇଣ୍ଡଷ୍ଟ୍ରିର ଫେମସ୍ କପଲ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ଆସନ୍ତା ସପ୍ତାହରେ ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି। ଏନେଇ ଏହି ଦମ୍ପତି କୌଣସି ଆନୁଷ୍ଠାନିକ ଘୋଷଣା କରିନଥିଲେ। ଏବେ ସେମାନେ ନିଜ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ ସେୟାର କରି ସେମାନଙ୍କ ବିବାହକୁ ନିଶ୍ଚିତ କରିଛନ୍ତି।

ନୋଟରେ ଲେଖିଛନ୍ତି, "ଆମର ପ୍ରିୟ ବନ୍ଧୁମାନେ। ଆମେ କୌଣସି ଯୋଜନା କରିବା ପୂର୍ବରୁ, ନିଜ ପାଇଁ କିଛି ବାଛିବା ପୂର୍ବରୁ - ଆପଣମାନେ ଆମ ସହିତ ଥିଲେ। ଆମକୁ ଏତେ ସୁନ୍ଦର ନାମ ଦେଇଥିଲେ। ଆମକୁ 'ବିରୋଶ' ବୋଲି ଡାକିଥିଲେ। ତେଣୁ ଆଜି - ଆମ ସମସ୍ତ ହୃଦୟ ସହିତ, ଆମେ ଆମର ଏହି ମିଳନକୁ ଆପଣଙ୍କ ସମ୍ମାନ ପାଇଁ ଉତ୍ସର୍ଗ କରୁଛୁ। ଆମେ ଏହାକୁ ବିରୋଶ କି ଶାଦୀ ବୋଲି କହିବାକୁ ଚାହୁଁଛୁ। ଆମକୁ ଏତେ ଭଲ ପାଇବା ଦେବା ପାଇଁ ଧନ୍ୟବାଦ। ଆପଣ ସବୁବେଳେ ଆମ ସହିତ ରହିବେ। ବହୁତ ଭଲ ପାଇବା।"

Rashmika Mandanna Vijay Deverakonda

ତେବେ ରଶ୍ମିକା ଏବଂ ବିଜୟ ଗତ ବର୍ଷ ଅକ୍ଟୋବରରେ ହାଇଦ୍ରାବାଦରେ ଗୋପନରେ ନିର୍ବନ୍ଧ କରିଥିଲେ ଏବଂ ଏବେ ଫେବୃଆରୀ ୨୬ରେ ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି। ସେମାନେ ଅକ୍ଟୋବର ୩ରେ ହାଇଦ୍ରାବାଦରେ ଅଙ୍ଗୁଠି ବଦଳାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+