ବଲିଉଡରେ ପାଦ ଦେଲେ ସାଉଥ୍ ସୁନ୍ଦରୀ, ଦେଖନ୍ତୁ କେଉଁ ଫିଲ୍ମରେ ଆସିବେ ନଜର
South Beauty Samantha Ruth Prabhu Debuts In Bollywood:ବଲିଉଡରେ ପାଦ ଦେଲେ ସାଉଥ୍ ସୁନ୍ଦରୀ, ଦେଖନ୍ତୁ କେଉଁ ଫିଲ୍ମରେ ଆସିବେ ନଜର
ମୁମ୍ବାଇ: ସାଉଥ୍ ସୁନ୍ଦରୀ ସାମନ୍ଥା ରୁଥ୍ ପ୍ରଭୁଙ୍କୁ ନେଇ ପ୍ରତ୍ୟକ ଦିନ କିଛି ନା କିଛି ନୂଆ କଥା ଶୁଣିବା ପାଇଁ ମିଳୁଛି । ପୂର୍ବରୁ ନିଜ ଡିଭୋର୍ସ ପାଇଁ ଚର୍ଚ୍ଚାରେ ଥିବା ସମନ୍ଥା ଏବେ ନିଜ ନୂଆ ଫିଲ୍ମକୁ ନେଇ ଅଛନ୍ତି ଲାଇମ ଲାଇଟରେ । ଅନ୍ୟପଟେ ଦିନକୁ ଦିନ ଅଭିନେତ୍ରୀଙ୍କର ଲୋକପ୍ରିୟତା ବଢିବାରେ ଲାଗିଛି । କେବଳ ଯେ ଟଲିଉଡ୍ରେ ତାହା ନୁହେଁ, ବରଂ ଏବେ ବଲିଉଡରେ ମଧ୍ୟ ନିଜ କମାଲ ଦେଖାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ସମନ୍ଥା । ଖୁବ୍ ଶୀଘ୍ର ତାଙ୍କୁ ଆୟୁଷ୍ମାନ ଖୁରାନାଙ୍କ ଦେଖିବା ପାଇଁ ମିଳିବ । ଅଭିନେତ୍ରୀଙ୍କ ବଲିଉଡ୍ ଡେବ୍ୟୁକୁ ନେଇ ଫ୍ୟାନ୍ସମାନେ ଖୁବ୍ ଏକ୍ସାଇଟେଡ୍ ଅଛନ୍ତି ଏହା ମଧ୍ୟରେ ଫ୍ୟାନ୍ସଙ୍କୁ ଅଛି ଆଉ ଏକ ଖୁସି ଖବର ।

ମିଡିଆ ରିପୋର୍ଟ ଅନୁସାରେ ସମନ୍ଥାଙ୍କୁ ଏବେ ଆଦିତ୍ୟ ଧରଙ୍କ ଆମ୍ବିସିୟସ୍ ଫିଲ୍ମ The Immortal Ashwatthama. ପାଇଁ ସାମନ୍ଥାଙ୍କୁ କନଫର୍ମ କରାଯାଇଛି । ସୂଚନାଅନୁସାରେ ନିର୍ଦ୍ଦେଶକ ଆଦିତ୍ୟ ଫିଲ୍ମର ସୁଟିଙ୍ଗ୍ ଯଥା ଶୀଘ୍ର ସାରିବା ପାଇଁ ଚେଷ୍ଟା କରୁଛନ୍ତି ଯାହା ୨୦୨୩ ସୁଦ୍ଧା ବଡପରଦାରେ ରିଲିଜ କରାଯିବ । ଏହା ବ୍ୟତୀତ ସାମନ୍ଥାଙ୍କ ଅପୋଜିଟ୍ରେ ବିକ୍କି କୌଶଲ ନଜର ଆସିବେ । ଫିଲ୍ମରେ ସାମନ୍ଥାଙ୍କୁ ଏକ ଆକ୍ସନ୍ଭରା ଭୂମିକାରେ ଦେଖିବା ପାଇଁ ମିଳିବ । ଏବେ ସମନ୍ଥାଙ୍କ ହାତରେ ଦୁଇ ଦୁଇଟି ହିନ୍ଦୀ ସିନେମା ରହିଛି । ଯାହା ଉତ୍ସାହର ସହ ଅପେକ୍ଷା କରିଛନ୍ତି ଅଭିନେତ୍ରୀଙ୍କ ଫ୍ୟାନ୍ସ ।












Click it and Unblock the Notifications