For Quick Alerts
Turn On Notification  
For Daily Alerts
Oneindia App Download

ଏୟାରପୋର୍ଟରେ ସ୍ୱାମୀଙ୍କୁ କିସ୍ କଲେ 'ଦୃଶ୍ୟମ୍ ୨' ଅଭିନେତ୍ରୀ ଶ୍ରେୟା, ୟୁଜର୍ସ ଦେଲେ ଏପରି କମେଣ୍ଟ୍

ଇଣ୍ତୋନେସିଆରେ ଭୂମିକମ୍ପ: ୪୪ ମୃତ

|

ମୁମ୍ବାଇ: ସାଉଥ୍ ଇଣ୍ତଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଶ୍ରେୟା ସରନ୍ । ଅଭିନୟ ଓ ଚୁଲବୁଲି ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ନିଜ ରୋମାଣ୍ଟିକ୍ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିବା ଶ୍ରେୟା ପ୍ରାୟତଃ ଲୋକଙ୍କ ପ୍ରଶଂସା ସାଉଁଟିଥାନ୍ତି ହେଲେ ନିକଟରେ ସୋସିଆଲ ମିଡିଆରେ ୟୁଜର୍ସଙ୍କ ରାଗର ଶିକାର ହୋଇଛନ୍ତି ଅଭିନେତ୍ରୀ ।

Shriya Saran

ଅଭିନେତ୍ରୀ ନିଜ ସୁପରହିଟ୍ ଫିଲ୍ମ 'ଦୃଶ୍ୟମ୍ ୨'ର ପ୍ରମୋସନରେ ବିଜି ଅଛନ୍ତି । ଚଳଚ୍ଚିତ୍ରରେ ନିଜ ଅଭିନୟ ଜରିଆରେ ସେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି । ତେବେ ନିକଟରେ ନିଜ ସ୍ୱାମୀଙ୍କ ସହ ଏୟାରପୋର୍ଟରେ ନଜର ଆସିଥିଲେ ଶ୍ରେୟା । କ୍ୟାମେରା ଆଗରେ, ସର୍ବସାଧାରଣ ସାମ୍ନାରେ ନିଜ ସ୍ୱାମୀଙ୍କୁ ଲିପ୍ କିସ କରି ଏବେ ଚର୍ଚ୍ଚାରେ ଶ୍ରେୟା ସରନ୍ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଶ୍ରେୟାଙ୍କ ଏପରି ଅନ୍ଦାଜକୁ କିଛି ଲୋକ ପ୍ରଶଂସା କରୁଥିବା ବେଳେ କିଛି ନିନ୍ଦା କରିଛନ୍ତି ଜଣେ ୟୁଜର୍ ଅଭିନେତ୍ରୀଙ୍କୁ ସମାଲୋଚନା କରି ଲେଖିଛନ୍ତି' କ୍ୟାମେରା ସାମ୍ନାରେ ସବୁ ବେଳେ ଏପରି କରିବା କ'ଣ ଦରକାର । ସେହିପରି ଆଉ ଜଣେ ୟୁଜର୍ କମେଣ୍ଟ ଦେଇ ଲେଖିଛନ୍ତି ଘରେ ସ୍ଥାନ୍ ନାହିଁ କି? ଏହି ଭଡିଓକୁ ନେଇ ବର୍ତ୍ତମାନ ଅଭିନେତ୍ରୀ କୌଣସି ପ୍ରତିକ୍ରିୟା ଦେଇ ନାହଁନ୍ତି । ଅନ୍ୟପକ୍ଷରେ ଶ୍ରେୟା ବର୍ତ୍ତମାନ ନିଜ ଫିଲ୍ମର ସଫଳତାକୁ ଏଞ୍ଜୟ କରୁଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
South Actress Shriya Saran Lip kiss To Husband At airport
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X