ନ୍ୟୁୟର୍କରେ ପୁଷ୍ପା କ୍ରେଜ୍, ନିଆରା ଢଙ୍ଗରେ ଡାଏଲଗ୍ କହିଲେ ଆଲ୍ଲୁ ଅର୍ଜୁନ
New York:South Actor Allu Arjun Poses With New York's Mayor Eric Adams In Pushpa Style.ନ୍ୟୁୟର୍କରେ ପୁଷ୍ପା କ୍ରେଜ୍
ନ୍ୟୁୟର୍କ: ବିଦେଶରେ ବି ଦେଖିବା ପାଇଁ ମିଳିଲା ପୁଷ୍ପା କ୍ରେଜ୍ । ପୁଷ୍ପା ଫିଲ୍ମରେ ଆଲ୍ଲୁ ଅର୍ଜୁନଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ମଧ୍ୟ ବଢିଯାଇଥିଲା । ଦେଶ ବିଦେଶରେ ତାଙ୍କ ଷ୍ଟାଇଲ୍ ଫଲୋ କରିଥିଲେ ଫ୍ୟାନ୍ସ । ଏବେ ନ୍ୟୁୟର୍କରେ ମଧ୍ୟ ଦେଖିବା ପାଇଁ ମିଳିଛି ଆଲ ଆଲ୍ଲୁଙ୍କ କ୍ରେଜ୍ । ସୋସିଆଲ ମିଡିଆରେ ଏବେ ଅଭିନେତା ଆଲ୍ଲୁ ଅର୍ଜୁନଙ୍କର କିଛି ଫଟୋଭାଇରାଲ ହେବା ଲାଗିଛି । ଫଟୋରେ ଅଲ୍ଲୁ ନ୍ୟୁୟର୍କରେ ଭାରତର ଜାତୀୟ ପତାକାକୁ ମଧ୍ୟ ଉଡ଼ାଉଥିବାର ନଜର ଆସିଥିଲେ ।

It was a pleasure meeting the Mayor of New York City . Very Sportive Gentleman. Thank You for the Honours Mr. Eric Adams . Thaggede Le ! @ericadamsfornyc @NYCMayorsOffice pic.twitter.com/LdMsGy4IE0
— Allu Arjun (@alluarjun) August 22, 2022
ଆମେରିକାରେ ପ୍ରତିବର୍ଷ ପ୍ରବାସୀ ଭାରତୀୟଙ୍କ ଦ୍ୱାରା 'ଦ ଇଣ୍ଡିଆ ଡେ' ନାମକ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ। ଚଳିତ ବର୍ଷ ଆମେରିକାରେ ମଧ୍ୟ ସ୍ୱାଧୀନତାର ୭୫ ବର୍ଷପୂର୍ତ୍ତି ଉପଲକ୍ଷେ 'ଆଜାଦୀ କା ଅମୃତ' ମହୋତ୍ସବ ପାଳନ କରାଯାଇଥିଲା। ଯେଉଁଠି ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଭାରତକୁ ରିପ୍ରେଜେଣ୍ଟ କରିଥିଲେ। ନିଜ ସ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ନଜର ଆସିଥିଲେ ଆଲ୍ଲୁ ଅର୍ଜୁନ ।
ऐ भारत का तिरंगा है.. कभी झुकेगा नहीं!! 🇮🇳🔥#GrandMarshalAlluArjunAtNYC @alluarjun #PushpaTheRule pic.twitter.com/DeXulpOxAQ
— Pushpa (@PushpaMovie) August 21, 2022
ଏହି କାର୍ଯ୍ୟକ୍ରମରେ ଅଲ୍ଲୁ ଅର୍ଜୁନ ପୁଷ୍ପା ଫିଲ୍ମର ଡାଏଲଗ୍ ପରି କହିଥିଲେ ଯେ 'ଏହା ଭାରତର ତ୍ରିରଙ୍ଗା, କେବେ ହେଲେ ନଇବ ନାହିଁ'ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଆଲ୍ଲୁ ଅର୍ଜୁନଙ୍କର ଏହି ଅନ୍ଦାଜକୁ ବେଶ ପସନ୍ଦ ମଧ୍ୟ କରୁଛନ୍ତି ଦର୍ଶକ । ଏହି କାର୍ଯ୍ୟକ୍ରମରେ ନ୍ୟୁୟର୍କ ମେୟର ଏରିକ ଏଡାମ୍ସଙ୍କ ଦ୍ୱାରା ଅଲ୍ଲୁ ଅର୍ଜୁନଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା । ସୋସିଆଲ ମିଡିଆରେ ନ୍ୟୁୟର୍କର ମେୟର ଏବଂ ଅଭିନେତା ଆଲ୍ଲୁ ଅର୍ଜୁନଙ୍କର ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।












Click it and Unblock the Notifications