ରକ୍ତଦାନ କର, ରକ୍ତରେ ମୋ ପେଣ୍ଟିଂ କରି ତୁମର ସମୟ ନଷ୍ଟ କର ନାହିଁ: ସୋନୁ ସୁଦ
Sonu Sood Get Painting From Fan Who Made With Bloodରକ୍ତଦାନ କର, ରକ୍ତରେ ମୋ ପେଣ୍ଟିଂ କରି ତୁମର ସମୟ ନଷ୍ଟ କର ନାହିଁ: ସୋନୁ ସୁଦ
ମୁମ୍ଵାଇ : ରକ୍ତରେ ଆଙ୍କିଲେ ସୋନୁଙ୍କ ଛବି । କରୋନା ମହାମାରୀ ସମୟଠୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଅଭିନେତା ସୋନୁ ସୁଦ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି । ସେ ଜଣେ ଭଲ ଅଭିନେତା ସହ ଜଣେ ଭଲ ବ୍ୟକ୍ତି ମଧ୍ୟ । ଅଭିନୟ ସହ ସେ ନିଜ ଭଲ କାମ ପାଇଁ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ପ୍ରାୟତଃ ତାଙ୍କୁ ଭେଟିବା ପାଇଁ ଘର ସାମ୍ନାରେ ଫ୍ୟାନ୍ସଙ୍କ ଭିଡ଼ ଦେଖିବା ପାଇଁ ମିଳିଥାଏ ।

ସେ ମଧ୍ୟ ଲୋକଙ୍କୁ ଦେଖା କରିବା ସହ ସେମାନଙ୍କର ସମସ୍ୟା ପଚାରି ବୁଝିଥାନ୍ତି ଓ ସମ୍ଭାବ୍ୟ ସାହାଯ୍ୟ ମଧ୍ୟ କରନ୍ତି । ସେଥିପାଇଁ ପ୍ରଶଂସକମାନେ ମଧ୍ୟ ନିଜ ଭଲ ପାଇବା ଦେଇଥାନ୍ତି ଅଭିନେତାଙ୍କୁ । ବର୍ତ୍ତମାନ ଜଣେ ପ୍ରଶଂସକ ନିଜ ରକ୍ତରେ ସୋନୁଙ୍କର ଏକ ଛବି ଆଙ୍କିଛନ୍ତି । ଯେଉଁ ଫଟୋକୁ ଅଭିନେତା ଟ୍ଵିଟରରେ ସେୟାର କରିଛନ୍ତି ।
प्रताबगढ के श्री माधु जी गुर्जर ने लाखो लोगो की मदद करने वाले @SonuSood जी से मुलाकात कर उनके निवास पर मित्रों संग खून से बनी हुई पेंटिंग भेंट की बहुत बहुत बधाई आपको@SonuSood @ArtMadhu pic.twitter.com/cvpUay7yKK
— Rajaram Gurjar (@BjpRajaram99) September 9, 2022
ସୋନୁ ସୁଦ ନିଜ ଟ୍ଵିଟରରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କୁ ପେଣ୍ଟିଂ ଉପହାର ଦେଉଥିବାର ଦେଖିବା ପାଇଁ ମିଳିଛି । ଭିଡିଓରେ ସୋନୁ ସୁଦ କହୁଛନ୍ତି ଯେ' ଜଣେ ଅତି ଦକ୍ଷ କଳାକାର ଭାଇ ମୋ ଚିତ୍ର ଆଙ୍କିଛନ୍ତି । ହେଲେ ଅଭିନତା ଏହା ମଧ୍ୟ କହିଛନ୍ତି ଯେ 'ତୁମେ ରକ୍ତରେ ଫଟୋ ଆଙ୍କି ଭୁଲ୍ କରିଛ' । ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରି ଅଭିନେତା ସୋନୁ ସୁଦ ନିଜ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଛନ୍ତି । ହେଲେ ଏପରି ରକ୍ତରେ ଫଟୋ ଆଙ୍କିବା ବଦଳରେ ରକ୍ତଦାନ କରିବା ଉଚିତ୍ ବୋଲି କହିଛନ୍ତି ଅଭିନେତା । ସୋନୁ ସୁଦ ଟ୍ୱିଟ୍ କରି ଭିଡିଓ ସେୟାର କରିବା ସହ ଲେଖିଛନ୍ତି ଯେ ' ରକ୍ତ ଦାନ କର ମୋ ଭାଇ ରକ୍ତରେ ମୋର ପେଣ୍ଟିଂ କରି ତୁମର ସମୟ ନଷ୍ଟ କର ନାହିଁ । ଉପହାର ଦେଇଥିବାରୁ ଧନ୍ୟବାଦ' । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ସହ ୟୁଜର୍ସମଧ୍ୟ କଳାକାରଙ୍କର ପ୍ରଶଂସା କରୁଛନ୍ତି ।












Click it and Unblock the Notifications