ସେଲ୍ଫି ପାଇଁ ସୋନୁ ନିଗମଙ୍କୁ ଆକ୍ରମଣ, ଥାନାରେ ପହଞ୍ଚିଲେ କଣ୍ଠଶିଳ୍ପୀ
ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମଙ୍କୁ ଆକ୍ରମଣ । ସୋମବାର ମୁମ୍ବାଇର ଚେମ୍ବୁରଠାରେ ଏକ ସଂଗୀତ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ସୋନୁ ନିଗମ ଓ ତାଙ୍କ୍ ଟିମ୍ ସହ ଦୁର୍ବ୍ୟବହାର ହୋଇଛି ।

Sonu Nigam Attacked: ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମଙ୍କୁ ଆକ୍ରମଣ । ସୋମବାର ମୁମ୍ବାଇର ଚେମ୍ବୁରଠାରେ ଏକ ସଂଗୀତ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ସୋନୁ ନିଗମ ଓ ତାଙ୍କ୍ ଟିମ୍ ସହ ଦୁର୍ବ୍ୟବହାର ହୋଇଛି । ଅଭିଯୋଗ ନେଇ ପୋଲିସ୍ ଷ୍ଟେସନ୍ରେ ପହଞ୍ଚିଛନ୍ତି ନିଜେ ସୋନୁ।
ସୋନୁ ନିଗମ ସୋମବାର ଏକ କନସର୍ଟରେ ପ୍ରଦର୍ଶନ ସାରି ମଞ୍ଚ ତଳକୁ ଓହ୍ଲାଉଥିବା ବେଳେ ଧକ୍କା ମାରିଥିଲେ କିଛି ଯୁବକ । ତାଙ୍କ ଧକ୍କାରେ ସୋନୁ ନିଗମ ତଳେ ପଡ଼ିଥିବା ବେଳେ ତାଙ୍କର ଜଣେ ବନ୍ଧୁ ଆହତ ହୋଇଥିଲେ । ଯାହାର ଭିଡିଓ ଏବେ ଖୁବ୍ ଜୋର୍ରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେ ଏବେ ଚିକିତ୍ସିତ ହେଉଛନ୍ତି ।
मुम्बई : गायक सोनू निगम पर एक कार्यक्रम के दौरान हमला करने की घटना सामने आई है। उद्धव गुट के विधायक पर हमला करने का आरोप लगाया गया है। घटना के बाद सोनू निगम को अस्पताल में भर्ती कराया गया है। #sonunigam pic.twitter.com/nciUbhgbRt
— Versha Singh (@Vershasingh26) February 20, 2023
ତେବେ ଏହି ଘଟଣା ଘଟିବା ପରେ କଣ୍ଠଶିଳ୍ପୀ ସୋନୁ ଚେମ୍ବୁର ପୋଲିସ୍ ଷ୍ଟେସନ୍ ଯାଇ ପୁଲିସ୍ ସହାୟତା ଲୋଡ଼ିଛନ୍ତି। ତେବେ ପୋଲିସ୍ ଏତଲା ଗ୍ରହଣ କରିବା ପରେ ଭିଡିଓଟିର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।












Click it and Unblock the Notifications