ମା'ହେଲେ ବଲିଉଡ ଅଭିନେତ୍ରୀ ସୋନମ କପୁର
Sonam Kapoor Baby Boy: Sonam Kapoor And Anand Ahuja Welcome Baby Boy .ମା'ହେଲେ ବଲିଉଡ ଅଭିନେତ୍ରୀ ସୋନମ କପୁର
ମୁମ୍ବାଇ: ମା'ହେଲେ ଅଭିନେତ୍ରୀ ସୋନମ କପୁର । ଆଜି ସେ ଏକ ଶିଶୁ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ନିଜେ ସୋନମ କପୁର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ନିଜ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ଏବେ ଉଭୟ ମା' ଓ ପୁଅ ସୁସ୍ଥ ଅଛନ୍ତି । ସୋସିଆଲ ମିଡିଆରେ ସୋନମ ଓ ସ୍ୱାମୀ ଆନନ୍ଦ ଏକ ସୁନ୍ଦର ପୋଷ୍ଟ ଲେଖି ସୂଚାନ ଦେଇଛନ୍ତି । ଯେଉଁଥିରେ ସେ ନିଜ ପୁତ୍ର ସନ୍ତାନକୁ ସ୍ୱାଗତ
କରିବା ସହ ସମସ୍ତ ଡାକ୍ତର, ନର୍ସ, ବନ୍ଧୁ ଓ ପରିବାର ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ସେ କହିଛନ୍ତି ଏହା ତ ଆରମ୍ଭ ମାତ୍ର । ଆଗକୁ ଆମ ଜୀବନରେ ଅନେକ ପରିବର୍ତ୍ତନ ଆସିବ ବୋଲି ମଧ୍ୟ ଉଭୟ କହିଛନ୍ତି । ତେବେ ଏହି ପୋଷ୍ଟରେ ପ୍ରଶଂସକଙ୍କ ଲାଇକ୍ସ ଓ କମେଣ୍ଟର ବର୍ଷା ଆରମ୍ଭ ହୋଇଯାଇଛି । ସୋନମ ଓ ଆନନ୍ଦଙ୍କୁ ଫ୍ୟାନ୍ସ, ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି ।

ସୋନମ ଓ ଆନନ୍ଦ ଅନେକ ବର୍ଷ ଡେଟ୍ କରିବା ପରେ ଶେଷରେ ୨୦୧୮ ମେ'ରେ ବିବାହ କରିଥିଲେ । ମୁମ୍ବାଇରେ ସେମାନଙ୍କ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ୨୦୧୯ରେ ସୋନମ ଶେଷଥର ପାଇଁ ଦ ଜୋୟା ଫ୍ୟାକ୍ଟରରେ ନଜର ଆସିଥିଲେ । ଆଗକୁ ସେ ଫିଲ୍ମ ବ୍ଲିଣ୍ଡରେ ନଜର ଆସିବେ ।












Click it and Unblock the Notifications