Get Updates
Get notified of breaking news, exclusive insights, and must-see stories!

ଜାଣନ୍ତୁ ନିଜ ପୁଅ ନାଁ କ'ଣ ରଖିଲେ ସୋନମ, ସୋସିଆଲ ମିଡିଆରେ ଫ୍ୟାନ୍ସ ଦେଲେ ଏହି ନାଁ

Bollywood:Sonam Kapoor And Anand Ahuja Have Just Welcomed Their Baby Boy ଜାଣନ୍ତୁ ନିଜ ପୁଅ ନାଁ କ'ଣ ରଖିଲେ ସୋନମ, ସୋସିଆଲ ମିଡିଆରେ ଫ୍ୟାନ୍ସ ଏହି ନାଁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କପୁର ଏବଂ ଆନନ୍ଦ ଅହୁଜାଙ୍କ ଜୀବନରେ କୁନି ଅତିଥିଙ୍କ ସ୍ୱାଗତ ହୋଇଥିଲା । ଅଭିନେତ୍ରୀ ସୋନମ କପୁର ସନ୍ତାନକୁ ଜନ୍ମ ଦେଇଥିଲେ । ସୋସିଆଲ ମିଡିଆରେ ଏକ ସୁନ୍ଦର ପୋଷ୍ଟ ସେୟାର କରି ସୋନମ ଓ ଆନନ୍ଦ ଏହି ଖୁସି ଖବର ପ୍ରଶଂସକଙ୍କ ସହ ସେୟାର କରିଥିଲେ । ଫ୍ୟାନ୍ସ ମଧ୍ୟ ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନିକଟରେ ସୋନମ କପୁର ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । ପରିବାର ଲୋକ ତରଫରୁ ଏକ ଛୋଟ ପୂଜାର ଆୟୋଜନ କରାଯାଇ ଉଭୟ ମା'ଓ ଛୁଆଙ୍କୁ ସ୍ୱାଗତ କରାଯାଇଛି । ଏହି ପୂଜା ଛୋଟ ପିଲାଙ୍କୁ ଖରାପ ଦୃଷ୍ଟିରୁ ରକ୍ଷା କରିବା ପାଇଁ କରାଯାଇଥାଏ । ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୋନମ କପୁରଙ୍କ ଭଉଣୀ ରିୟା କପୁର ମଧ୍ୟ ନିଜ ଖୁସି ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି ।

sonam
ଏବେ ପ୍ରଶଂସକମାନେ ସୋନମ କପୁର ଏବଂ ତାଙ୍କ ସହ ଜଡିତ ପ୍ରତ୍ୟେକ ଅପଡେଟ୍ ଜାଣିବା ପାଇଁ ଚାହୁଁଛନ୍ତି । ସୋନମ କପୁର ଏବଂ ଆନନ୍ଦ ଅହୁଜାଙ୍କ ପୁଅର ନାମ କ'ଣ ଦେଇଛନ୍ତି ଏପରି ଅନେକ ପ୍ରଶ୍ନ ଏବେ ଫ୍ୟାନ୍ସଙ୍କର ତରଫରୁ ପଚାରା ଯାଉଛି । ସେହିପରି ସମସ୍ତ ଶୁଭେଚ୍ଛାକୁ ମଧ୍ୟ ସୋନମ ଗ୍ରହଣ କରିଛନ୍ତି । ଏପରି ସୋନମଙ୍କ ପୁଅ ପାଇଁ ଅନେକ ଉପହାର ମଧ୍ୟ ଆସୁଛି । ସୋସିଆଲ ମିଡିଆରେ ଅନେକ ପୋଷ୍ଟରେ ପିଲାର ନାଁ ବେବି କେ ଅହୁଜା ବୋଲି ଲେଖାଯାଇଛି । ତେବେ ସୂଚନା ରହିଛି ଯେ ସୋନମ କପୁର ପିଲା ନାମ 'k' ଅକ୍ଷର ଦେଇଛନ୍ତି । ଏ ପର୍ଯ୍ୟନ୍ତ ପରିବାର ପକ୍ଷରୁ କୌଣସି ସୂଚାନ ଦିଆଯାଇ ନାହିଁ । ସୋନମ ଅଗଷ୍ଟ ୨୦ରେ ଏକ ସନ୍ତାନ ଜନ୍ମ ଦେଇଛନ୍ତି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+