'କିଛି ଠିକ୍ ଲାଗୁନି, କିଛି ଷଡଯନ୍ତ୍ର ଚାଲିଛି...', ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ମା'ଙ୍କୁ କହିଥିଲେ ସୋନାଲି
Sonali Phogat Death: Sonali Phogat Sister Told Conspiracy Behind Her Death ସୋନାଲି ଫୋଗାଟଙ୍କ ମୃତ୍ୟୁ ଏକ ଷଡଯନ୍ତ୍ର!'କିଛି ଠିକ୍ ଲାଗୁନି, କିଛି ଷଡଯନ୍ତ୍ର ଚାଲିଛି...', ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ମା'ଙ୍କୁ କହିଥିଲେ ସୋନାଲି
ଗୋଆ: ବିଜେପି ନେତ୍ରୀ ତଥା ଟିକଟକ୍ ଷ୍ଟାର ସୋନାଲି ଫୋଗାଟଙ୍କ ଗୋଆରେ ଦେହାନ୍ତ ହୋଇଛି । ଗୋଆ ପୋଲିସ ସୂଚନା ଅନୁସାରେ ମଙ୍ଗଳବାର ୪୨ ବର୍ଷୀୟ ସୋନାଲିଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ହେଲେ ଏବେ ସୋନାଲିଙ୍କ ମୃତ୍ୟୁକୁ ଷଡଯନ୍ତ୍ର ବୋଲି କହିଛନ୍ତି ତାଙ୍କ ଭଉଣୀ । ତେବେ ସୁଟିଂରେ ଗୋଆ ଯାଇଥିଲେ ସୋନାଲି । ସୋମବାର ସକାଳୁ ଅର୍ଥାତ୍ ମୃତ୍ୟୁର ଦିନକ ପୂର୍ବରୁ ସୋନାଲି ମା'ଙ୍କ ସହ କଥା ହୋଇ କହିଥିଲେ ଯେ ତାଙ୍କୁ କିଛି ଠିକ୍ ଲାଗୁନି, ତାଙ୍କ ବିରୋଧରେ କିଛି ଷଡଯନ୍ତ୍ର ଚାଲିଛି ବୋଲି ମଧ୍ୟ ସେ ନିଜ ମା'ଙ୍କୁ କହିଥିଲେ ଯାହାର ସୂଚନା ଗଣମାଧ୍ୟମକୁ ସୋନାଲିଙ୍କ ଭଉଣୀ ଦେଇଛନ୍ତି ।

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ମଧ୍ୟ ସେ ମା'ଙ୍କ ସହ କଥା ହୋଇଥିଲେ । ଗୋଆରେ ଥିବା କର୍ଲିଜ୍ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବା ପରେ ତାଙ୍କ ଦେହ ଭଲ ଲାଗୁନଥିଲା । ଖାଦ୍ୟରେ କିଛି ଅସୁବିଧା ଥିଲା ଯେଉଁଥି ପାଇଁ ତାଙ୍କ ସ୍ୱାସ୍ଥ୍ୟ ଭଲ ଲାଗୁ ନାହିଁ ବୋଲି ସୋନାଲି ମା'ଙ୍କୁ କହିଥିଲେ । ଭଉଣୀଙ୍କର ଏହି ସୂଚନା ପରେ ଏବେ ସୋନାଲିଙ୍କ ମୃତ୍ୟୁ ରହସ୍ୟ ଘେରକୁ ଆସିଛି । ହେଲେ ଗୋଆ ଡିଏସପିଙ୍କ ସୂଚନା ଅନୁସାରେ ଡାକ୍ତରଖାନା ନେବା ସମୟରେ ସେନାଲିଙ୍କ ମୃତ୍ୟୁ ହୋଇସାରିଥିଲା । ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ଏପର୍ଯ୍ୟନ୍ତ ତାଙ୍କର ପୋଷ୍ଟମର୍ଟମ୍ ରିପୋର୍ଟ ଆସିନାହିଁ । ରିପୋର୍ଟ ଅସିବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ଡିଏସପି କହିଛନ୍ତି ।












Click it and Unblock the Notifications