ସୋନାଲି ମୃତ୍ୟୁ ମାମଲା: ହାଇକୋର୍ଟର ଦ୍ବାରସ୍ଥ ହେବେ ପରିବାର

ସୋନାଲି ଫୋଗଟ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିସାରିଛି। କିନ୍ତୁ ସୋନାଲିଙ୍କ ପରିବାର ଏହି ମାମଲାର ସିବିଆଇ ତଦନ୍ତ ଦାବି କରି ଗୋଆ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

ପାଣାଜୀ: ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିସାରିଛି। କିନ୍ତୁ ସୋନାଲିଙ୍କ ପରିବାର ଏହି ମାମଲାର ସିବିଆଇ ତଦନ୍ତ ଦାବି କରି ଗୋଆ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

SONALI
ମଙ୍ଗଳବାର ହାଇକୋର୍ଟରେ ସୋନାଲିଙ୍କ ପରିବାର ପକ୍ଷରୁ ଏକ ପିଟିସନ ଦାଖଲ କରାଯିବ। ଏହା ବ୍ୟତୀତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଏକ ଚିଠି ମଧ୍ୟ ଲେଖାଯାଇଛି। ସିବିଆଇ ତଦନ୍ତକୁ ନେଇ ଗୋଆ ସରକାରଙ୍କର ଚିନ୍ତା ଦେଖାଯାଉ ନଥିବା ବେଳେ ଗୋଆ ପୋଲିସ ଅଯଥା ସମୟ ନଷ୍ଟ କରୁଥିବା କହିଛନ୍ତି ସୋନାଲିଙ୍କ ପରିବାର। ସଠିକ ଭାବେ ତଦନ୍ତ ହେଉ ନଥିବା ପଛରେ ରାଜନୈତିକ ଚାପ ରହିଥିବା ସନ୍ଦେହ କରାଯାଉଛି। ତେଣୁ ବର୍ତ୍ତମାନ ମାମାଲର ସିବିଆଇ ତଦନ୍ତ ପାଇଁ ଗୋଆ ହାଇକୋର୍ଟକୁ ଯିବୁ ବୋଲି ପରିବାର ଲୋକ ସ୍ଥିର କରିଛନ୍ତି।

ଗତମାସ 23ତାରିଖରେ ସୋନାଲି ଫୋଗଟଙ୍କ ଗୋଆରେ ମୃତ୍ୟୁ ହୋଇଥିଲା। ପ୍ରଥମେ ହୃଦ୍‌ଘାତ ଓ ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆସିଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସୁଧୀର ଓ ସୁଖବିନ୍ଦର ବର୍ତ୍ତମାନ ଗୋଆ ପୋଲିସ ହେପାଜତରେ ଅଛନ୍ତି। ମୁଖ୍ୟ ଅଭିଯୁକ୍ତ ଦୋଷ ସ୍ବୀକାର ମଧ୍ୟ କରିଛି। ତାଙ୍କୁ ଡ୍ରଗ୍ସର ଓଭର ଡୋଜ ଦିଆଯାଇଥିବା ନେଇ କହିଛି ଅଭିଯୁକ୍ତ ସୁଧୀର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+