ସୋନାଲି ଫୋଗଟ ମୃତ୍ୟୁ ରହସ୍ୟ: ବାଥରୁମରୁ ମିଳିଲା ଡ୍ରଗ୍ସ
ବିଜେପି ନେତ୍ରୀ ତଥା ଅଭିନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ରହସ୍ୟରୁ ଉଠୁଛି ପରଦା। ଚାରି ଦିନ ହେବ ପୋଲିସ କରୁଥିଲା ତଦନ୍ତ । ଏହି ଘଟଣାରେ ଗୋଆର କର୍ଲା କ୍ଲବ ମାଲିକକୁ ଗିରଫ କରିଛି ପୋଲିସ ।
ପାଣାଜୀ: ବିଜେପି ନେତ୍ରୀ ତଥା ଅଭିନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ରହସ୍ୟରୁ ଉଠୁଛି ପରଦା। ଚାରି ଦିନ ହେବ ପୋଲିସ କରୁଥିଲା ତଦନ୍ତ । ଏହି ଘଟଣାରେ ଗୋଆର କର୍ଲା କ୍ଲବ ମାଲିକକୁ ଗିରଫ କରିଛି ପୋଲିସ । ଏଥିସହ ଏହି କ୍ଲବର ବାଥରୁମରୁ ଡ୍ରଗ୍ସ ମଧ୍ୟ ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ସୋନାଲି ମୃତ୍ୟୁ ମାମଲାରେ ପୁଲିସ 4 ଜଣଙ୍କୁ ଗିରଫ କରିସାରିଲାଣି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ, ସୁଖବିନ୍ଦର ସିଂହ, କର୍ଲା କ୍ଲବ୍ ମାଲିକ ଓ ଜଣେ ଡ୍ରଗ୍ସ ପେଡଲର ରହିଛନ୍ତି।

ଗୋଆ ପୋଲିସ ପ୍ରାଥମିକ ତଦନ୍ତ କରି ସୂଚନା ଦେଇଛି ଯେ ସୋନାଲି ଫୋଗଟ୍ ଡ୍ରଗ୍ସ ସେବନ କରିଥିଲେ। ସୋନାଲିଙ୍କୁ ମୃତ୍ୟୁ ପୂର୍ବରୁ ଜବରଦସ୍ତ ଡ୍ରଗ୍ସ ଦିଆଯାଇଥିଲା ବୋଲି ଜଣାପଡିଛି। ଗୋଆ ଆଇଜି ଓମବୀର ସିଂ ବିଷ୍ଣୋଇ ନିକଟରେ କହିଛନ୍ତି ଯେ ସୋନାଲୀଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଶରୀରରେ କ୍ଷତ ଚିହ୍ନ ଥିଲା। ଏହା ପରେ ପୂରା ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଖୁବ ଶୀଘ୍ର ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ।
2019 ହରିୟାଣା ବିଧାନସଭା ନିର୍ବାଚନରେ ସୋନାଲି ବିଜେପିରୁ ଟିକେଟ୍ ପାଇ ନିର୍ବାଚନ ଲଢିଥିଲେ । ସେ ଆଦମପୁର ଆସନରୁ କଂଗ୍ରେସ ନେତା କୁଲଦୀପ ବିଷ୍ଣୋଇଙ୍କ ସହ ପ୍ରତିଦ୍ବନ୍ଦ୍ବୀତା କରିଥିଲେ । ହରିୟାଣା ବିଜେପି ୟୁନିଟ୍ ତାଙ୍କୁ ମହିଳା ମୋର୍ଚ୍ଚାର ରାଜ୍ୟ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ଦେଇଥିଲା । ଗତ 2016 ମସିହାରେ ସ୍ବାମୀ ସଞ୍ଜୟ ଫୋଗଟଙ୍କ ଦେହାନ୍ତ ପରେ ସେ ଟିଭି ସିରିଅଲ 'ଏକ ସିରିଏଲ ମାଆ ଯୋ ଲାଖୋଂ କେ ଲିୟେ ବନି ଅମ୍ମା'ରେ ଡେବ୍ୟୁ କରିଥିଲେ । ଏହାପରେ ସେ ହରିୟାଣୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।












Click it and Unblock the Notifications