ସୋନାଲି ଫୋଗଟ ମୃତ୍ୟୁ ମାମଲା: ହେବ ନାହିଁ ସିବିଆଇ ତଦନ୍ତ, ଗୋଆ ମୁଖ୍ୟମନ୍ତ୍ରୀ ଦେଲେ ସୂଚନା
Sonali Phogat Case : Sonali Phogat's Death May Not Be Investigated By CBIସୋନାଲି ଫୋଗଟ ମୃତ୍ୟୁ ମାମଲା: ହେବ ନାହିଁ ସିବିଆଇ ତଦନ୍ତ, ଗୋଆ ମୁଖ୍ୟମନ୍ତ୍ରୀ ଦେଲେ ସୂଚନା
ଗୋଆ: ବିଜେପି ନେତ୍ରୀ ତଥା ଟିକଟକ୍ ଷ୍ଟାର ସୋନାଲି ଫୋଗଟଙ୍କ ହତ୍ୟା ମାମଲା । ସୋନାଲିଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ନାହିଁ ସିବିଆଇ । ସୂଚନା ଦେଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । ଗୋଆ ପୋଲିସର ୪ ଜଣିଆ ଟିମ୍ କରୁଛି ଘଟଣାର ଯାଞ୍ଚ । ମଙ୍ଗଳବାକ ଅର୍ଥାତ୍ ଆଜି ଗୋଆ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଏହି ମାମଲାକୁ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରାଯିବ ନାହିଁ । ଏହାର ତଦନ୍ତ ବର୍ତ୍ତମାନ ଡେପୁଟି ଏସପି ରାଙ୍କର ଅଧିକାରୀ କରିବେ । ଏହା ସହ ସେ କହିଛନ୍ତି ଗୋଆ ପୋଲିସ ବର୍ତ୍ତମାନ ଘଟଣାର ସଠିକ ତଦନ୍ତ କରୁଛି । ଏହି ମାମଲାରେ ଯେ କେହି ଦୋଷୀ ସେମାନେ ନିଶ୍ଚିତ ଭାବେ ଦଣ୍ଡିତ ହେବେ । ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ଆଜି ଗୋଆ ପୋଲିସ ଦଳ ହରିୟାଣାର ସୋନାଲି ଫୋଗାଟଙ୍କ ଫାର୍ମ ହାଉସର ଯାଞ୍ଚ କରିଛି ।

ସୋନାଲି ମୃତ୍ୟୁକୁ ନେଇ ଗୋଆ ପୋଲିସ ଦୁଇଟି ପୃଥକ ମାମଲା ରୁଜୁ କରିଛି । ଗୋଟିଏ ହତ୍ୟା ଓ ଅନ୍ୟଟି ହେଉଛି ନିଶା କାରବାର ମାମଲା । ଗୋଆରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ।ଏହି ମାମଲାରେ ବର୍ତ୍ତମାନ ୫ ଜଣଙ୍କୁ ଗିରଫ କରାଯାଇ ସାରିଛି ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications