ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ !
Sonali Phogat Case:Sonali Phogat's Death May Be Investigated By CBIସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାରେ ହୋଇପାରେ ସିବିଆଇ ତଦନ୍ତ
ହରିୟାଣା :ବିଜେପି ନେତ୍ରୀ ତଥା ଟିକଟକ୍ ଷ୍ଟାର ସୋନାଲି ଫୋଗଟଙ୍କ ହତ୍ୟା ମାମଲା । ମୃତ୍ୟୁ ଘଟଣାର ତଦନ୍ତ କରିପାରେ ସିବିଆଇ । ଯାହାର ସୂଚନା ନିକଟରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଦେଇଛନ୍ତି । ସେ କହିଛନ୍ତି ଯେ ନିକଟରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ସହ ତାଙ୍କ ଆଲୋଚନ ହୋଇଥିଲା । ଯେଉଁଠି ସୋନାଲିଙ୍କ ମୃତ୍ୟୁର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ହରିୟାଣା ମୁଖ୍ୟମନ୍ତ୍ରୀ ତାଙ୍କୁ ତାଙ୍କୁ ପରାମର୍ଶ ଦେଇଥିଲେ ।

ସେପଟେ ଆଜି ତଦନ୍ତ ପାଇଁ ହରିୟାଣା ଯାଇପାରେ ଗୋଆ ପୋଲିସ । ସୋନାଲି ମୃତ୍ୟୁକୁ ନେଇ ଗୋଆ ପୋଲିସ ଦୁଇଟି ପୃଥକ ମାମଲା ରୁଜୁ କରିଛି । ଗୋଟିଏ ହତ୍ୟା ଓ ଅନ୍ୟଟି ହେଉଛି ନିଶା କାରବାର ମାମଲା । ଏହି ମାମଲାରେ ଡ୍ରଗ୍ସ ପେଡଲର ସମେତ ୫ ଜଣଙ୍କୁ ଗିରଫ କରାଯାଇସାରିଛି । ଅନ୍ୟପଟେ ସୋନାଲି ଫୋଗଟଙ୍କ ହତ୍ୟା ମାମଲାରେ ଗିରଫ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ 10 ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି । ଗତକାଲି ଉଭୟ ଅଭିଯୁକ୍ତ ସୁଖବିନ୍ଦର ସିଂ ଓ ସୁଧିର ସଙ୍ଗଓ୍ବାନାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।












Click it and Unblock the Notifications