ସୋନାଲି ଫୋଗଟ୍ ମୃତ୍ୟୁ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଝିଅ ଯଶୋଧରା ଫୋଗଟ୍

ସୋନାଲି ଫୋଗଟ୍ ମୃତ୍ୟୁ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଝିଅ ଯଶୋଧରା ଫୋଗଟ୍

ହରିୟାଣା: ଟିକ୍ ଟକ୍ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗଟ । ସୋନାଲିଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରି ଆସୁଛି ପରିବାର । ଏହାରି ମଧ୍ୟରେ ଝିଅ ଯଶୋଧରା ଫୋଗଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୱିଟ୍ କରିଛନ୍ତି । ତେବେ ଅଗଷ୍ଟ ମାସର ଗୋଆରେ ସୋନାଲିଙ୍କର ମୃତ୍ୟୁ ହୋଇଥିଲା । ଗୋଆ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ହେଲେ ପରିବାର ଏ ତଦନ୍ତ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Sonali.Death
ମା'ପାଇଁ ନ୍ୟାୟ ମାଗୁଛି ଝିଅ । ସିବିଆଇ ତଦନ୍ତ ଦାବି କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନାଲିଙ୍କ ଝିଅ ଯଶୋଧରା ଫୋଗଟ୍ । ଏହି ମାମଲା ତୁରନ୍ତ ଗୋଆ ପୋଲିସରୁ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ଝିଅ ଯଶୋଧରା ଏହି ଚିଠିରେ ଉଲ୍ଲେଖ କରିଛନ୍ତି । ତେବେ ପୂର୍ବରୁ ମଧ୍ୟ ସୋନାନୀଙ୍କ ହତ୍ୟା ମାମଲାରେ ପରିବାର ପକ୍ଷରୁ ବାରମ୍ବାର ସିବିଆଇ ତଦନ୍ତ ଦାବି କରାଯାଉଛି । ଗୋଆ ପୋଲିସ ପକ୍ଷରୁ ଉଚିତ୍ ତଦନ୍ତ କରାଯାଉ ନାହିଁ ବୋଲି ମଧ୍ୟ ଅଭିଯୋଗ କରିଛି ସୋନାଲିଙ୍କ ପରିବାର । ତେବେ ଅଗଷ୍ଟ ୨୩ ତାରିଖରେ ସୋନାଲିଙ୍କ ମୃତ୍ୟୁ ଗୋଆର କର୍ଲିଜ ରେଷ୍ଟୁରାଣ୍ଟରେ ହୋଇଥିଲା । ପ୍ରଥମେ ହୃଦ୍‌ଘାତ ଓ ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆସିଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସୁଧୀର ଓ ସୁଖବିନ୍ଦର ବର୍ତ୍ତମାନ ଗୋଆ ପୋଲିସ ହେପାଜତରେ ଅଛନ୍ତି । ମୁଖ୍ୟ ଅଭିଯୁକ୍ତ ଦୋଷ ସ୍ବୀକାର ମଧ୍ୟ କରିଛି। ତାଙ୍କୁ ଡ୍ରଗ୍ସର ଓଭର ଡୋଜ ଦିଆଯାଇଥିବା ନେଇ କହିଛି ଅଭିଯୁକ୍ତ ସୁଧୀର।
sonali.death
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+