ସୋନାଲି ଫୋଗାଟ୍ଙ୍କ ମୃତ୍ୟୁ ପଛର ଅସଲ ରହସ୍ୟ କଣ ? ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ
Sonali Phogat Murder Case: Sonali Phogat’s Personal Assistant Sudhir Sangwanand His Friend Sukhwinder Wasi Were Arrested .ସୋନାଲି ଫୋଗାଟ୍ଙ୍କ ମୃତ୍ୟୁ ପଛର ଅସଲ ରହସ୍ୟ କଣ ? ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ
ଗୋଆ: ବିଜେପି ନେତ୍ରୀ ତଥା ପୂର୍ବତନ ବିଗ୍ ବସ୍ ପ୍ରତିଯୋଗୀ ଓ ଟିକକଟ୍ ଷ୍ଟାର ସୋନାଲି ଫୋଗଟ୍ଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ । ପୋଷ୍ଟମର୍ଟମ ରିପୋର୍ଟରେ ଆସିଲା ସତ ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବ୍ୟବଚ୍ଛେଦ ରିପୋର୍ଟ ରିପୋର୍ଟ ଆସିବା ପରେ ଏହି ମୃତ୍ୟୁ ମାମଲା ଭିନ୍ନ ମୋଡ ନେଇଛି । ପୋଷ୍ଟମର୍ଟମ ରିପୋର୍ଟରେ ତଥ୍ୟ ଅନୁସାରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । ସୋନାଲିଙ୍କ ଶରୀରରେ ଏକାଧିକ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ହେଲେ ଏବେ ଅପେକ୍ଷା ଅଟୋପସିକୁ ଯାହା ପରେ ହିଁ ମୃତ୍ୟୁର ଅସଲ କାରଣ କଣ ଜଣାପଡ଼ିବ ବୋଲି କୁହାଯାଉଛି । ତେବେ ସୋନାଲିଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ସୋନାଲିଙ୍କ ଭାଇ ଅଭିଯୋଗ କରିଛନ୍ତି ।

ଫୋଗାଟଙ୍କ ମୃତ୍ୟୁକୁ ନେଇ ଭିନ୍ନ ସନ୍ଦେହ କରାଯାଉଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୋଲିସ ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ସୋନାଲିଙ୍କ ବ୍ୟକ୍ତିଗତ ସହାୟକ ସୁଧୀର ସଙ୍ଗୱାନ ଏବଂ ତାଙ୍କ ବନ୍ଧୁ ସୁଖୱିନ୍ଦର ୱାସିଙ୍କ ରହିଛନ୍ତି । ଏହି ଦୁଇ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ସେପଟେ ପରିବାର ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଉଛି । ସୋନାଲିଙ୍କ ପରିବାର ଯଦି ଲିଖିତ ଭାବେ ସିବିଆଇ ତଦନ୍ତ ଦାବି କରନ୍ତି ତେବେ ଏହି ବିଷୟରେ ଚିନ୍ତା କରାଯିବ ବୋଲି କହିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର। ତେବେ ଗତ ୨୩ ତାରିଖରେ ଗୋଆର ଏକ ହୋଟେଲ୍ରେ ଖାଦ୍ୟ ଖାଇବା ପରେ ସେ ଅସୁସ୍ଥ ଅନୁଭବ କରିଥିଲ । ଯାହା ପରେ ତାଙ୍କ ମୃତ୍ୟୁ ହୋଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ସୋନାଲିଙ୍କ ଝିଅ ମଧ୍ୟ ମା'ଙ୍କର ମୃତ୍ୟୁର ନ୍ୟାୟ ପାଇଁ ଦାବି କରିଛନ୍ତି ।
ଟିକଟକ୍ ଓ ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି ସୋନାଲି । ସୋସିଆଲ ମିଡିଆରେ ତାଙ୍କର ଭିଡିଓ ବେଶ୍ ଭାଇରାଲ ହୋଇଥାଏ । ତାଙ୍କର ଫ୍ୟାନ୍ସ ଲିଷ୍ଟ ମଧ୍ୟ ଖୁବ ବଡ଼ । ସୋସିଆଲ୍ ମିଡିଆରେ ଚର୍ଚ୍ଚିତ ଚେହେରା ଥିଲେ ସୋନାଲି । ୨୦୨୦ରେ ବିଗ୍ ବସ୍ରେ ମଧ୍ୟ ନଜର ଆସିଥିଲେ ସୋନାଲି । ଏହାସହ ସେହିପରି ଟିଭି ସିରିଏଲ୍ରେ ମଧ୍ୟ ତାଙ୍କୁ ଦେଖିବାର ସୁଜୋଗ ପାଇଥିଲେ ଦର୍ଶକ । ସେହିପରି ସୋନାଲି ୨୦୧୯ରେ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ।












Click it and Unblock the Notifications