Sonakshi-Zaheer Wedding: ଆରମ୍ଭ ହେଲା ସୋନାକ୍ଷୀ-ଜହିରଙ୍କ ପ୍ରି-ୱେଡିଙ୍ଗ୍ ସେଲିବ୍ରେସନ୍
Sonakshi-Zaheer Wedding: ସୋନାକ୍ଷୀ ସିହ୍ନା ବଲିଉଡର ସୁନ୍ଦର ଏବଂ ଦକ୍ଷ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ । ନିକଟରେ ରିଲିଜ୍ ହୋଇଥିବା ସଞ୍ଜୟ ଲୀଲା ଭନସାଲୀଙ୍କ ୱେବ୍ ସିରିଜ୍ 'ହିରାମାଣ୍ଡି'ରେ ଅଭିନେତ୍ରୀଙ୍କ ସୁନ୍ଦର ଅନ୍ଦାଜ୍ ତାଙ୍କ ଅଭିନୟ ଜିଣିଥିଲା ଦର୍ଶକଙ୍କ ମନ ।

ସୋନାକ୍ଷୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବା ପାଇଁ ଗଲେ ଅଭିନେତ୍ରୀଙ୍କ ବିବାହ ଖବର ଏବେ ଚର୍ଚ୍ଚାରେ ରହିଛି । ଅଭିନେତ୍ରୀ ୨୩ ଜୁନ୍ ୨୦୨୪ରେ ପ୍ରେମିକ ଜହିର ଇକବାଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ହେଲେ ଏପର୍ଯ୍ୟନ୍ତ ଏନେଇ ଏହି ଷ୍ଟାର ଦମ୍ପତ୍ତିଙ୍କ ପକ୍ଷରୁ କୌଣସି ସୂଚନା ଜାରି କରାଯାଇ ନାହିଁ । କିନ୍ତୁ ଅନେକ ସେଲିବ୍ରିଟି ଏହା ନିଶ୍ଚିତ କରିଛନ୍ତି ଯେ ସୋନାକ୍ଷୀ-ଜାହିର ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି ।
ସୂଚନା ଏହା ମଧ୍ୟ ରହିଛି ଯେ, ବିବାହ ସେଲିବ୍ରେସନ ଆରମ୍ଭ ହୋଇଯାଇଛି । ସୋମବାର ଦିନ ଏହି ଦମ୍ପତି ଏକ ବ୍ୟାଚଲର୍ ପାର୍ଟି କରିଥିଲେ, ଯାହାର ଅନେକ ଫଟୋ ଏବଂ ଭଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବର୍ତ୍ତମାନ ସୋନାକ୍ଷୀ-ଜହିରଙ୍କ ପ୍ରି-ୱେଡିଙ୍ଗ୍ ସେଲିବ୍ରିସନ ବିବରଣୀ ମଧ୍ୟ ଜାରି କରାଯାଇଛି ।
୨୩ ଜୁନରେ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କ ବିବାହକୁ ନେଇ ପ୍ରଶଂସକମାନଙ୍କ ମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି । ସୋନାକ୍ଷୀ ଏବଂ ଜହିରଙ୍କ ବିବାହ ସ୍ଥାନ ଏବଂ ଅତିଥି ତାଲିକା ଲିକ୍ ହେବା ପରେ ବର୍ତ୍ତମାନ ସେମାନଙ୍କର ବିବାହ ପୂର୍ବର ଅର୍ଥାତ୍ ପ୍ରି-ୱେଡିଂ କାର୍ଯ୍ୟକ୍ରମର ତାଲିକା ମଧ୍ୟ ପ୍ରକାଶ ପାଇଛି । ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଏକ ସୂତ୍ରରୁ ସୂଚନା ମିଳିଛି ଯେ ଜୁନ୍ 20 ରେ ସେମାନଙ୍କର ହଲଦି ସେଲିବ୍ରେସନ କାର୍ଯ୍ୟକ୍ରମ ରହିଛି ।
ରିପୋର୍ଟ ଅନୁଯାୟୀ, 'ହଲଦି ସେଲିବ୍ରେସନ୍ ସୋନାକ୍ଷୀଙ୍କ ନୂତନ ଘରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ କେବଳ କିଛି ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଯୋଗଦେବେ ଏବଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପାଇଁ 50 ରୁ କମ୍ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ସୋନାକ୍ଷୀ-ଜହିର ଏକ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟି ଆୟୋଜନ କରିବେ ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications