ଦୂର ହେଲା ବାଦ-ବିବାଦ, ଏକାଠି ନଜର ଆସିଲା ପୂରା ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କ ପରିବାର
Sonakshi Sinha Zaheer Iqbal Wedding: ଖୁବ୍ ଶୀଘ୍ର ବିବାହ କରିବା ପାଇଁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ । ଉଭୟ ଜୁନ୍ 23ରେ ବିବାହ କରିବା ନେଇ ସୂଚନା ରହିଛି । ତେବେ ଅଭିନେତ୍ରୀଙ୍କ ପରିବାର ଏହି ବିବାହକୁ ବିରୋଧ କରୁଥିବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ବର୍ତ୍ତମାନ ଏହି ଗୁଜବ ସମାପ୍ତ ହୋଇଛି।
କିଛି ଦିନ ହେବ ଖବର ଆସିଥିଲା ଯେ ସୋନାକ୍ଷୀ ସିହ୍ନାଙ୍କ ପରିବାର ଅନ୍ୟ ଧର୍ମରେ ନିଜ ଝିଅର ବିବାହ ନେଇ ଖୁସି ନଥିଲେ। ଏଥିସହ ସେ ବିବାହ ଉତ୍ସବରେ ଯୋଗଦେବେ ନାହିଁ ବୋଲି ସୂଚନା ରହିଥିଲା ।
ହେଲେ ବିବାହର ଦୁଇ ଦିନ ପୂର୍ବରୁ ସୋନାକ୍ଷୀ ଏବଂ ଜହିରଙ୍କ ପରିବାର ସହ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା ସମସ୍ତ ଗୁଜବ ଉପରେ ବ୍ରେକ୍ ଲଗାଇଛି ।

ଏହି ଫଟୋରେ ପୁରା ପରିବାର ଏକାଠି ବେଶ୍ ଖୁବ ନଜର ଆସୁଛି । ଫଟୋରେ ଶତ୍ରୁଘ୍ନ ସିହ୍ନା ଏବଂ ପୁଣମ୍ ସିହ୍ନା ନିଜ ଭାବି ଜ୍ୱାଇଁ ଜହିରଙ୍କ ସହିତ ପ୍ରଥମ ଥର ନଜର ଆସୁଛନ୍ତି । ଫଟୋରେ ସୋନାକ୍ଷୀ ସିହ୍ନା ଆଗରୁ ଧଳା ଡ୍ରେସରେ ସେଲଫି ନେଉଥିବାର ନଜର ଆସୁଛନ୍ତି । ଖାସ କଥା ହେଉଛି ପ୍ରଥମ ଥର ପାଇଁ ସିହ୍ନା ପରିବାର ସହିତ ଇକବାଲ ପରିବାର ମଧ୍ୟ ଏକାଠି ନଜର ଆସୁଛନ୍ତି । ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କ ପରିବାର ଏହି ସମ୍ପର୍କକୁ ଖୁସିରେ ଗ୍ରହଣ କରିସାରିଛନ୍ତି । ଫ୍ୟାନ୍ସ ମଧ୍ୟ ଦୁଇ ଷ୍ଚାରଙ୍କ ବିବାହକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ।












Click it and Unblock the Notifications