ଏବେ ଓଜନ କମାଇବା ସହଜ, ଜାଣନ୍ତୁ ସୋନାକ୍ଷୀ ସିହ୍ନାଙ୍କ ଫିଟନେସ୍ ରାଜ୍
ଏବେ ଓଜନ କମାଇବା ସହଜ, ଜାଣନ୍ତୁ ସୋନାକ୍ଷୀ ସିହ୍ନାଙ୍କ ଫିଟନେସ୍ ରାଜ୍
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଆଜିକାଲି ତାଙ୍କ ଫିଲ୍ମ 'ଡବଲ୍ XL ପାଇଁ ଲାଇମଲାଇଟରେ ରହିଛନ୍ତି । ଏହି ଫିଲ୍ମ ପାଇଁ ଅଭିନେତ୍ରୀଙ୍କୁ ୧୫ କିଲୋ ବଢାଇବା ପାଇଁ ପଡିଥିଲା । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଫିଲ୍ମ ଜଗତରେ ପାଦ ଦେବା ପାଇଁ ଅଭିନେତ୍ରୀଙ୍କୁ ୩୦ କିଲୋ ଓଜନ ହ୍ରାସ କରିବା ପାଇଁ ପଡିଥିଲା । ଆଜ୍ଞା ହଁ, ସଲମାନ ଖାନଙ୍କ ଫିଲ୍ମ 'ଦବଙ୍ଗ'ରେ ପ୍ରବେଶ ପୂର୍ବରୁ ସୋନାକ୍ଷୀ ତାଙ୍କ ଫିଟନେସ ପାଇଁ କଠିନ ପରିଶ୍ରମ କରିଥିଲେ। ଚଳଚ୍ଚିତ୍ର ଜଗତରେ ପାଦ ଦେବା ପୂର୍ବରୁ ସୋନାକ୍ଷୀଙ୍କ ଓଜନ ୯୫ କିଲୋ ଥିଲା । ନିକଟରେ ଏକ ସାକ୍ଷାତକାରରେ ତାଙ୍କ ଫିଟନେସ୍ ଯାତ୍ରା ବିଷୟରେ ଦର୍ଶକଙ୍କୁ ଜଣାଇଥିଲେ ସୋନାକ୍ଷୀ ।

ଏହି ସାକ୍ଷାତକାରରେ ସୋନାକ୍ଷୀ କହିଛନ୍ତି ଯେ ମୋର ଓଜନ ପାଇଁ ମୋତେ ଖୁବ ଟ୍ରୋଲର ଶିକାର ହେବା ପାଇଁ ପଡିଥିଲା । ପିଲାଦିନରୁ ମୋର ଓଜନ ଅଧିକ ରହିଥିଲା । ମୁଁ ପିଲାଦିନରେ ୯୫ କିଲୋର ଥିଲି । ମୁଁ ସ୍କୁଲରେ କ୍ରୀଡ଼ାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରୁଥିଲି, କିନ୍ତୁ ଅନ୍ୟ ପିଲାମାନେ ମୋତେ ବହୁତ ଗାଳି ଦେଉଥିଲେ ମୋର୍ ମଜାକ୍ ଉଡାଉଥିଲେ । ମୋତେ କେବେ ବି ସ୍କୁଲରେ ମୁଖ୍ୟ ଭୂମିକା କରିବା ପାଇଁ ସୁଯୋଗ ମିଳିନାହିଁ ।
ଏପରିକି ମୋ ପ୍ରଥମ ଫିଲ୍ମ 'ଦବଙ୍ଗ' ପାଇଁ ମୋତେ ପ୍ରାୟ ୩୦ କିଲୋ ଓଜନ କମାଇବା ପାଇଁ ପଡିଥିଲା । ଏହା ସତ୍ୱେ ମୋର ଓଜନ ପାଇଁ ଇଣ୍ଡଷ୍ଟ୍ରି ଏବଂ ମିଡିଆ ଦ୍ୱାରା ମୋତେ ବହୁତ ଟ୍ରୋଲ କରାଯାଇଥିଲା । ତେବେ ୩୦ କୋଲି ଓଜନ କମାଇବା ପାଇଁ ମୋତେ ପ୍ରତ୍ୟକ ଦିନ ବ୍ୟାୟାମ ସହିତ ଜଙ୍କ୍ ଫୁଡ ଖାଇବା ମଧ୍ୟ ଛାଡିବା ପାଇଁ ପଡିଥିଲା । ଓଜନ କମାଇବା ପାଇଁ ସେ କେବେଳ ଘର ରନ୍ଧା ଖାଦ୍ୟ ଖାଇବାକୁ ପସନ୍ଦ କରୁଥିଲେ। ସେ ଗ୍ରିନ୍ ଟି ଏବଂ ଫଳ ଖାଇ ନିଜକୁ ଫିଟ୍ ରଖୁଥିଲେ। ଏହା ସହ ସୋନାକ୍ଷୀ ଗୋଟିଏ ଦିନରେ ଯଥାସମ୍ଭବ ପାଣି ପିଇବାକୁ ଚେଷ୍ଟା କରୁଥିଲେ ।












Click it and Unblock the Notifications