ଭିଡିଓରେ ମନ କଥା କହିଲେ ସୋନା, ବିବାହକୁ ନେଇ ହେଉଥିଲା ଚର୍ଚ୍ଚା
ସାମ୍ନାକୁ ଆସିଛନ୍ତି ସୋନା। କରିଛନ୍ତି ବିବାହର ଖୁଲାସା। ସେ ନିଜ ଇନଷ୍ଟାଗ୍ରାମ ଅଫିସିଆଲ୍ ପେଜ୍ ରେ ଏକ ମଜାଦାର ଭିଡିଓ ସେୟାର କରି କହିଛନ୍ତି, ମୋ ବିବାହ ପଛରେ କାହିଁକି ପଡିଛନ୍ତି।
ମୁମ୍ବାଇ: ବେଶ୍ କିଛି ଦିନ ହେବା ଚର୍ଚ୍ଚାରେ ଅଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଜାହିର ଇକବଲଙ୍କ ସହ ରିଲେସନସିପ ଯୋଗୁଁ ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ତଳେ ଜାହିର ସୋନାକ୍ଷୀଙ୍କୁ ବର୍ଥ ଡେ' ୱିଶ କରିବା ସହ ଆଇ ଲଭ ୟୁ ବୋଲି କହିଥିଲେ । ଏହା ପର ଠୁ ସୋସିଆଲ ମିଡ଼ିଆରେ ଦବଙ୍ଗ ଗର୍ଲଙ୍କ ସହ ଜାହିରଙ୍କ ବିବାହ ନେଇ ଚର୍ଚ୍ଚା ହେଉଛି।

ତେବେ ଏହି କଥା ନେଇ ସାମ୍ନାକୁ ଆସିଛନ୍ତି ସୋନା। କରିଛନ୍ତି ବିବାହର ଖୁଲାସା। ସେ ନିଜ ଇନଷ୍ଟାଗ୍ରାମ ଅଫିସିଆଲ୍ ପେଜ୍ ରେ ଏକ ମଜାଦାର ଭିଡିଓ ସେୟାର କରି କହିଛନ୍ତି, ମୋ ବିବାହ ପଛରେ କାହିଁକି ପଡିଛନ୍ତି। କେବେ ମେହେନ୍ଦି, ହଳଦୀ, ସଙ୍ଗୀତ ଆପଣ ମାନେ ସବୁ ଠିକ୍ କରି ସାରିଲେଣି ଯଦି ମତେ ବି ଟିକେ ଜଣେଇ ଦେବେ । କାରଣ ଏସବୁ ମୁଁ କିଛି ଜାଣିନି। ମୋର ବର୍ତ୍ତମାନ ସେପରି କୌଣସି ଯୋଜନା ନାହିଁ। ସେ ଭିଡ଼ିଓ ଦ୍ଵାରା ନିଜର ମନ କଥା ଦର୍ଶକଙ୍କୁ କହିଛନ୍ତି।
ତେବେ ସୋନକ୍ଷୀଙ୍କ ଏହି ଭିଡିଓରେ ମଧ୍ୟ ସ୍ମାଇଲି ଦେଇ ରିଆକ୍ଟ କରିଛନ୍ତି ଜାହିର । କିଛି ଦିନ ତଳେ ସୋନଙ୍କ ବର୍ଥ ଡେ ରେ ଜାହିର ଜନ୍ମଦିନ ଶୁଭେଚ୍ଛା ସହିତ ଆଇ ଲଭ ୟୁ ବୋଲି ଲେଖି ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ।












Click it and Unblock the Notifications