ସୋହେଲ-ସୀମାଙ୍କ ସମ୍ପର୍କରେ ଫାଟ

ବଲିଉଡର 'ଦବଙ୍ଗ' ଷ୍ଟାର ସଲମାନ ଖାନଙ୍କ ଘରୁ ଛାଡପତ୍ର ଖବର । ସଲମାନ ଖାନଙ୍କ ସାନଭାଇ ତଥା ଅଭିନେତା ସୋହେଲ ଖାନ ଏବଂ ପତ୍ନୀ ସୀମା ଖାନ ଛାଡପତ୍ର ପାଇଁ ଆବେଦନ କରିଛନ୍ତି

ହାଇଦ୍ରାବାଦ: ବଲିଉଡର 'ଦବଙ୍ଗ' ଷ୍ଟାର ସଲମାନ ଖାନଙ୍କ ଘରୁ ଛାଡପତ୍ର ଖବର । ସଲମାନ ଖାନଙ୍କ ସାନଭାଇ ତଥା ଅଭିନେତା ସୋହେଲ ଖାନ ଏବଂ ପତ୍ନୀ ସୀମା ଖାନ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ସୋହେଲ ଏବଂ ସୀମା ମୁମ୍ବାଇର ପରିବାର କୋର୍ଟ ବାହାରେ ନଜର ଆସିଛନ୍ତି। ବିବାହର 24 ବର୍ଷ ପରେ ଉଭୟ ଛାଡପତ୍ର ନେବାକୁ ଯାଉଛନ୍ତି। ଏହି ଖବର ଉପରେ ଏପର୍ଯ୍ୟନ୍ତ ଉଭୟଙ୍କ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଆସିନାହିଁ।

soihel

ଦୀର୍ଘ ଦିନ ହେବ ଦୁହେଁ ଅଲଗା ଅଲଗା ରହୁଛନ୍ତି । ସୋହେଲ ଏବଂ ସୀମା 1998 ମସିହାରେ ବିବାହ କରିଥିଲେ 2000 ମସିହାରେ ଦମ୍ପତିଙ୍କର ପ୍ରଥମ ସନ୍ତାନ ହୋଇଥିଲା । ଦମ୍ପତିଙ୍କ ବଡ ପୁଅର ନାମ ନିର୍ବାଣ। ପରେ, ସରୋଗେସି ମାଧ୍ୟମରେ ଏହି ଦମ୍ପତିଙ୍କର ଦ୍ୱିତୀୟ ସନ୍ତାନ ଜୋହାନ ହୋଇଥିଲେ ।

ଗତ ବର୍ଷ ପରିବାର ଜୋହାନଙ୍କ ଦଶମ ଜନ୍ମଦିନ ପାଳନ କରିଥିଲେ। ଶୁକ୍ରବାର ଦିନ ସୋହେଲ ଏବଂ ସୀମା ମୁମ୍ବାଇର ପରିବାର କୋର୍ଟ ବାହାରେ ନିଜ ନିଜ କାରରେ ଆସିଥିଲେ। 51 ବର୍ଷୀୟ ସୋହେଲ ଖାନ ବଲିଉଡରେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି, କିନ୍ତୁ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର କିଛି ଖାସ୍‌ ନଥିଲା । ସେ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର 'ମୈନେ ଦିଲ୍ ତୁଝକୋ ଦିୟା' (2002) ରୁ ଆରମ୍ଭ କରିଥିଲେ । 2019ରେ ଅଭିନେତାଙ୍କୁ ବଡ଼ ଭାଇ ସଲମାନ ଖାନଙ୍କ ଫିଲ୍ମ 'ଦବଙ୍ଗ -3' ରେ ପୋଲିସ ଇନ୍ସପେକ୍ଟର ଭୂମିକାରେ ଦେଖିବାକୁ ମିଳିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+