ଏହି ମଞ୍ଚରେ ଏକାଠି ନଜର ଆସିଲେ ସଲମାନ-ଅକ୍ଷୟ, ସୋସିଆଲ ମିଡିଆରେ କରୁଛି ଡ୍ରେଣ୍ତ୍
ଏହି ମଞ୍ଚରେ ଏକାଠି ନଜର ଆସିଲେ ସଲମାନ-ଅକ୍ଷୟ, ସୋସିଆଲ ମିଡିଆରେ କରୁଛି ଡ୍ରେଣ୍ତ୍

ନୂଆଦିଲ୍ଲୀ: ହିନ୍ଦୀ ସିନେମାର ଦୁଇ ମେଗା ସୁପରଷ୍ଟାର ସଲମାନ ଖାନ ଏବଂ ଅକ୍ଷୟ କୁମାର । ନିକଟରେ ଦିଲ୍ଲୀର ଏକ ବିବାହ ଉତ୍ସବରେ ଇଣ୍ଡଷ୍ଟ୍ରିର ଏହି ଦୁଇ ସୁପରଷ୍ଟାର ଗୋଟେ ମଞ୍ଚରେ ଏକାଠି ନଜର ଆସିଥିଲେ । ଏହି ସମୟରେ ସଲମାନ ଏବଂ ଅକ୍ଷୟ ନିଜ ଡ୍ୟାନ୍ସରେ ଜିଣିଥିଲେ ଦର୍ଶକଙ୍କ ମନ । ସଲମାନ ଖାନ ଏବଂ ଅକ୍ଷୟ କୁମାରଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Megastar #SalmanKhan today pic.twitter.com/mO5o954UNc
— Ifty khan (@Iftykhan15) February 19, 2023
ୱିକେଣ୍ତରେ ସଲମାନ ଖାନ ଏବଂ ଅକ୍ଷୟ କୁମାର ଦିଲ୍ଲୀରେ ଏକ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଏହି ଗ୍ରାଣ୍ଡ ବିବାହ କାର୍ଯ୍ୟ ସମୟରେ ସଲମାନ ଖାନ ଏବଂ ଅକ୍ଷୟ କୁମାର ନିଜ ନିଜ ଲୋକପ୍ରିୟ ଗୀତରେ ଡ୍ୟାନ୍ସ କରିଥିଲେ ।
ଭିଡିଓରେ ଗୋଟିଏ ପଟେ ସଲମାନ ଖାନ ତାଙ୍କ ସୁପରହିଟ ଗୀତ 'ତେରେ ମସ୍ତ ମସ୍ତ ନୈନ୍'ଚମତ୍କାର ଡ୍ୟାନ୍ସ କରିଥିଲେ। ଅନ୍ୟପକ୍ଷରେ ଖିଲାଡ଼ି କୁମାର ମଧ୍ୟ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ସେଲଫି'ର ଗୀତ' ମେନ୍ ଖିଲାଡି ତୁ ଅନାଡୀ'ରେ ନାଚୁଥିବାର ଦେଖିବା ପାଇଁ ମିଳିଥିଲା ।
. @BeingSalmanKhan and @akshaykumar snapped at a very big wedding in Delhi. #SalmanKhan #AkshayKumar pic.twitter.com/7xMSAUpb3p
— K🔱 (@BEINGKUNAL121) February 20, 2023
ଦୀର୍ଘ ଦିନ ପରେ ସଲମାନ ଏବଂ ଅକ୍ଷୟଙ୍କୁ ଏକାଠି ଗୋଟେ ମଞ୍ଚରେ ଦେଖିବା ପାଇଁ ମିଳିଥିଲା । ଯାହାକୁ ନେଇ ୱଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସଲମାନ ଖାନ ଏବଂ ଅକ୍ଷୟ କୁମାରଙ୍କ ଏହି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସଲମାନ ଏବଂ ଆକ୍କିଙ୍କ ଏହି ଡ୍ୟାନ୍ସ ଭିଡିଓରେ ପ୍ରଶଂସକଙ୍କର ଲାଇକ୍ ଏବଂ କମେଣ୍ଟର ବର୍ଷା ଆରମ୍ଭ ହୋଇଯାଇଛି ।
ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର 'ସେଲଫି'ଫେବୃଆରୀ ୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ସେହିପରି ସମୟରେ ସଲମାନ ଖାନ ଫିଲ୍ମ 'କିସି କା ଭାଇ କିସି କି ଜାନ' ଏପ୍ରିଲରେ ଇଦ୍ ଅବସରରେ ମୁକ୍ତିଲାଭ କରିବ।












Click it and Unblock the Notifications