ବଲିଉଡରେ ଶେହନାଜଙ୍କ ଏଣ୍ଟ୍ରି,ସଲମାନଙ୍କ ଫିଲ୍ମ 'କଭି ଇଦ୍ କଭି ଦିୱାଲି'ରେ ନଜର ଆସିବ ଶେହନାଜ
Snehnaaz Gill will appear in Salman's "Kabhi Eid Kabhi Diwali"ସଲମାନଙ୍କ ସହ 'କଭି ଇଦ୍ କଭି ଦିୱାଲି'ରେ ନଜର ଆସିବ ଶେହନାଜ ଗିଲ୍
ମୁମ୍ବାଇ:ବଲିଉଡ ଅଭିନେତା ସଲମାନ ଖାନ ସିନେମାର ସବୁଠାରୁ ବଡ ଅଭିନେତା ଭାବରେ ଜଣାଶୁଣା । ସଲମାନ ତାଙ୍କର ଉଦାରତା ପାଇଁ ମଧ୍ୟ ପ୍ରସିଦ୍ଧ । ସଲମାନ ସର୍ବଦା ଲୋକଙ୍କୁ ସାହାଯ୍ୟ କରନ୍ତି । ଏହା ବ୍ୟତୀତ ସେ ଫିଲ୍ମରେ ଅନେକ ଅଭିନେତ୍ରୀଙ୍କୁ ମଧ୍ୟ ଲଞ୍ଚ କରିଛନ୍ତି। ସେ ଜରିନ ଖାନ, ସ୍ନେହା ଉଲାଲ, ଅନୀତା ହାସନାନନ୍ଦୀ, ଆଥିଆ ଶେଟ୍ଟୀ ଠାରୁ ଆରମ୍ଭ କରି ସୁରଜ ପଞ୍ଚୋଲି ପର୍ଯ୍ୟନ୍ତ ବଲିଉଡରେ ଆହୁରି ଅନେକ ଅଭିନେତା ମଧ୍ୟ ଲଞ୍ଚ କରିଛନ୍ତି। ଏସବୁ ବ୍ୟତୀତ ସଲମାନ ବର୍ତ୍ତମାନ ଫିଲ୍ମରେବିଗ୍ ବସ୍ ଫେମ୍ ଶେହନାଜ ଗିଲଙ୍କୁ ମଧ୍ୟ ଲଞ୍ଚ କରିବା ପାଇଁ ଯାଉଛନ୍ତି ।

ମନୋରଞ୍ଜନ ଜଗତରେ ପଞ୍ଜାବୀ କ୍ୟାଟ୍ରିନା ଭାବରେ ଜଣାଶୁଣା ଶେହନାଜ ପ୍ରତିଦିନ ସୋସିଆଲ ମିଡିଆରେ ନିଜର ଫଟୋ ପୋଷ୍ଟ କରନ୍ତି । ବିଗ୍ ବସ୍ରୁ ଲାଇମଲାଇଟକୁ ଆସିଥିବା ଶେହନାଜ ଗିଲଙ୍କୁ ସଲମାନ ଖାନ ବଲିଉଡରେ କାମ କରିବା ପାଇଁ ଏକ ବଡ଼ ସୁଯୋଗ ଦେଇଛନ୍ତି। ସଲମାନଙ୍କ ଫିଲ୍ମ କଭି ଇଦ୍ କଭୀ ଦିୱାଲିରେ ନଜର ଆସିବେ ଶେହନାଜ ।ଯାହା ତାଙ୍କ ପାଇଁ ବିଟାଉନରେ ଏଣ୍ଟ୍ରି କରିବା ପାଇଁ ଏକ ବଡ଼ ସୁଯୋଗ କହିବା ଭୁଲ ହେବା ନାହିଁ ।
ଆଜିକାଲି ଦବଙ୍ଗ ଖାନ ନିଜ ବିଗ୍ ବଜେଟ୍ ଫିଲ୍ମ ଟାଇଗର ୩ ଓ 'କଭି ଇଦ୍ କଭୀ ଦିୱାଲି'ର ଶୁଟିଂରେ ବିଜି ଅଛନ୍ତି । ଟାଇଗର ୩ରେ
ପୁଣି ସଲମାନଙ୍କ ସହ ନଜର ଆସିବେ କଟ୍ରିନା କୈଫ୍ ।ଯାହା ୨୦୨୩ରେ ଇଦ୍ ରେ ରିଲିଜ୍ ହେବ ।












Click it and Unblock the Notifications