Get Updates
Get notified of breaking news, exclusive insights, and must-see stories!

ପୁଣି ଟିଭି ପରଦାକୁ ଫେରିଲେ ବିଜେପି ନେତ୍ରୀ ସ୍ମୃତି ଇରାନୀ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ ପୁଣିଥରେ ଲୋକପ୍ରିୟ ହିନ୍ଦୀ ଟେଲିଭିଜନ ଧାରାବାହିକ 'କ୍ୟୁଁକି ସାସ୍‌ ଭି କଭି ବହୂ ଥି'କୁ ଫେରିଛନ୍ତି। ଏହାର ପ୍ରିମିୟର ପୂର୍ବରୁ ସ୍ମୃତି ଇରାନୀ ତୁଲସୀ ବିରୱାନି ଚରିତ୍ରରେ ନଜର ଆସିଛନ୍ତି। ଏହାର ପ୍ରଥମ ଚିତ୍ର ସାମ୍ନାକୁ ଆସିଛି। ସ୍ମୃତି ଏକ ମେରୁନ୍‌ ରଙ୍ଗର ଶାଢ଼ି ପିନ୍ଧିଛନ୍ତି। ସେଥିରେ ସୁନେଲି ବୁଟି ଏବଂ ଜରି ବର୍ଡର ରହିଛି। ମଥାରେ ସେ ତାଙ୍କ ଚିରାଚରିତ ବଡ଼ ବିନ୍ଦି ପିନ୍ଧିବା ସହିତ ବେକରେ ପାରମ୍ପରିକ ମନ୍ଦିର ଗହଣା ଓ ମଙ୍ଗଳସୂତ୍ର ପକାଇଛନ୍ତି।

୨୦୦୦ରୁ ୨୦୦୮ରେ ହିନ୍ଦୀ ଧାରାବାହିକ 'କ୍ୟୁଁକି ସାସ୍‌ ଭି କଭି ବହୂ ଥି' ଟେଲିଭିଜନ ଦୁନିଆରେ ବିଶେଷ ଆକର୍ଷଣ ହାସଲ କରିଥିଲା। ଏହି ଧାରାବାହିକ ଜରିଆରେ ଅଭିନେତ୍ରୀ ସ୍ମୃତି ଇରାନୀ ଅଭୂତପୂର୍ବ ଲୋକପ୍ରିୟତା ଅର୍ଜନ କରିଥିଲେ। ଗତ ସାଧାରଣ ନିର୍ବାଚନରେ ଆମେଥିରୁ ହାରିବା ପରେ ବର୍ତ୍ତମାନ ପୁଣିଥରେ ସ୍ମୃତି ସେହି ଟେଲିଭିଜନ ଧାରାବାହିକକୁ ଫେରିଛନ୍ତି।

Smriti Irani

ୱି ଦି ୱିମ୍ୟାନ୍‌ର ଏକ ଏପିସୋଡ୍‌ରେ ସ୍ମୃତି ଇରାନୀ ଧାରାବାହିକ ପ୍ରକାଶର ବିଳମ୍ବ ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିରେ ସେ କହିଛନ୍ତି, ଏହି ଧାରାବାହିକକୁ ସମ୍ପୂର୍ଣ୍ଣ ଦେଖିଲେ ଜାଣିପାରିବେ ଯେ ୨୦୧୪ରେ ଏହା ପୁଣିଥରେ ସୁଟିଂ କରିବାକୁ ସେ ଚୁକ୍ତି କରିଥିଲେ। କିନ୍ତୁ ପରେ ଭାରତର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବାରୁ ଏଥିରୁ ସେ ବାହାରିଯାଇଥିଲେ। ସେତେବେଳେ ସୁଟିଂ ସେଟ୍‌ ପ୍ରସ୍ତୁତ ହୋଇଯାଇଥିଲା, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଶପଥ ନେବା ନିମନ୍ତେ ଫୋନ୍‌ କଲ୍‌ ଆସିଥିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+