ମାୟାନଗରୀ ହୋଟେଲରେ ଆତ୍ମହତ୍ୟା କଲେ ମଡେଲ୍

ମାୟାନଗରୀ ହୋଟେଲରେ ଆତ୍ମହତ୍ୟା କଲେ ମଡେଲ୍.ଶାନ୍ତି ଦରକାର କହି ଆତ୍ମହତ୍ୟା କଲେ ମଡେଲ୍!

ମୁମ୍ବାଇ: ଶାନ୍ତି ଦରକାର କହି ଆତ୍ମହତ୍ୟା କଲେ ମଡେଲ୍ ! ଫ୍ୟାନରେ ରଶି ଲଗାଇ ସୁଇସାଇଡ୍ କରିଛନ୍ତି ୩୦ ବର୍ଷୀୟା ଆକାଂକ୍ଷା ।

ମାୟାନଗରୀ ମୁମ୍ବାଇ ଯେତିକି ରଙ୍ଗିନ୍ ସେତିକି ସଂଘର୍ଷମୟ ମଧ୍ୟ । ଏଠି ନିଜ ସ୍ୱପ୍ନ ପୂରଣ କରିବା ପାଇଁ ତ ଅନେକ ପହଁଚିଥାନ୍ତି ହେଲେ କ୍ଷଣିକରେ ଏହି ସହର ଅନେକଙ୍କୁ ଅସହାୟ ମଧ୍ୟ କରିଦିଏ । ଯାହାର ଅନେକ ଉଦାହରଣ ଆପଣ ମାନେ ପୂର୍ବରୁ ମଧ୍ୟ ଦେଖି ସାରିଥିବେ । ଏବେ ଜଣେ ମଡେଲ କରିଛନ୍ତି ଆତ୍ମହତ୍ୟା । ଫ୍ୟାନରେ ରଶି ଲଗାଇ ସୁଇସାଇଡ୍ କରିଛନ୍ତି ୩୦ ବର୍ଷୀୟା ଆକାଂକ୍ଷା ।

Model commits suicide

ମୁମ୍ବାଇରେ କାମ କରିବା ପାଇଁ ଆସିଥିବା ଆକାଂକ୍ଷା ମୋହନ ଏକ ହୋଟେଲରେ ରହୁଥିଲେ । ସେ ଗତ ବୁଧବାର ଦିନ ଚେକ ଇନ୍ କରିଥିଲେ । ହୋଟେଲ କର୍ମାଚାରୀଙ୍କ ସୂଚନା ଅନୁସାରେ ସବୁ କିଛି ସ୍ୱଭାବିକ ଥିଲା । ସେ ରୁମ୍ ନେବା ପରେ ଖାଇବା ଅର୍ଡର କରିଥିଲେ । ପରଦିନ ସକାଳେ ୱେଟର କବାଟ ବାଡେଇ ଡାକିଥିଲା ହେଲେ ଭିତରୁ କିଛି ଜବାବ ଆସିନଥିଲା । ଅନେକ ସମୟ ବିତିଯାଇଥିଲା ହେଲେ ମଡେଲ ଜଣକ ରୁମରୁ ବାହାରି ନଥିଲେ । ଫଳରେ ହୋଟେଲ ମ୍ୟାନେଜରଙ୍କୁ ଖବର ଦିଆଯାଇଥିଲା । ଯାହା ପରେ ହୋଟେଲ ପକ୍ଷରୁ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା । ପୋଲିସ ଆସି ମାଷ୍ଟର ଚାବିରେ କବାଟ ଖୋଲିବାରୁ ମଡେଲ ପଙ୍ଖାରେ ଝୁଲିଥିବା ଦେଖିବାକୁ ମିଳଇଥିଲା । ପାଖରେ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ପୋଲିସ ଜବତ କରିଥିଲା । ଯେଉଁଥିରେ ସେ ଲେଖିଛନ୍ତି ଯେ 'ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି, ତାଙ୍କୁ କେବଳ ଶାନ୍ତି ଦରକାର ବୋଲି ସେ ଆତ୍ମହତ୍ୟା କରିଛନ୍ତି' । ଶବ ଉଦ୍ଧାର କରିବା ସହ ମଡେଲଙ୍କ ଆତ୍ମହତ୍ୟାର ଯାଞ୍ଚ ଆରମ୍ଭ କରିଛି ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+