ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲା: ଏସଆଇଟି ତଦନ୍ତ ଦାବି, ହୋଇ ନାହିଁ ଅନ୍ତିମ ସଂସ୍କାର
ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲା: ଏସଆଇଟି ତଦନ୍ତ ଦାବି, ହୋଇ ନାହିଁ ଅନ୍ତିମ ସଂସ୍କାର
Tunisha Sharma Death Case: 'Ali Baba-Dastaan E Kabul' ଟିଭି ସିରିଏଲ ଫେମ୍ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗତ ଦୁଇ ଦିନ ହେଲା ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଲ୍ ଇଣ୍ତିଆ ସିନେ ୱାର୍କର୍ସ ଆସୋସିଏସନ ଏସଆଇଟି ତଦନ୍ତ ଦାବି କରିଛି । ରବିବାର ପୋଷ୍ଟମର୍ଟମ ପରେ ମଧ୍ୟ ତୁନିଶା ଶର୍ମାଙ୍କ ଶେଷ ରୀତିନୀତି କରାଯାଇ ନାହିଁ । ତେବେ ଚାଲନ୍ତୁ ଜାଣିବା କ'ଣ ପାଇଁ ବିଳମ୍ବ ହୋଇଛି ତୁନିଶା ଶର୍ମାଙ୍କ ଅନ୍ତିମ ସଂସ୍କାର ।

ଛୋଟ ପରଦାର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ସାଜି ତୁନିଶା ଶର୍ମା ଖୁବ୍ କମ୍ ସମୟ ମଧ୍ୟରେ ନିଜ ଚମତ୍କାର ଅଭିନୟ ଜରିଆରେ ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ସମସ୍ତ ସଫଳତାକୁ ପଛରେ ଛାଡି ମାତ୍ର ୨୦ ବର୍ଷ ବୟସରେ ସେ ସବୁ ଦିନ ପାଇଁ ଅଲବିଦା କହି ଚାଲିଯାଇଛନ୍ତି । ଶନିବାର ଦିନ ସେଟରେ ହିଁ ଆତ୍ମହତ୍ୟା କରିଥିଲେ ଅଭିନେତ୍ରୀ ତୁନିଶା ଶର୍ମା । ସୂଚନା ଅନୁସାରେ, ଡିସେମ୍ବର ୨୫ ରେ ରାତି ୧:୩୦ ସମୟରେ ଅଭିନେତ୍ରୀଙ୍କର ପୋଷ୍ଟମର୍ଟମ କରାଯାଇଛି ।
ସେପଟେ ପ୍ରାୟ ୨ ଦିନ ବିତି ଯାଇଥିଲେ ମଧ୍ୟ ତୁନିଶା ଶର୍ମାଙ୍କର ଶେଷ ରୀତିନୀତି କରାଯାଇ ନାହିଁ । ବାସ୍ତବରେ, ତୁନିଶା ଶର୍ମାଙ୍କ ଅନ୍ତିମ ସଂସ୍କାରରେ ବିଳମ୍ବ ହେବାର ପ୍ରକୃତ କାରଣ ହେଉଛି ଯେ, ତୁନିସାଙ୍କର କିଛି ପରିବାର ସଦସ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଆସି ନାହାଁନ୍ତି । ତୁନିଶାଙ୍କ ମାଉସୀ ଇଂଲଣ୍ଡରେ ରୁହନ୍ତି, ତେଣୁ ସେଠାରୁ ଆସିବାରେ ତାଙ୍କୁ ସମୟ ଲାଗୁଛି, ଯେଉଁଥିପାଇଁ ଅଭିନେତ୍ରୀଙ୍କ ଅନ୍ତିମ ସଂସ୍କାରରେ ବିଳମ୍ବ ହେଉଛି ।
ଶ୍ୱାସରୁଦ୍ଧ ହୋଇ ତୁନିଶା ଶର୍ମାଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ
ତୁନିଶା ଶର୍ମା ଆତ୍ମହତ୍ୟା ମାମଲାରେ ପୋଲିସ ନିରନ୍ତର ଅନୁସନ୍ଧାନ କରୁଛି । ଏହି ମାମଲା ସମ୍ପର୍କରେ ମୁମ୍ବାଇ ପୋଲିସର ଏସିପି ଚନ୍ଦ୍ରକାନ୍ତ ଯାଦବ ରାଜ୍ୟର ଭାଲିଭ ପୋଲିସ ଷ୍ଟେସନରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଯେ, ତୁନିଶା ଶର୍ମାଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ହେବା କାରଣରୁ ହୋଇଛି । ଏହି ମାମଲାରେ ବର୍ତ୍ତମାନ ତଦନ୍ତ ଜାରି ରହିଛି । ଅଭିନେତ୍ରୀଙ୍କ ଆତ୍ମହତ୍ୟା ପଛର ପ୍ରକୃତ କାରଣ ଜାଣିବା ପାଇଁ ଅନୁସନ୍ଧାନ ଜାରି ରଖିଛି ପୋଲିସ । ଏହି ମାମଲାରେ ପୋଲିସ ତାଙ୍କ ପ୍ରେମିକ Sheezan Mohammed Khan ଖାନଙ୍କୁ ଗିରଫ କରି ୪ ଦିନିଆ ରିମାଣ୍ତରେ ନେଇଛି । ସେହିପରି ଏହି ମାମଲାରେ ବର୍ତ୍ତମାନ ୧୪ ଜଣଙ୍କ ବୟାନ ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ଏହାକୁ ଲଭ୍ ଜିହାଦ୍ ବୋଲି କହିଛନ୍ତି ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଗିରୀସ ମହାଜନ ।












Click it and Unblock the Notifications