ପ୍ରକୃତିଙ୍କ ଉପରେ ବର୍ଷିଲେ ବାବୁସାନଙ୍କ ଭଉଣୀ; କହିଲେ...
ବାବୁସାନଙ୍କ ବିବାଦରେ ମୁହଁ ଖୋଲିଲେ ବାବୁସାନଙ୍କ ସମ୍ପର୍କୀୟ ଭଉଣୀ ତୃପ୍ତି ମହାନ୍ତି । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଉପରେ ବର୍ଷିଲେ ତୃପ୍ତି ।
ଭୁବନେଶ୍ବର: ବାବୁସାନଙ୍କ ବିବାଦରେ ମୁହଁ ଖୋଲିଲେ ବାବୁସାନଙ୍କ ସମ୍ପର୍କୀୟ ଭଉଣୀ ତୃପ୍ତି ମହାନ୍ତି । ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଉପରେ ବର୍ଷିଲେ ତୃପ୍ତି । ଭାଇର ସଂସାର ଯେତିକି ବରବାଦ୍ କରିବା କଥା କଲ । ଏବେ ନିଜ ରାସ୍ତା ଦେଖ କହିଛନ୍ତି ତୃପ୍ତି । ପୁଣିଥରେ ପରିବାର ପାଖକୁ ଫେରିଆସି ସଂସାର ଗଢିବାକୁ ନିବେଦନ କରିଛନ୍ତି ତାଙ୍କ ଭଉଣୀ ।

ସେ କହିଛନ୍ତି , ମୋ ଭାଇଠୁ ଦୂରେଇ ରୁହ । ମୋ ଭାଇ ବହୁତ ସରଳ ବିଶ୍ୱାସୀ । ସେ ଏବେ ବଦଳିଯାଇଛି । ପ୍ରକୃତି ମୋ ଭାଇର ସଂସାର ଭାଙ୍ଗିଛି । ପୂର୍ବରୁ ଏହି ଘଟଣାକୁ ନେଇ ଆମେ ମନ୍ମଥ ମିଶ୍ରଙ୍କ ଘରକୁ ଯାଇଥିଲୁ । ଝିଅ ମୋ ଆୟତ୍ତରେ ନଥିବା କହିଥିଲେ ପ୍ରକୃତିଙ୍କ ବାପା । ଭାଇକୁ ବୁଝାଇବାକୁ ସବୁ ଉଦ୍ୟମ କରିଥିଲୁ ।
ଆଜି ସକାଳେ ବି ସ୍ତ୍ରୀ ଓ ପୁଅ ପାଖକୁ ପୁଣି ଥରେ ବାବୁସାନ୍ ଫେରି ନୂଆ ଆରମ୍ଭ କରୁ ବୋଲି ନିବେଦନ କରିଥିଲେ ଅପରାଜିତା । ଏବେ ପୁଣି ବାବୁସାନ୍ଙ୍କ ସଂସାର ସଜାଡି ହେଇଯାଉ ବୋଲି ତାଙ୍କ ଭଉଣୀ ସଭିଙ୍କୁ ଅନୁରୋଧ କରିଛନ୍ତି ।
ସେ ଆହୁରି କହିଛନ୍ତି, 'ପ୍ରକୃତି ମିଶ୍ରଙ୍କ କ୍ୟାରେକ୍ଟର ବିଷୟରେ ମୁଁ ଭଲ ଭାବରେ ଜାଣିଛି । କେବଳ ଓଡିଶା ଇଣ୍ଡଷ୍ଟ୍ରିରେ ନୁହେଁ ମୁ୍ମ୍ବାଇରେ ମଧ୍ୟ ତାଙ୍କର ଇମ୍ପ୍ରେସନ୍ କ'ଣ ଅଛି ତାହା ମୋ ଠାରୁ ଅଧିକ କେହି ବୋଧେ ଜାଣିନାହାଁନ୍ତି'
'ପ୍ରକୃତି ମିଶ୍ର ବିଷୟରେ ଜାଣିବା ପରେ ମୁଁ ମୋ ଭାଇକୁ ବୁଝାଇବାକୁ ଯାଇଥିଲି । ହେଲେ ପୂର୍ବର ଆଉ ସେ ବାବୁସାନକୁ ପାଇନଥିଲି । ସେ ପୁରାପୁରି ବଦଳି ଯାଇଥିଲା । ଆଗରୁ ସେ ତା' ମା' ,ପରିବାର, ସ୍ତ୍ରୀ, ପୁଅକୁ ଏତେ ଭଲପାଉଥିଲା ହେଲେ ଏବେ ସେ ଘରକୁ ହିଁ ଆସୁନି, କାହାକୁ ଚାହୁଁନି । ସେ ଏତେ ବଦଳିଯାଇଛି ଯେ, ତାକୁ ଫେରାଇଆଣିବା ଏବେ କଷ୍ଟକର । ଆଉ ଗୋଟେ କଥା ଅଜିକା ବିଜ୍ଞାନ ଯୁଗରେ ଏକଥା ବିଶ୍ୱାସ କରିନହେଲେ ବି ବୋଧେ ତା' ଉପରେ ମ୍ୟାଜିକ୍ ହୋଇଛି' ବୋଲି କହିଛନ୍ତି ବାବୁସାନଙ୍କ ଭଉଣୀ ।












Click it and Unblock the Notifications