ମିସ୍ ଇଣ୍ଡିଆ 2022 : ସିନି ଶେଟ୍ଟୀଙ୍କ ନୃତ୍ୟଶିଳ୍ପୀରୁ ଫେମିନା ମିସ ଇଣ୍ଡିଆ ଯାତ୍ରା
କର୍ଣ୍ଣାଟକର ସିନି ସଦାନନ୍ଦ ଶେଟ୍ଟୀଙ୍କୁ ମିସ୍ ଇଣ୍ଡିଆ 2022 ନାମରେ ନାମିତ କରାଯାଇଥିଲା। ମାତ୍ର 21 ବର୍ଷ ବୟସରେ ସେ ଏହି ଟାଇଟଲର ହକଦାର ହୋଇ ପାରିଛନ୍ତି। ତେବେ ଆସନ୍ତୁ ଜାଣିବା ସିନିଙ୍କ ବିଷୟରେ କିଛି ଅଜଣା କଥା....
ନୂଆଦିଲ୍ଲୀ: କର୍ଣ୍ଣାଟକର ସିନି ସଦାନନ୍ଦ ଶେଟ୍ଟୀଙ୍କୁ ମିସ୍ ଇଣ୍ଡିଆ 2022 ନାମରେ ନାମିତ କରାଯାଇଥିଲା। ମାତ୍ର 21 ବର୍ଷ ବୟସରେ ସେ ଏହି ଟାଇଟଲର ହକଦାର ହୋଇ ପାରିଛନ୍ତି। ତେବେ ଆସନ୍ତୁ ଜାଣିବା ସିନିଙ୍କ ବିଷୟରେ କିଛି ଅଜଣା କଥା....

ବିଜୟ ହାସଲ ପରେ ସିନି ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ପ୍ରିୟଙ୍କା ଚୋପ୍ରାଙ୍କର ଜଣେ ବଡ଼ ପ୍ରଶଂସକ। ଉଲ୍ଲେଖନୀୟ ଯେ, 2000 ମସିହାରେ ପ୍ରିୟଙ୍କା ଚୋପ୍ରା ମିସ୍ ଇଣ୍ଡିଆ ହୋଇଥିଲେ। ତାଙ୍କ ବିଷୟରେ ମୁଁ ଅନେକ ଟିଭିରେ ଦେଖିଛି । ତାଙ୍କ ଠାରୁ ମୋତେ ଇନସ୍ପିରେସନ ମିଳେ । ସିନି କହିଛନ୍ତି ଯେ, ମହିଳାମାନେ ସଙ୍କୁଚିତ ହୋଇ ଜୀବନଯାପନ କରିବାର ଆବଶ୍ୟକତା ନାହିଁ ବରଂ ପୁରୁଣା ନିୟମକୁ ଦୂର କରି ବାହାରକୁ ବାହାରନ୍ତୁ ଏବଂ ନିଜ ହିସାବରେ ଜୀବନ ଯିଅନ୍ତୁ । ଏହି ଇଭେଣ୍ଟରେ ରାଜସ୍ଥାନର ରୁବଲ୍ ଶେଖାୱାତ୍ ଫେମିନା ମିସ୍ ଇଣ୍ଡିଆ ୨୦୨୨ ପ୍ରଥମ ରନର୍ ଅପ୍ ଏବଂ ଉତ୍ତରପ୍ରଦେଶର ଶିନାତା ଚୌହାନଙ୍କୁ ଫେମିନା ମିସ୍ ଇଣ୍ଡିଆ ୨୦୨୨ ଦ୍ୱିତୀୟ ରନର୍ ଅପ୍ ହୋଇଥିଲେ ।
ଶିକ୍ଷା ଓ ପରିବାର
ସିନି ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। କିନ୍ତୁ କିଛି ଦିନ ପରେ ତାଙ୍କ ପରିବାର କର୍ଣ୍ଣାଟକ ଚାଲିଯାଇଥିଲେ। ସେ ସ୍କୁଲ ପାଠ ପଢା ପରେ ଆକାଉଟିଂ ଏବଂ ଫାଇନାନ୍ସରେ ଡିଗ୍ରୀ ହାସଲ କରିଛନ୍ତି। ବର୍ତ୍ତମାନ CFA (ଚାର୍ଟାର୍ଡ ଫାଇନାନ୍ସିଆଲ୍ ଆନାଲିଷ୍ଟ) କରୁଛନ୍ତି । ଏହା ବ୍ୟତୀତ ସିନି ଜଣେ ନୃତ୍ୟଶିଳ୍ପୀ, ଅଭିନେତ୍ରୀ, ମଡେଲ୍ ଏବଂ କଣ୍ଟେଣ୍ଟ୍ କ୍ରିଏଟର ମଧ୍ୟ । ଜଣେ ବୃତ୍ତିଗତ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ । ମାତ୍ର ଚାରି ବର୍ଷ ବୟସରୁ ନୃତ୍ୟର କଳା ଶିଖିବା ଆରମ୍ଭ କରିଥିଲେ ଏହି ସୁନ୍ଦରୀ ।
ସିନିଙ୍କର ନୃତ୍ୟ ପ୍ରତି ରହିଛି ଦୁର୍ବଳତା :
ମାତ୍ର ୧୪ ବର୍ଷ ବୟସରେ ଭରତନାତ୍ୟମରେ ତାଙ୍କର ଆରେଙ୍ଗତ୍ରାମ ଶେଷ କରିଥିଲେ। ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଶେଟ୍ଟୀ ସେୟାର କରିଛନ୍ତି, " ନୃତ୍ୟ ମୋ ଆନନ୍ଦର ଉତ୍ସ, ମାତ୍ର 4 ବର୍ଷ ବୟସରୁ ହିଁ ମୁଁ ନାଚ ଶିଖିବା ଆରମ୍ଭ କରିଥିଲି । ଲିଜେଣ୍ଡ୍ରୀ @radhakrishnanpadmini ସହିତ ଭାରତନାଟ୍ୟମ୍ ନୃତ୍ୟରେ ଜଡିତ ହେବା ପରେ ଶାସ୍ତ୍ରୀୟ ନୃତ୍ୟ ପ୍ରତି ଆଗ୍ରହ ବଢିଥିଲା। ଭାରତନାଟ୍ୟମ୍ ହେଉଛି କଳା ରୂପ ଯାହା ମୋ ମଧ୍ୟରେ ପ୍ରତିରୋପଣ କରାଯାଇଥିଲା। ସେବେ ଠାରୁ ଆଜି ପର୍ଯ୍ୟନ୍ତ ନୃତ୍ୟ ପାଇଁ ଏକ ଭିନ୍ନ ପ୍ରେମ ମୋ ମନରେ ରହିଛି ବୋଲି କହିଛନ୍ତି ସିନି ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications