ରିଲିଜ୍ ହେଲା ସିଙ୍ଘମ ଅଗେନ୍ ଟ୍ରେଲର, ସୋସିଆଲ ମିଡିଆରେ କଲା ଟ୍ରେଣ୍ତ୍
Singham Again Trailer: ଅଜୟ ଦେବଗନଙ୍କ ଫିଲ୍ମ 'Singham Again'କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ସିନେମା ରିଲିଜ୍ ହେବାକୁ ଏବେ ସମୟ ବାକି ଅଛି ହେଲେ ଏହାର ଟ୍ରେଲର ହୋଇଯାଇଛି ରିଲିଜ୍, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ କରୁଛି ଟ୍ରେଣ୍ତ । ଏହି ଫିଲ୍ମରେ ବହୁ ନାମିଦାମି କଳାକାରଙ୍କୁଏକାଠି ଦେଖିବା ପାଇଁ ମିଳିଛି । ଏହି ଫିଲ୍ମ ଦୀପାବଳି ଦିନ ମୁକ୍ତିଲାଭ କରିବ ।

ଚଳିତ ବର୍ଷର ସବୁଠାରୁ ବଡ଼ ସିନେମା ଇଭେଣ୍ଟ ହେଉଛି 'Singham Again' ଟ୍ରେଲର ଲଞ୍ଚ । ନୀତା ମୁକେଶ ଅମ୍ବାନୀ କଲଚରାଲ କେନ୍ଦ୍ରରେ ଟ୍ରେଲର ଲଞ୍ଚର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ ଗଣମାଧ୍ୟମ ସହିତ ତାରକାଙ୍କ ଫ୍ୟାନ୍ସ ମଧ୍ୟ ଅଂଶଗ୍ରହଣ କରିଥିଲେ । ଅକ୍ଷୟ କୁମାର ଫିଲ୍ମର ଟ୍ରେଲର ରିଲିଜ କରି ଏକ ଚହଳ ସୃଷ୍ଟି କରିଛନ୍ତି। ଟ୍ରେଲର ସେୟାର କରି ଅକ୍ଷୟ ଲେଖିଛନ୍ତି - କିଏ ଆସିବ ତାହା କେବଳ ଜନସାଧାରଣ ଜାଣନ୍ତି! ଏହି ଦୀପାବଳି ଆପଣ ମାନେ ଯୋଦ୍ଧାମାନଙ୍କ ସହିତ ପାଳନ କରନ୍ତୁ! ସିଙ୍ଗମ୍ ଅଗେନ୍ ଟ୍ରେଲର ବର୍ତ୍ତମାନ ରିଲିଜ୍ ହୋଇଯାଇଛି ।
Singham Again କାହାଣୀ ରାମାୟଣରୁ ଅନୁପ୍ରାଣିତ ହୋଇଛି । ଟ୍ରେଲରରୁ ଏକ ଦୃଶ୍ୟରେ ଦେଖିବାକୁ ମିଳୁଛି ଯେ, ଅଜୟ ଦେବଗନ୍ ନିଜ ସୀତାଙ୍କ ପାଇଁ ଲଙ୍କା ଜାଳିବାକୁ ସ୍ଥିର କରିଛନ୍ତି । ଆକ୍ସନ୍ ପ୍ୟାକ୍ ହୋଇଥିବା ଫିଲ୍ମରେ ଲେଡି ସିଙ୍ଘମ ଅର୍ଥାତ୍ ଦୀପିକା ପାଦୁକୋଣ ମଧ୍ୟ ଶକ୍ତିଶାଳୀ ଭୂମିକାରେ ନଜର ଆସୁଛନ୍ତି।
'Singham Again' ଟ୍ରେଲର ଇତିହାସ ସୃଷ୍ଟି କରିଛି । ଏହି ଟ୍ରେଲରଟି ଚାରି ମିନିଟ୍ 58 ସେକେଣ୍ଡ୍ ଲମ୍ବା ଏବଂ ଏହା ଆଜି ପର୍ଯ୍ୟନ୍ତ ହିନ୍ଦୀ ସିନେମାର ସବୁଠାରୁ ଲମ୍ବା ଟ୍ରେଲର୍ । ଅଜୟ ଦେବଗନ୍, କରୀନା କପୁର, ଅକ୍ଷୟ କୁମାର, ରଣଭୀର ସିଂ, ଦୀପିକା ପାଦୁକୋଣ, ଟାଇଗର ଶ୍ରଫ୍, ଜ୍ୟାକି ଶ୍ରଫ୍ ଏବଂ ଅର୍ଜୁନ କପୁର Singham Again ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି । ଏଥର ଫିଲ୍ମର ଭିଲେନ୍ ଅର୍ଜୁନ କପୁର । ସେ ନିଜ ଭିଲେନ୍ ଲୁକରେ ଲୋକଙ୍କୁ ଆକର୍ଷିତ କରିଛନ୍ତି ।
-
ପୁଣି ଥରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷିଆ, ସାରା ବିଶ୍ବରେ.... -
ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ, 101 ଜଣ ନିଖୋଜ -
ହୋଲିରେ କର୍ମଚାରୀଙ୍କୁ ବଡ଼ ଉପହାର, ୩% ବଢିଲା ମହଙ୍ଗା ଭତ୍ତା -
ଇରାନର ମିସାଇଲ୍ ମାଡ଼ରେ ଆମେରିକାର ଯବାନ ନିହତ -
ଇରାନୀ ବିମାନକୁ ଗୁଳି କରି ଖସାଇଲା ଇସ୍ରାଏଲ -
ପ୍ରଧାନମନ୍ତ୍ରୀ ମୋଦୀ ଚାଲିଯିବା ପରେ ଅପରେସନ;ଇସ୍ରାଏଲ ରାଷ୍ଟ୍ରଦୂତ -
ଆଫଗାନିସ୍ତାନ - ପାକିସ୍ତାନ ମୁହାଁମୁହିଁ ; ୧୫୦ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ୪୦ ପୋଷ୍ଟ୍ ଉପରେ କବଜା -
T-20 ବିଶ୍ବକପର ଆଜି ପ୍ରଥମ ସେମିଫାଇନାଲ୍ ମୁକାବିଲା, ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ -
ଆଫଗାନ ତାଲିବାନର କମାଣ୍ଡରଙ୍କୁ ହତ୍ୟା -
ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ଯୋଗୁଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ -
ଶାକାହାରୀମାନଙ୍କୁ ହେବନି ଏହି 5 ପ୍ରକାର କ୍ୟାନ୍ସର, ରିସର୍ଚ୍ଚରୁ ବଡ଼ ଖୁଲାସା -
ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ











Click it and Unblock the Notifications