ଅଜୟ ଦେବଗନଙ୍କ ଫିଲ୍ମ 'ସିଙ୍ଘମ ଏଗେନ୍'ହୋଇଯିବ ଫ୍ଲପ୍
Singham Again: ଦୀପାବଳିରେ ମୁକ୍ତିଲାଭ କରିଥିବା ଫିଲ୍ମ 'ସିଙ୍ଘମ ଏଗେନ୍'ରିଲିଜ୍ ହୋଇଥିଲା । ଯାହାକୁ ଦର୍ଶକଙ୍କର ଖୁବ୍ ଅଧିକ ଭଲ ପାଇବା ମଧ୍ୟ ମିଳୁଛି । ଏହି ଚଳଚ୍ଚିତ୍ର ପ୍ରଥମ ସପ୍ତାହରେ 100 କୋଟି ଏବଂ ଦ୍ୱିତୀୟରେ 200 କୋଟି ଟଙ୍କାର ବ୍ୟବସାୟ କରିଛି । ହେଲେ ବର୍ତ୍ତମାନ ଏହି ଫିଲ୍ମର ଆୟ ଉପରେ ଲାଗିଛି ବ୍ରେକ୍ ।
ତରଣ ଆଦର୍ଶଙ୍କ ଟ୍ୱିଟ୍ ଅନୁଯାୟୀ, 'ସିଙ୍ଘମ ଏଗେନ୍' 10 ଦିନରେ 225.30 କୋଟି ଟଙ୍କା ଆୟ କରିଛି। ସାକ୍ନିଲ୍କଙ୍କ କହିବାନୁସାରେ, ଏକାଦଶ ଦିନରେ ଫିଲ୍ମର ରୋଜଗାରରେ ହଠାତ୍ ହ୍ରାସ ପାଇଥିବାର ଦେଖିବାକୁ ମିଳିଥିଲା ଏବଂ ଏହା 4.25 କୋଟିର ବ୍ୟବସାୟ କରିଥିଲା ।
ଅର୍ଥାତ୍ ଫିଲ୍ମର 11 ଦିନର ରୋଜଗାର ଥିଲା 229.55 କୋଟି ଟଙ୍କା ।

ଦ୍ୱାଦଶ ଦିନ ଅର୍ଥାତ୍ ଆଜି ଅଜୟ ଦେବଗନଙ୍କ ଫିଲ୍ମ ରାତି 8 ଟା ପର୍ଯ୍ୟନ୍ତ ମାତ୍ର 1.96 କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ରଟି ମୋଟ 231.51 କୋଟି ଟଙ୍କା ବ୍ୟବସାୟ କରିଛି ।
200 NOT OUT... #SinghamAgain scores double century, posting healthy numbers in Weekend 2... Strong results in mass circuits *beyond #Maharashtra* could have pushed the total even higher.
All eyes will now be on the weekday holds from Monday to Thursday.#SinghamAgain [Week 2]… pic.twitter.com/4ZwyM5btUr
— taran adarsh (@taran_adarsh) November 11, 2024
ପାଖାପାଖି 350 କୋଟି ଟଙ୍କାରେ 'ସିଙ୍ଘମ ଏଗେନ୍' ତିଆରି କରାଯାଇଛି । ଏହି ଚଳଚ୍ଚିତ୍ରର ବିଶ୍ୱବ୍ୟାପୀ ରୋଜଗାର 323 କୋଟି ଟଙ୍କା ହୋଇଛି | ଯଦିଓ ଆଜିର ଘରୋଇ ସଂଗ୍ରହ ଏଥିରେ ଯୋଡିହୋଇଛି, ତଥାପି ଏହାର ବଜେଟ୍ ପୂରଣ ପାଇଁ 25-30 କୋଟି ଟଙ୍କା ଆବଶ୍ୟକ ହେବ । ସେହିପରି 'Bhool Bhulaiyaa 3' 'ସିଙ୍ଘମ ଏଗେନ୍'ଠୁ ଅଧିକ ରୋଜଗାର କରୁଛି ।
ଅଜୟ ଦେବଗନଙ୍କ ବ୍ୟତୀତ ଏହି ଫିଲ୍ମରେ ଅକ୍ଷୟ କୁମାର, ସଲମାନ ଖାନ, ରଣଭୀର ସିଂ, କରୀନା କପୁର ଏବଂ ଦୀପିକା ପାଦୁକୋଣଙ୍କ ପରି ଷ୍ଚାର ନିଜର ଆସୁଛନ୍ତି । ଏହି ଚଳଚ୍ଚିତ୍ରଟି ଏହି ଫ୍ରାଞ୍ଚାଇଜ୍ ର ତୃତୀୟ ଭାଗ ।












Click it and Unblock the Notifications