Get Updates
Get notified of breaking news, exclusive insights, and must-see stories!

୧୦ ଦିନ ମଧ୍ୟରେ ୨୦୦ କୋଟିର ବ୍ୟବସାୟ କଲା 'Singham Again'

Singham Again - Bhool Bhulaiyaa 3: ଅଜୟ ଦେବଗନ୍ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ବକ୍ସଅଫିସରେ କରୁଛି ଜବରଦସ୍ତ ଟ୍ରେଣ୍ତ୍। ସିଙ୍ଘମ୍ ଏଗେନ୍ ଏବଂ ଭୁଲ ଭୁଲୈୟା 3 ଚଳିତ ବର୍ଷର ସେହି 4 ଟି ଚଳଚ୍ଚିତ୍ର ତାଲିକାରେ ସାମିଲ ହୋଇସାରିଛି ଯାହା ବିଶ୍ୱରେ ସର୍ବାଧିକ ରୋଜଗାର କରିବାରେ ସଫଳ ହୋଇଛି ଏବଂ ଏଥିରୁ ବଲିଉଡ ସିଧାସଳଖ ଉପକୃତ ମଧ୍ୟ ହୋଇଛି ।

ସିଙ୍ଘମ୍ ଏଗେନ୍ ଏବଂ ଭୁଲ ଭୁଲୈୟା 3 ଚଳିତ ବର୍ଷ ଦୀପାବଳି ଅବସରରେ ମୁକ୍ତିଲାଭ କରିଥିଲା । ଯାହା ରିଲିଜ୍ ପରଠୁ ହିଁ ଲାଇମଲାଇଟରେ ରହି ଆସୁଛି । ଏପର୍ଯ୍ୟନ୍ତ ମଧ୍ୟ ଉଭୟ ଫିଲ୍ମ ଭଲ ବ୍ୟବସାୟ କରୁଛି । ଉଭୟ ଫିଲ୍ମ ମଧ୍ୟରେ କଡ଼ା ଟକ୍କର ନୁହେଁ ବରଂ ଦୁଇଟି ଯାକ ଫିଲ୍ମ ଭଲ ରୋଜଗାର କରୁଛି । ଉଭୟ ଚଳଚ୍ଚିତ୍ର ଏକାଠି ପ୍ରଥମ ସପ୍ତାହ ଶେଷରେ 100 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି ।

Bhool Bhulaiyaa 3

ଏହା ପରେ ଉଭୟ ଚଳଚ୍ଚିତ୍ର 10 ଦିନ ମଧ୍ୟରେ ଘରୋଇ ବକ୍ସ ଅଫିସରେ 200 କୋଟି ଟଙ୍କା ମାର୍କ ଅତିକ୍ରମ କରିବାରେ ସଫଳ ହୋଇଛି । ବର୍ତ୍ତମାନ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଭୁଲ ଭୁଲୈୟା 3 ଏବଂ ଅଜୟ ଦେବଗନଙ୍କ ସିଙ୍ଘମ୍ ଏଗେନ୍ ଏକ ବଡ଼ ସଫଳତା ହାସଲ କରିଛି ।

ଉଭୟ ଚଳଚ୍ଚିତ୍ର ପୃଥକ ଭାବରେ worldwide'ରେ 300 କୋଟିରୁ ଅଧିକ ଟଙ୍କା ଆୟ କରିଛି। ଅର୍ଥାତ୍ ଗତ 10 ଦିନ ମଧ୍ୟରେ 600 କୋଟି ଟଙ୍କା ମୂଲ୍ୟର ବ୍ୟବସାୟ କରିଛି ଏହି ଦୁଇଟି ବଲିଉଡ ଫିଲ୍ମ । ଏହି ଦୁଇଟି ଚଳଚ୍ଚିତ୍ର 2024 ବର୍ଷର ତୃତୀୟ ଏବଂ ଚତୁର୍ଥ ଚଳଚ୍ଚିତ୍ର ହୋଇପାରିଛି ।

ଏହାପୂର୍ବରୁ ଚଳିତ ବର୍ଷ ମୁକ୍ତିଲାଭ କରିଥିବା ହ୍ରିତିକ ରୋଶନଙ୍କ ଫାଇଟର୍ ସାରା ବିଶ୍ୱରେ ପ୍ରାୟ 358 କୋଟି ଟଙ୍କା ରୋଜଗାର କରିଥିଲା। ଯେତେବେଳେ କି ଶ୍ରଦ୍ଧା କପୁର-ରାଜକୁମାର ରାଓ ଅଭିନୀତ ସ୍ତ୍ରୀ- 2 857 କୋଟିରୁ ଅଧିକ ବ୍ୟବସାୟ କରିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+