Get Updates
Get notified of breaking news, exclusive insights, and must-see stories!

ଆସାମରେ ପହଞ୍ଚିଲା ଜୁବିନ ଗର୍ଗଙ୍କ ପାର୍ଥିବ ଶରୀର

ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କ ପାର୍ଥିବ ଶରୀର ସିଙ୍ଗାପୁରରୁ ଦିଲ୍ଲୀର ବିମାନବନ୍ଦରରେ ପହଞ୍ଚିଛି । ଆଜି ତାଙ୍କ ପାର୍ଥିବ ଶରୀର ଦିଲ୍ଲୀରୁ ଆସାମ ଗୌହ୍ବାଟୀ ଯିବ । ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଶୁକ୍ରବାରରେ ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ଜୀବନ ଚାଲିଯାଇଥିଲା । ତେବେ ଜୁବିନଙ୍କ ପାର୍ଥିବ ଶରୀର ଗୌହ୍ବାଟୀରେ ପହଞ୍ଚିବା ପରେ ଏୟାରପୋର୍ଟରୁ ତାଙ୍କ ଘର ପର୍ଯ୍ୟନ୍ତ ଗହଳି ଲାଗିରହିଛି । ଫଳରେ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଛି ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ବ୍ୟକ୍ତିଗତ ଭାବେ ଏହି ଘଟଣା ଉପରେ ନଜର ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏକ୍ସରେ ଏକ ପୋଷ୍ଟରେ କୁହାଯାଇଛି ଯେ, ସେପ୍ଟେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଶୋକ ପାଳନ କରାଯିବ। ଏହି ସମୟ ମଧ୍ୟରେ ସମସ୍ତ ସରକାରୀ ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ଓ ଉତ୍ସବ ବନ୍ଦ ରହିବ । ସେବା ସପ୍ତାହ ସମୟରେ ଜରୁରିକାଳୀନ ସେବା ଜାରି ରହିବ ବୋଲି କୁହାଯାଇଛି ।

ସିଙ୍ଗାପୁରରେ ଜୁବିନଙ୍କ ହଠାତ୍ ଦେହାନ୍ତ ପରେ ଗୌହ୍ବାଟୀ ସ୍ଥିତ ଘରକୁ ନିଆଯିବ । ପରିଜନଙ୍କ ସହିତ ଅନେକ ଫ୍ୟାନ୍ସ ତାଙ୍କ ଘରେ ପାର୍ଥିବ ଶରୀରକୁ ଅପେକ୍ଷା କରି ରହିଛନ୍ତି । ଏୟାରପୋର୍ଟ ଠାରୁ ଆରମ୍ଭ କରି ଆସାମର ଅର୍ଜୁନ ଭୋଗେଶ୍ବର ବରୁଆ ସ୍ପୋଟର୍ସ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ପ୍ରବଳ ଗହଳି ରହିଛି । ହଜାର ହଜାର ପ୍ରଶଂସକ ଜୟ ଜୁବିନ ଦା ନାରା ଦେଉଛନ୍ତି । ଗଳି ଏଡାଇବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଛି । ଶୁକ୍ରବାର ଦିନ ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ଜୁବନଙ୍କ ପ୍ରାଣ ଚାଲିଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+