ଆରପାରିରେ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର
Singer Nirmala Mishra Passes Away:୮୪ ବର୍ଷ ବୟସରେ ଗୀତିକାର ନିର୍ମଳା ମିଶ୍ରଙ୍କ ହୃତାଘାତରେ ପରଲୋକ
ଭୁବନେଶ୍ୱର: ୮୪ ବର୍ଷ ବୟସରେ ଗୀତିକାର ନିର୍ମଳା ମିଶ୍ରଙ୍କ ହୃତାଘାତରେ ପରଲୋକ । ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ । କୋଲକାତାର ସଲ୍ଟ ଲେକ୍ରେ ଥିବା ନିଜ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ବାଲକୃଷ୍ଣ ଦାସ ସାମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା । ଏକାଧିକ ଓଡ଼ିଆ ଓ ବଙ୍ଗଳା ସିନେମାରେ ସେ କଣ୍ଠଦାନ କରିଥିଲେ ।

ତାଙ୍କ ଗୀତ 'ନିଦଭରା ରାତି ମଧୁଝରା ଜହ୍ନ' ଆଜି ବି ଓଡ଼ିଆ ଶ୍ରୋତାଙ୍କ ମନରେ ବସା ବାନ୍ଧି ରହିଛି । ଷାଠିଏ ଓ ସତୁରି ଦଶକରେ ସିନେମା ଇଣ୍ତଷ୍ଟ୍ରିକୁ ଦେଇଛନ୍ତି ସେ ଅନେକ ସୁପହିଟ୍ ଗୀତ । ହେମହାରିଣୀ ମଥାରମଣି, ପରଦେଶୀ ବନ୍ଧୁ ତୁମେ ଯିବ ଉଡ଼ି ଉଡ଼ିକି,ରାତି, ନା ମାରନା, ଛାଡ଼ ଛାଡ଼ ମୋର ଅଞ୍ଚଳ, ସପନ ବିଳାସୀ ଓ ଏଇଚିକିମିକି ହସେ ,ମୁଁ ତୁମକୁ ଭଲ ପାଏ ଲୁଚିଲୁଚିକା ଆଦି ଗୀତ ଗାଇ ବେଶ ଲୋକପ୍ରିୟ ହାସଲ କରିଥିଲେ ନିର୍ମଳା । ପ୍ରାୟ ୨୦ରୁ ଅଧିକ ଓଡ଼ିଆ ସିନେମାରେ ସେ ଗାୟିକା ଭାବେ କାମ କରିଛନ୍ତି । ତାଙ୍କ ବିୟୋଗରେ ଓଡ଼ିଶାର ସଙ୍ଗୀତ ତଥା କଳା ଜଗତରେ ଶୋକର ଛାୟା ଖେଳିଯାଇଛି ।
ତେବେ ରବିନ୍ଦ୍ର ସଦନକୁ ତାଙ୍କ ପାର୍ଥିବ ଶରୀର ନିଆାଯିବ । ଯେଉଁଠି ତାଙ୍କର ଶେଷ ଦର୍ଶନ କରିବେ ପ୍ରଶଂସକ । ସୂଚନା ରହିଛି ଯେ କୋରତାଲା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।












Click it and Unblock the Notifications