ପଞ୍ଚଭୂତରେ ଲୀନ ହେଲେ କେକେ: ମୁଖାଗ୍ନି ଦେଲେ ପୁଅ
ପଞ୍ଚଭୂତରେ ଲୀନ ହେଲେ କେକେ । ସ୍ଥାନୀୟ ବସୋର୍ବା ଶ୍ମଶାନ ଘାଟରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇ ଥିବାବେଳେ ପୁଅ ମୁଖାଗ୍ନି ଦେଇଛନ୍ତି । କେକେଙ୍କ ଅନ୍ତିମ ଯାତ୍ରାରେ ତାଙ୍କର ଅନେକ ପ୍ରଶଂସକ ସାମିଲ ଥିଲେ। କେକେ ଅମର ରହେ ନାରା ମଧ୍ୟ ଦେଇଥିଲେ ।
ମୁମ୍ବାଇ: ପଞ୍ଚଭୂତରେ ଲୀନ ହେଲେ କେକେ । ସ୍ଥାନୀୟ ବସୋର୍ବା ଶ୍ମଶାନ ଘାଟରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇ ଥିବାବେଳେ ପୁଅ ମୁଖାଗ୍ନି ଦେଇଛନ୍ତି । କେକେଙ୍କ ଅନ୍ତିମ ଯାତ୍ରାରେ ତାଙ୍କର ଅନେକ ପ୍ରଶଂସକ ସାମିଲ ଥିଲେ। କେକେ ଅମର ରହେ ନାରା ମଧ୍ୟ ଦେଇଥିଲେ ।

କୋଲକାତାର ନଜୁରଲ ମଞ୍ଚଠାରେ ଏକ ସଂଗୀତ ସମାରୋହରେ ଯୋଗ ଦେବାକୁ ସେ ଯାଇଥିଲେ। ସଂଗୀତ ପରିବେଷଣ ପରେ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ରାତି ପ୍ରାୟ ୧୦ଟାରେ ସ୍ଥାନୀୟ ସିଏମଆରଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ ଡାକ୍ତର।
ତେବେ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ କେକେଙ୍କ ଶରୀର ଓ ମୁହଁରେ କ୍ଷତ ଚିହ୍ନ ରହିଛି । କେମିତି ହେଲା କ୍ଷତ ଚିହ୍ନ ଏବଂ କେଉଁ ପରିସ୍ଥିତିରେ ଏହା ହୋଇଛି ତାର ଖୋଳତାଡ଼ କରୁଛି ପୋଲିସ । ପୋଲିସ ଅପମୃତ୍ୟୁ ମାମଲା ଋଜ୍ଜୁ କରି ଉଭୟ କଲେଜ କର୍ତ୍ତୃପକ୍ଷଙ୍କ ସହ ନାଜରୁଲ ମଞ୍ଚ କର୍ତ୍ତୃପକ୍ଷଙ୍କୁ ପଚରା ଉଚରା କରିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ମୃତ୍ୟର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଛି।
ଏହା ପୂର୍ବରୁ ଦିବଙ୍ଗତ ଗାୟକଙ୍କୁ ଗତକାଲି ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଥିଲା । କୋଲକାତା ରବିନ୍ଦ୍ର ସଦନଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଥିଲା । ଏହି ଅବସରରେ ସାମିଲ ହୋଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି କେକେଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ । କେକେଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କୁ କୋଲକାତାରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।
ତାଙ୍କ ଜୀବନ କାଳରେ ସେ ଦେଇଥିଲେ ଅନେକ ହିଟ୍ ସଙ୍ଗୀତ । ବଲିଉଡର ଭାଇଜାନ ସଲମାନଙ୍କଠୁ ଆରମ୍ଭ କରି ଇମ୍ରାନ ହାସମୀ, ହ୍ରିତିକ୍ ରୋସନଙ୍କ ଭଳି ସୁପରଷ୍ଟାରଙ୍କ ପାଇଁ କଣ୍ଠଦାନ କରି ବେଶ୍ ଖ୍ୟାତି ଅର୍ଜନ କରିଥିଲେ କେକେ ।












Click it and Unblock the Notifications