ପାରାସ୍ ଛାବ୍ରାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସାଜିବେ ମିକାଙ୍କ ପତ୍ନୀ !

MUMBAI ,ODIA FILM NEWS ,BOLLYWOOD ,MIKA DI VOHTI ,Akanksha Puri ,ODIA FILM NEWS ,FILM NEWS IN ODIA ,ENTERTAINMENT NEWS ,ENTERTAINMENT NEWS IN ODIA ,

ମୁମ୍ବାଇ: ଜଣାଶୁଣା କଣ୍ଠଶିଳ୍ପୀ ମିକା ସିଂଙ୍କୁ ମିଳିଯାଇଛି ତାଙ୍କ ଜୀବନ ସାଥି । କିଛି ଦିନ ହେଲା ସେ ନିଜ ପାଇଁ କନିଆ ଖୋଜିବାରେ ବ୍ୟସ୍ତ ଥିଲେ । ଦୀର୍ଘ ସମୟ ଧରି ଚାଲିଆସୁଛି ମିକାଙ୍କ ସ୍ଵୟଂମବର । ଦେଶର ଭିନ୍ନ ଭିନ୍ନ ସହରର ବିଭିନ୍ନ ସ୍ଥାନରୁ ଝିଅମାନେ ଆସିଥିଲେ ମିକ୍କାଙ୍କ ସ୍ଵୟଂମବରରେ ଭାଗ ନେବା ପାଇଁ । ଅନେକ ଦିନ ପ୍ରତିଯୋଗିଙ୍କ ସହ ସମୟ ବିତାଇବା ପରେ ଶେଷରେ ମିକ୍କାଙ୍କୁ ମିଳିଯାଇଛି କନିଆ । ଜଣେ ଜଣାସୁଣା ଅଭିନେତ୍ରୀ ଜିତିଛନ୍ତି ମିକାଙ୍କ ହୃଦୟ ଜିତିଛନ୍ତି । ସସସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଆକାଂକ୍ଷା ପୁରୀ ଜିତିଛନ୍ତି ଏହି ଶୋ' ଟାଇଟଲ୍‌ ।

MIKA

ତେବେ ସେ ହେଉଛନ୍ତି ବିଗ୍ ବସ୍-୧୩ର ପୂର୍ବତନ ପ୍ରତିଯୋଗୀ ପାରାସ୍ ଛାବ୍ରାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଆକାଂକ୍ଷା ପୁରୀ । ସୂଚନାଥାଉ ଯେ ଆକାଂକ୍ଷା 'ମିକା ଦି ଭୋଟି' ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିଲେ। ଶୋ'ରେ ପହଞ୍ଚିବା ମାତ୍ରେ ସେ ଟପ୍‌-୩ରେ ପହଞ୍ଚିଯାଇଥିଲେ। ଖବକ ଏହା ମଧ୍ୟ ଶୁଣିବା ପାଇଁ ମିଳିଥିଲା ଯେ ମିକା ତାଙ୍କୁ ପୂର୍ବରୁ ତାଙ୍କୁ ଜାଣିଥିଲେ । ଆକାଂକ୍ଷା ତାଙ୍କର ଦୀର୍ଘଦିନର ବନ୍ଧୁ ଯାହାଙ୍କୁ ଏବେ ଜୀବନସାଥୀ ଭାବରେ ନିଜ ପାଇଁ ବାଛିଛନ୍ତି ମିକା ।

ପୂର୍ବରୁ ମିକାଙ୍କ ବନ୍ଧୁ ହେଇ ମଧ୍ୟ ଅନ୍ୟପ୍ରତିଯୋଗୀଙ୍କ ପରି ଆକାଂକ୍ଷାଙ୍କୁ ମଧ୍ୟ କରିବା ପାଇଁ ପଡ଼ିଥିଲା କଠିନ ପରିଶ୍ରମ । ହେଲେ ଶେଷରେ ସେ ଅନ୍ୟ ପ୍ରତିଯୋଗୀଙ୍କୁ ଟକ୍କର ଦେଇ ମିକା ଦି ଭୋଟି ଟାଇଟଲ୍‌ ହାସଲ କରିଛନ୍ତି। ପୂର୍ବରୁ ସୂଚନା ମିଳିଥିଲା କି ଦୁହେଁ ପରସ୍ପରକୁ ଡେଟ୍‌ କରୁଥିଲେ । କିନ୍ତୁ ଆକାଂକ୍ଷା ଏହି କଥାକୁ ସ୍ବିକାର କରି ନଥିଲେ। ତେବେ ଆକାଂକ୍ଷା ପୁରୀ ଏବଂ ମିକା ସିଂ ବିବାହ କରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+