Get Updates
Get notified of breaking news, exclusive insights, and must-see stories!

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଘରକୁ ଆସିଲା ଖୁସି ଖବର, ହେଲେ ଚିନ୍ତାରେ ପିତା

Sidhu Moosewala: ଦିବଙ୍ଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମା ଚରଣ କୌର '୫୮ ବର୍ଷ ବୟସରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ମୁସେୱାରାଙ୍କ ବାପା ବଲକୌର ସିଂ ସୋସିଆଲ ମିଡିଆରେ ଶିଶୁପୁତ୍ର ସହ ଏକ ଫଟୋ ସେୟାର କରି ଏନେଇ ସୂଚନା ଦେଇଥିଲେ । ତେବେ ଆଇଭିଏଫ୍ ମାଧ୍ୟମରେ ମୁସେୱାଲାଙ୍କ ମା ଚରଣ କୌର ଗର୍ଭଧାରଣ କରିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ବଲକୌର ସିଂ ତାଙ୍କ ସନ୍ତାନର ଜନ୍ମ ପରେ ପଞ୍ଜାବ ସରକାର ତାଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି।

Sidhu Moosewala

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ବଲକୌର ସିଂ ପଞ୍ଜାବ ସରକାରଙ୍କ ଉପରେ ଆରୋପ ଲଗାଇଛନ୍ତି ଯେ, ତାଙ୍କ ଶିଶୁ ପୁତ୍ରକୁ ନେଇ ସରକାର ପ୍ରଶ୍ନ ଉଠାଉଛନ୍ତି । ଭିଡିଓରେ ବଲକୌର କହିଛନ୍ତି, 'ୱେହେଗୁରୁଙ୍କ ଆଶୀର୍ବାଦରେ ଆମେ ନିଜ ଶୁଭଦୀପଙ୍କୁ ଫେରାଇ ପାଇଛୁ । କିନ୍ତୁ ସରକାର ସକାଳୁ ମତେ ହଇରାଣ କରୁଛି ।

ପିଲାର ଡକ୍ୟୁମେଣ୍ଟ ଜମା କରିବାକୁ ସରକାର ଦାବି କରୁଛନ୍ତି '। ତେବେ 'ଏହି ପିଲାଟି ଆଇନଗତ ବୋଲି ପ୍ରମାଣ କରିବାକୁ ସେମାନେ ମୋତେ ପଚରାଉଚରା କରୁଛନ୍ତି। ସମସ୍ତ ଚିକିତ୍ସା ସମାପ୍ତ ହେବାକୁ ମୁଁ ସରକାରଙ୍କୁ, ବିଶେଷ କରି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଅନୁରୋଧ କରିବାକୁ ଚାହୁଁଛି। ଡାକ୍ତରଖାନାରେ କାମ ସରିବା ପରେ ଆପଣ ମତେ ପଚରାଉଚରା ପାଇଁ ଯେଉଁଠିକି ଡାକିବେ ମୁଁ ସେଠିକି ଯିବା ପାଇଁ ପ୍ରସ୍ତୁତ ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+