ସିଦ୍ଧୁ ମୁସେୱାଲା ହତ୍ୟା ମାମାଲା: ସନ୍ଦେହ ଘେରରେ 'ବିଗ୍ ବସ୍' ପ୍ରତିଯୋଗୀ ଅଫସାନା ଖାନ
ସିଦ୍ଧୁ ମୁସେୱାଲା ହତ୍ୟା ମାମାଲା: ସନ୍ଦେହ ଘେରରେ ଅଫସାନା ଖାନ
ପଞ୍ଜାବ: ଚଳିତ ବର୍ଷ ମେ' ମାସରେ ପଞ୍ଜାବର ପ୍ରସିଦ୍ଧ ଗାୟକ ତଥା ରାପର ସିଦ୍ଧୁ ମୁସେୱାଲାଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା କରାଯାଇଥିଲା । ଗାୟକଙ୍କ ମୃତ୍ୟୁ ପରଠାରୁ ପୋଲିସ ଏବଂ ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି । ଏହା ସହିତ ଏନଆଇଏ ଭଳି ବଡ ଅନୁସନ୍ଧାନକାରୀ ସଂସ୍ଥା ମଧ୍ୟ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାର ତଦନ୍ତ କରୁଛି । ଏହି ମାମଲାରେ ଏକ ଅପଡେଟ୍ ଆସୁଛି ଯେ ତାଙ୍କର ଘନିଷ୍ଠ ବନ୍ଧୁ ତଥା ପଞ୍ଜାବୀ ଗାୟିକା ଅଫସାନା ଖାନ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଜଡିତ ଅଛନ୍ତି । ଖବର ଅନୁଯାୟୀ, ଏନଆଇଏ ଏହି ମାମଲାରେ ଅଫସାନାଙ୍କୁ ପଚରାଉଚରା ମଧ୍ୟ କରିଛି ।
NIA'ଅଫସାନା ଖାନଙ୍କୁ ୫ ଘଣ୍ଟା ପଚରାଉଚରା କରିଛି
ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲା ଏକ ନୂଆ ମୋଡ଼ ନେଇଛି । ଚର୍ଚ୍ଚାରେ ପଞ୍ଜାବର ପୂର୍ବତନ ବିଗ୍ ବସ୍ ପ୍ରତିଯୋଗୀ ତଥା ପ୍ରସିଦ୍ଧ ଗାୟିକା ଅଫସାନା ଖାନଙ୍କ ନା' । ଲାଇଭ ହିନ୍ଦୁସ୍ତାନର ଖବର ଅନୁଯାୟୀ ଅଫସାନ ଖାନଙ୍କୁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ପଚରାଉଚରା କରିଛି ।
ସୂଚନା ଅନୁସାରେ ମଙ୍ଗଳବାର ଦିନ ଦିଲ୍ଲୀରେ ଅଫସାନାଙ୍କୁ ୫ ଘଣ୍ଟା କାଳ ପଚରାଉଚୁରା କରାଯାଇଛି । ଅଫସାନା ଖାନଙ୍କର ସିଦ୍ଧୁ ମୁସେୱାଲା ମାମଲାରେ ସମ୍ପୃକ୍ତ ଗ୍ୟାଙ୍ଗଷ୍ଟରଙ୍କ ସହ କିଛି ସମ୍ପର୍କ ରିହିଥିବା ନେଇ ସନ୍ଦେହ କରୁଛି ଏନଆଇଏ ଟିମ୍ । ସିଦ୍ଧୁଙ୍କ ହତ୍ୟାରେ ଅଫସାନା ଖାନଙ୍କର କିଛି ଭୂମିକା ରହିଛି ସେଥିପାଇଁ ଅଫସାନା ଖାନଙ୍କ ନାମ ମଧ୍ୟ ଏନଆଇଏର ରାଡାରରେ ଆସିଛି । ଏଭଳି ପରିସ୍ଥିତିରେ ଆଗାମୀ ସମୟରେ ଅଫସାନା ଖାନଙ୍କୁ ଏହି ମାମଲାରେ ଅଧିକ ପଚରାଉଚରା କରାଯାଇ ପାରେ । ଏହା ବ୍ୟତୀତ ଆଫସାନା ଖାନଙ୍କ ଲିଙ୍କ୍ ବମ୍ବିହା ଗ୍ୟାଙ୍ଗ ସହ ଥାଇପାରେ ବୋଲି ରିପୋର୍ଟରେ ମଧ୍ୟ ଦାବି କରାଯାଇଛି ।

ଅଫସାନା ଖାନ ସିଦ୍ଧୁ ମୁସେୱାଲାଙ୍କୁ ତାଙ୍କ ଭାଇ ଭାବରେ ବିବେଚନା କରିଥିଲେ ଏବଂ ଦୁହେଁଙ୍କ ମଧ୍ୟ ଅତି ଘନିଷ୍ଠ ସମ୍ପର୍କ ଥିଲା । ଉଭୟ ଏକାଠି ଅନେକ ଗୀତ ମଧ୍ୟ ଗାଇଛନ୍ତି । ଖବର ଅନୁଯାୟୀ, ସିଦ୍ଧୁ ମୁସେୱାଲାଙ୍କୁ ଆସୁଥିବା ଧମକପୂର୍ଣ୍ଣ ଫୋନ୍ କଲ ବିଷୟରେ ମଧ୍ୟ ପୂର୍ବରୁ ଅଫସାନା ଜାଣିଥିଲେ । ସିଦ୍ଧୁ ମୁସେୱାଲା ଆଫସାନା ଖାନଙ୍କ ସହ ନିଜ ଶେଷ ଗୀତ ମଧ୍ୟ ଗାଇଥିଲେ । ଯାହା ଉପରେ କୋର୍ଟ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇଛି । ସୁପରଷ୍ଟାର ସଲମାନ ଖାନଙ୍କ ପ୍ରସିଦ୍ଧ ସୋ 'ବିଗ୍ ବସ୍ 15' ରେ ଆଫସାନା ଖାନଙ୍କୁ ଦେଖିବାକୁ ମିଳିଥିଲା ।
ସୂଚନାଥାଉ ଯେ, ୨୯ ମେ'ରେ ୨୮ ବର୍ଷିୟ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଆକ୍ରମଣକାରୀ ସିଦ୍ଧୁଙ୍କ ଉପରେ ୩୦ ରାଉଣ୍ଡ ଗୁଳି ଚଳାଇଥିଲେ । ଏହି ଆକ୍ରମଣ ପଛରେ ଲରେନ୍ସ ବିଷ୍ଣୁ ଗ୍ୟାଙ୍ଗର ଘନିଷ୍ଠ ସହଯୋଗୀ ଗୋଲ୍ଡି ବରାଡ ଥିବା ନେଇ ସନ୍ଦେହ କରାଯାଉଛି । ଗୋଲଡି କାନାଡାରୁ ତାଙ୍କର ଅପରାଧିକ କାର୍ଯ୍ୟକଳାପ କରନ୍ତି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ












Click it and Unblock the Notifications