ସିଦ୍ଧୁ ମୁସେୱାଲାଙ୍କ ଘରେ ଖୁସିର ମାହୋଲ: ପୁଅ ମୃତ୍ୟୁର ୨ ବର୍ଷ ପରେ ୫୮ ବର୍ଷରେ ମା'ହେବେ ଗାୟକଙ୍କ ମାଆ
Sidhu Moose Wala Mother Pregnant: ପଞ୍ଜାବୀ ଗାୟକ ତଥା ରାପର ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପରେ ତାଙ୍କ ପିତା-ମାତା ଖୁବ ଭାଙ୍ଗି ପଡିଥିଲେ । ହେଲେ ବର୍ତ୍ତମାନ ପୁଣି ପରିବାର ମଧ୍ୟରେ ଖୁସିର ଲହରୀ ଖେଳିବା ପାଇଁ ଯାଉଛି । ଖୁବ୍ ଶୀଘ୍ର ଦିବଙ୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଘରେ ନୂଆ ଅତିଥିଙ୍କ ସ୍ୱାଗତ ହେବା ପାଇଁ ଯାଉଛି । ଆଜ୍ଞା ହଁ ୫୮ ବର୍ଷ ବୟସରେ ତାଙ୍କ ମା'ଚରଣ କୌର ପୁଣି ମାଆ ହେବା ପାଇଁ ଯାଉଛନ୍ତି ।

ତେବେ ଏହି ଖବରକୁ ନେଇ ମୁସେୱାଲାଙ୍କ ମାଆ କିମ୍ବା ବାପାଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ହେଲେ ତାଙ୍କ ଦାଦା ଚମକୌର ସିଂ ଏନେଇ ସୂଚନା ଦେଇଛନ୍ତି । ଗାୟକ ସିଦ୍ଧୁ ମୁସେୱାଲାଙ୍କ ସୂଚନା ଅନୁସାରେ, ତାଙ୍କ (ଗାୟକ ସିଦ୍ଧୁ ମୁସେୱାଲାଙ୍କ) ମାଆଙ୍କୁ ୫୮ ବର୍ଷ ବୟସ ହୋଇଥିବା ବେଳେ ମାଆଙ୍କୁ ୬୦ ବର୍ଷ ବୟସ । ଆଇବିଏଫ ଜରିଆରେ ଚରଣ କୌର ସିଂ ସନ୍ତାନ ପ୍ରସବ କରିବା ପାଇଁ ଯାଉଛନ୍ତି । ମାର୍ଚ୍ଚରେ ତାଙ୍କର ଜେଲିଭରୀ ହେବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଦିବଙ୍ଗତ ଅଭିନେତା ସିଦ୍ଧୁ ମୁସେୱାଲା ତାଙ୍କର ଏକ ମାତ୍ର ସନ୍ତାନ ଥିଲେ । ତାଙ୍କ ମୃତ୍ୟୁ ପରେ ପୁଣି ନିଜ ଦ୍ୱିତୀୟ ସନ୍ତାନଙ୍କୁ ଜନ୍ମ ଦେବା ପାଇଁ ଯାଉଛନ୍ତି ମୁସେୱାଲାଙ୍କ ମା । ୨୯ ମଇ ୨୦୨୨ରେ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଦେହାନ୍ତ ହୋଇଥିଲା । ତାଙ୍କୁ ମାନସର ଜବାହର ଗାଁରେ ଗୁଳି କରି ହତ୍ୟା କରାଯାଇଥିଲା ।
ତେବେ ଗୋଲଡି ବରାରର ଏହି ହତ୍ୟାକାଣ୍ତ ପଛରେ ହାତ ଥିବା ନେଇ ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଥିଲା । ବର୍ତ୍ତମାନ ଏହି ହତ୍ୟାକାଣ୍ତର ମୁଖ୍ୟ ଅଭିଯୁକ୍ତ ସଚିନ ବିଷ୍ଣୋଇଙ୍କ ସମେତ ଏକାଧିକ ସୁଟରଙ୍କୁ ଗିରଫ କରାଯାଇ ସାରିଲାଣି । ତେବେ ଗାୟକଙ୍କ ମୃତ୍ୟୁ ଖବର ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥିଲା । ତାଙ୍କ ଫ୍ୟାନ୍ସ ଖୁବ୍ ଭାଙ୍ଗି ପଡିଥିଲେ ।












Click it and Unblock the Notifications