ସିଦ୍ଧାର୍ଥ ଶୁକ୍ଳାଙ୍କ ପାଇଁ ଶେହେନାଜଙ୍କ ଖାସ୍ ପୋଷ୍ଟ, ଲେଖିଲେ 'ପୁଣି ଦେଖା ହେବ'

ସିଦ୍ଧାର୍ଥ ଶୁକ୍ଳାଙ୍କ ପାଇଁ ଶେହେନାଜଙ୍କ ଖାସ୍ ପୋଷ୍ଟ, ଲେଖିଲେ 'ପୁଣି ଦେଖା ହେବ'

ମୁମ୍ବାଇ: ଆଜି ଅର୍ଥାତ୍ ଡିସେମ୍ବର 12, 2022 ହେଉଛି ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଜନ୍ମଦିନ । ଆଜି ୪୨ ବର୍ଷରେ ପାଦ ଦେଇଥାନ୍ତେ ଦିବଙ୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଲା । ହେଲେ ୨୦୨୧ ମସିହାରେ ଅଭିନେତାଙ୍କର ଦେହାନ୍ତ ହୋଇଥିଲା । ଆଜି ନିଜ ପ୍ରୟର ମଣିଷଙ୍କ ଜନ୍ମ ଦିନକୁ ବେଶ୍ ସୁନ୍ଦର ଭାବରେ ସେଲିବ୍ରେଟ୍ କରିଛନ୍ତି ଶେହେନାଜ । ସେ ଗତକାଲି ରାତିରେ ସିଦ୍ଧାର୍ଥଙ୍କ ଜନ୍ମଦିନ ପାଳନ କରିଥିଲେ ଏବଂ ସୋସିଆଲ ମିଡିଆରେ ଏକ ଇମୋସନାଲ ପୋଷ୍ଟ ସେୟାର କରିଛନ୍ତି ।

ସିଦ୍ଧାର୍ଥ ଶୁକ୍ଲାଙ୍କ ଜନ୍ମଦିନରେ ଶେହେନାଜ ଗିଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଅଭିନେତାଙ୍କ କିଛି ଖାସ ଫଟୋ ସେୟାର କରିଛନ୍ତି, ସେ କ୍ୟାପସନରେ ଲେଖିଛନ୍ତି, 'ଆଇ୍ ୱିଲ୍ ସିୟୁ ଏଗେନ୍... 12.12' । ଶେହେନାଜଙ୍କ ଏହି ପୋଷ୍ଟ ଦେଖି 'ସିଡନାଜ୍' ଫ୍ୟାନ୍ସ କମେଣ୍ଟଓ ଲାଇକ୍ ସହ ସେୟାର କରିବା ମଧ୍ୟ ଆରମ୍ଭ କରିଛନ୍ତି । ଶେହେନାଜ ଗିଲ୍ ସିଦ୍ଧାର୍ଥଙ୍କ ପାଇଁ କେକ୍ ମଧ୍ୟ କାଟିଛନ୍ତି ଏହା ସହ କିଛି ଅନସିନ୍ ଫଟୋ ମଧ୍ୟ ସେୟାର କରିଛନ୍ତି ।

Sidharth Shukla Birth Anniversary

ଶେହେନାଜ୍ ଏବଂ ସିଦ୍ଧାର୍ଥ 'ବିଗ୍ ବସ୍ ୧୩'ରେ ପ୍ରଥମ ଥର ଦେଖା ହୋଇଥିଲେ । ଜଣେ ଟ୍ୟାଲେଣ୍ଟେଡ୍ ଅଭିନେତା ହୋଇଥିବା ବେଳେ ଆଉ ଜଣେ ପଞ୍ଜାବର ଚୁଲବୁଲି ଅଭିନେତ୍ରୀ, ଉଭୟଙ୍କ ଯୋଡି ଦର୍ଶକଙ୍କ ମନ ଜିଣିଥିଲା । ବେଶ୍ ଲୋକପ୍ରିୟତା ହାସଲ କରିଥିଲା । ରିପୋର୍ଟ ଅନୁସାରେ, ଶୋ' ପରେ ଉଭୟ ପରସ୍ପରକୁ ଡେଟ୍ କରୁଥିଲେ । ହେଲେ 2 ସେପ୍ଟେମ୍ବର 2021ରେ ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଶେହେନାଜ ଭାଙ୍ଗି ପଡିଥିଲେ । ଖୁବ୍ ଏକା ହୋଇଯାଇଥିଲେ । ହେଲେ ମାୟାନଗରୀ ଯାଦୁ ପୁଣି ତାଙ୍କୁ ବଞ୍ଚିବା ଶିଖାଇଥିଲା, ବିଟାଉନ୍ ଚାକଚମକ ଗଳିରେ ଏକା ଚାଲିବା ଶିଖାଇଥିଲା । ହେଲେ ଲାଗୁଛି ଶେହେନାଜ ସବୁ ଦିନ ପାଇଁ ସିଦ୍ଧାର୍ଥଙ୍କୁ ନିଜ ସାଥିରେ ନେଇ ଚାଲିବାର ପ୍ରତିଜ୍ଞା ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+