'ଇଣ୍ତିଆନ୍ ପୋଲିସ ଫୋର୍ସର' ଦମଦାର ଟିଜର୍ ରିଲିଜ୍, ଦେଖନ୍ତୁ ସିଦ୍ଧାର୍ଥଙ୍କର ଆକ୍ସନ ଅବରାତ
Indian Police Force Teaser: ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ତାଙ୍କର ଆଗାମୀ ୱେବ୍ ସିରିଜ୍ 'ଇଣ୍ଡିଆନ୍ ପୋଲିସ୍ ଫୋର୍ସ' ପାଇଁ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଦମଦାର ଆକ୍ସନରେ ଭରପୁର ଏହି ସିରିଜ୍ ଖୁବ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ପ୍ରାଇମ ଆମାଜନରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ସିରିଜ ରିଲିଜକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ୱେବ୍ ସିରିଜରୁ ଅଭିନେତାମାନଙ୍କ ଲୁକ୍ ରିଲିଜ୍ ହେବାପରେ ବର୍ତ୍ତମାନ ଟିଜର୍ ମୁକ୍ତିଲାଭ କରିଛି । ଯାହା ଆଜି ବେଶ୍ ଚର୍ଚ୍ଚାରେ ରହିଛି ।
ଆଜି ଅର୍ଥାତ୍ 16 ଡିସେମ୍ବର 2023 ରେ, 'ଇଣ୍ଡିଆନ୍ ପୋଲିସ୍ ଫୋର୍ସ'ର ଟିଜର୍ ରିଲିଜ୍ ହୋଇଯାଇଛି । ଏହାର ଟିଜର ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଦେଇଛି ଏବଂ ଫ୍ୟାନ୍ସଙ୍କର ବେଶ୍ ଭଲ ରେସପନ୍ସ ମଧ୍ୟ ମିଳୁଛି । ଟିଜର ରିଲିଜ ହେବା ମାତ୍ରେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ପ୍ରଶଂସକମାନେ ଖୁବ୍ ସୁନ୍ଦର ସୁନ୍ଦର କମେଣ୍ଟ ଏବଂ ଲକ୍ଷ ଲକ୍ଷ ଲାଇକ୍ସର ବର୍ଷା କରୁଛନ୍ତି । ଏହି ୱେବ୍ ସିରିଜର ନିର୍ଦ୍ଦେଶକ ହେଉଛନ୍ତି ରୋହିତ ଶେଟ୍ଟୀ । ଏହି ୱେବ୍ ସିରିଜରେ ସିଦ୍ଧାର୍ଥ ମଲହୋତ୍ରା, ଶିଳ୍ପା ଶେଟ୍ଟୀ ଏବଂ ବିବେକ ଓବରୋଇଙ୍କୁ ଆକ୍ସନ୍ ଅବତାରରେ ଦେଖିବାକୁ ମିଳୁଛି ।
ସିଦ୍ଧାର୍ଥ ମଲହୋତ୍ରା, ଶିଳ୍ପା ଶେଟ୍ଟୀ ଏବଂ ବିବେକ ଓବରୋଇ 'ଇଣ୍ଡିଆନ୍ ପୋଲିସ୍ ଫୋର୍ସ'ରେ ପୋଲିସ ୟୁନିଫର୍ମରେ ନଜର ଆସୁଛନ୍ତି, ଯେଉଁମାନେ ଦେଶକୁ ଶତ୍ରୁମାନଙ୍କ କବଳରୁ ବଞ୍ଚାଇବା ପାଇଁ କଠିନ୍ ପରିଶ୍ରମ କରୁଛନ୍ତି । ଟିଜର ଆରମ୍ଭରୁ ଦେଖିବା ପାଇଁ ମିଳୁଛି ଯେ, ସହରରେ ବୋମା ବିସ୍ଫୋରଣ ଘଟିଛି ଯେଉଁଥିରେ ଅନେକ ନିରୀହ ଲୋକ ପ୍ରାଣ ହରାଇଛନ୍ତି। ସିଦ୍ଧାର୍ଥ ମାଲହୋତ୍ରା ଆତଙ୍କବାଦୀଙ୍କ ଉଦ୍ଦେଶ୍ୟକୁ ରୋକିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ସହ ଏହି ମିଶନରେ ମିଶିଛନ୍ତି ଶିଳ୍ପା ଶେଟ୍ଟୀ ଏବଂ ବିବେକ ଓବରୋଇ ।

ଏହି ୱେବ୍ ସିରିଜ୍ ଜାନୁଆରୀ 19, 2024 ରେ ମୁକ୍ତିଲାଭ କରିବ। ସିଦ୍ଧାର୍ଥ ମଲହୋତ୍ରା ଏହି ୱେବ୍ ସିରିଜର ଟିଜରକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିବା ସହ ସେ କ୍ୟାପସନରେ ଲେଖିଛନ୍ତି, ମୋର ପ୍ରଥମ ଆକ୍ସନ୍-ପ୍ୟାକ୍ ସୋ "ଇଣ୍ଡିଆନ୍ ପୋଲିସ୍ ଫୋର୍ସ" ଆଶା କରୁଛି ଆପଣଙ୍କୁ ଏହା ପସନ୍ଦ ଆସିବ, ଏହି ୱେବ୍ ସିରିଜ୍ ଜାନୁଆରୀ 19, 2023 ରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ ।












Click it and Unblock the Notifications