Get Updates
Get notified of breaking news, exclusive insights, and must-see stories!

କିଆରା-ସିଦ୍ଧାର୍ଥ ବିବାହ:ଡିଜାଇନର୍ ମନିଷ ମଲହୋତ୍ରାଙ୍କ ଲେହେଙ୍ଗା ପିନ୍ଧିବେ ଅଭିନେତ୍ରୀ

ଫେବୃଆରୀ ୬,୨୦୨୩ରେ ସିଦ୍ଧାର୍ଥ -କିଆରା ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି । ଏହାରି ମଧ୍ୟରେ ଏପରି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦେଖି ଦର୍ଶକ ଅନୁମାନ କରୁଛନ୍ତି ଯେ, ଉଭୟ ଖୁବ୍ ଶୀଘ୍ର ଖୁସି ଖବର ଦେଇ ପାରନ୍ତି ।

 Sidharth Malhotra-Kiara Advani Wedding

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଓ ଲୋକପ୍ରିୟ ଦମ୍ପତି ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ପ୍ରେମକୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଲାଗିରହିଛି । ଫିଲ୍ମ ଶେରଶାହା ପରେ ଏହି ଦମ୍ପତ୍ତିଙ୍କୁ ଅନେକ ସ୍ଥାନରେ ଅନେକ ସମୟରେ ଏକାଠି ଦେଖିବା ପାଇଁ ମିଳିଥାଏ । ଗତ କିଛି ଦିନ ହେବ ଏହି ଷ୍ଟାର୍ କପଲଙ୍କର ବିବାହ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଖବର ଅନୁସାରେ, ଫେବୃଆରୀ ୬,୨୦୨୩ରେ ସିଦ୍ଧାର୍ଥ -କିଆରା ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି । ଏହାରି ମଧ୍ୟରେ ଏପରି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦେଖି ଦର୍ଶକ ଅନୁମାନ କରୁଛନ୍ତି ଯେ, ଉଭୟ ଖୁବ୍ ଶୀଘ୍ର ଖୁସି ଖବର ଦେଇ ପାରନ୍ତି ।

ସିଦ୍ଧାର୍ଥ କିଆରାଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି
ଫିଲ୍ମ ଶେରଶାହାରେ କିଆରା ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କର କେମେଷ୍ଟ୍ରି ଦର୍ଶକଙ୍କର ମନ ଜିଣିଥିଲା । ଯଦି ଏହି ଯୋଡି ରିୟଲ ଲାଇଫରେ ବିବାହ କରନ୍ତି ତେବେ ଉଭୟଙ୍କ ଫ୍ୟାନ୍ସ ବେଶ୍ ଖୁସି ହେବେ । ସୂଚନା ଅନୁସାରେ, ଏହି ଦମ୍ପତି ଫେବୃଆରୀ ୬ତାରିଖରେ ରାଜସ୍ଥାନରେ ବିବାହ କରିପାରନ୍ତି । ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ସହ କିଆରା ଆଡଭାନୀଙ୍କ ଏକ ଭିଡିଓ ଭାଇରଲା ହେଉଛି ଏହା ବ୍ୟତୀତ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଦିଲ୍ଲୀରେ ଦେଖିବାକୁ ମିଳିଥିଲା ।

ମନୀଷ ମଲହୋତ୍ରାଙ୍କ ଲେହେଙ୍ଗା ପିନ୍ଧିବେ କିଆରା

ବିଳମ୍ବିତ ରାତିରେ କିଆରା ଆଡଭାନୀ ଏବଂ ଡିଜାଇନର୍ ମନୀଷ ମଲହୋତ୍ରାଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା । ଉଭୟଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିବା ପରେ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ଅଭିନେତ୍ରୀ, ନିଜ ବିବାହ ଲେହେଙ୍ଗା ତିଆରି କରିବା ଆରମ୍ଭ କରିଦେଇଛନ୍ତି । ଖବର ଏହା ମଧ୍ୟ ରହିଛି ଯେ, ଅଭିନେତ୍ରୀ ନାଲି ରଙ୍ଗର ଲେହେଙ୍ଗା ବିବାହରେ ପନ୍ଧିପାରନ୍ତି ।

ଦିଲ୍ଲୀରେ ପହଁଚିଲେ ସିଦ୍ଧାର୍ଥ
ଅନ୍ୟପକ୍ଷରେ ବିବାହ ପ୍ରସ୍ତୁତି ମଧ୍ୟରେ ସିଦ୍ଧାର୍ଥ ମଲହୋତ୍ରା ନିଜ ସହର ଦିଲ୍ଲୀରେ ପହଞ୍ଚିଛନ୍ତି । ଯାହା ପରେ ଚର୍ଚ୍ଚା ହେଉଛି ଯେ, ଅଭିନେତା ତାଙ୍କ ପରିବାର ସଦସ୍ୟଙ୍କ ସହ ବିବାହ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ଆଗାମୀ ଦିନରେ ଏହା ସ୍ପଷ୍ଟ ହେବ ଯେ ଏହି ଖବର ପଛରେ କେତେ ସତ୍ୟତା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+