Sidharth -Kiara Wedding: କିଆରା-ସିଦ୍ଧାର୍ଥଙ୍କ ବିବାହରେ ନଜର ଆସିବେ ଏହି ସେଲିବ୍ରିଟି
କିଆରା-ସିଦ୍ଧାର୍ଥଙ୍କ ବିବାହକୁ ନେଇ ଅନେକ ଅପଡେଟ୍ ଏବେ ସାମ୍ନାକୁ ଆସୁଛି । ରିପୋର୍ଟ ଅନୁସାରେ, ଏହି ବିବାହରେ ବଲିଉଡର କଳାକାରଙ୍କଠୁ ଆରମ୍ଭ କରି ସାଉଥ ସେଲିବ୍ରେଟମାନଙ୍କୁ ମଧ୍ୟ ଦେଖିବା ପାଇଁ ମିଳିବ ।

କିଆରା-ସିଦ୍ଧାର୍ଥଙ୍କ ବିବାହରେ ନଜର ଆସିବେ ଏହି ଷ୍ଟାର
ବି-ଟାଉନର ଏହି ଷ୍ଟାର ଦମ୍ପତି ଖୁବ୍ ଲୋକଙ୍କୁ ନିମନ୍ତ୍ରଣ କରିଛନ୍ତି । ରିପୋର୍ଟ ଅନୁଯାୟୀ, ତାଙ୍କ ପରିବାର ବ୍ୟତୀତ ଇଣ୍ଡଷ୍ଟ୍ରିର ଅନେକ ବନ୍ଧୁ ମଧ୍ୟ ଏହି ବିବାହ ଉତ୍ସବରେ ଯୋଗଦେବେ। କିଆରାଙ୍କର ଆଗାମୀ ଫିଲ୍ମର ସହ-କଳାକର ରାମ ଚରଣ, ଏବଂ 'କବୀର ସିଂ' ସହ-କଳାକାର ସାହିଦ କପୁର ଏବଂ ତାଙ୍କ ପତ୍ନୀ ମୀରା ରାଜପୁତ ବିବାହର ସମସ୍ତ ଫଙ୍ଗସନରେ ଯୋଗ ଦେବେ ।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ,'ସିଡ୍ ଏବଂ କିଆରାଙ୍କ ବିବାହରେ କିଛି ଫିଲ୍ମ ନିର୍ଦ୍ଦେଶକ ଏବଂ ନିର୍ମାତା ମଧ୍ୟ ନଜର ଆସିବେ । ତେବେ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇଥିବା ନାମଗୁଡିକ ହେଲା କରଣ ଜୋହର, ଅଶ୍ୱିନୀ ୟର୍ଡି, ବରୁଣ ଧୱନ, ବିକି କୌଶଲ, କ୍ୟାଟ୍ରିନା କୈଫ, ରକୁଲ ପ୍ରୀତ ଏବଂ ଜ୍ୟାକି ଭାଗ୍ନାନୀ ଏବଂ ଅନ୍ୟମାନଙ୍କୁ ନିମନ୍ତ୍ରଣ କରିବାର ଯୋଜନା କରାଯାଇଛି ।
ସିଦ୍ଧାର୍ଥ-କିଆରାଙ୍କ ବିବାହ
ଦୀର୍ଘ ବର୍ଷ ଧରି ପରଷ୍ପରକୁ ଡେଟ୍ କରିବା ପରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ବିବାହ କରିବା ପାଇଁ ଯାଉଛନ୍ତି । ବିବାହ ପୂର୍ବରୁ ସଂଗୀତ, ମେହେନ୍ଦୀ ଏବଂ ହଲଦି ଫଙ୍ଗସନ୍ କରାଯିବାର ଯୋଜନା ରହିଛି । ଫେବୃଆରୀ ୬ରେ ଏହି ଦମ୍ପତି ରାଜସ୍ଥାନର ଜେସଲମୈରରେ ବିବାହ ବନ୍ଧନରେ ବାନ୍ଧି ହେବେ । ସୂଚନା ଅନୁସାରେ, ସିଦ୍ଧାର୍ଥ ଏବଂ କିଆରାଙ୍କର ଦୁଇଟି ରିସେପ୍ସନ୍ ପାର୍ଟିର ଆୟୋଜନ କରାଯିବ । ଗୋଟିଏ ମୁମ୍ବାଇରେ ବି-ଟାଉନ ସେଲିବ୍ରିଟିଙ୍କ ପାଇଁ ଏବଂ ଅନ୍ୟଟି ଦିଲ୍ଲୀରେ ପରିବାର ସଦସ୍ୟଙ୍କ ପାଇଁ ପାର୍ଟିର ଆୟୋଜନ କରାଯିବ ।












Click it and Unblock the Notifications