ସାତ ଜନ୍ମର ସାଥୀ ହେଲେ କିଆରା-ସିଦ୍ଧାର୍ଥ, ପଡିଲା ହାତଗଣ୍ଠି
ଆଜି ସାତ ଜନ୍ମର ସାଥୀ ସାଜିଲେ କିଆରା-ସିଦ୍ଧାର୍ଥ । ଏବେ କେବଳ ଅପେକ୍ଷା ଉଭୟଙ୍କ ବିବାହର ଫଟୋକୁ ।

ବଲିଉଡର ଏହି ଦୁଇ ଷ୍ଟାରଙ୍କ ବିବାହରେ ଯୋଗ ଦେବା ପାଇଁ ଅନେକ ସେଲିବ୍ରିଟି ମଧ୍ୟ ବିବାହ ମଣ୍ତପରେ ଉପସ୍ଥିତ ଅଛନ୍ତି । ତେବେ ସୂଚନା ଅନୁସାରେ ଦିନ ୨ ଟାରୁ ବିବାହର ରୀତି ଆରମ୍ଭ ହୋଇଯାଇଥିଲା ଏବଂ ପ୍ରାୟ ଅପରାହ୍ନ ୪.୩୦ ସୁଦ୍ଧା ଉଭୟଙ୍କ ବିବାହ ଶେଷ ହୋଇସାରିଛି । ରାଜସ୍ଥାନୀ ଲୋକଗୀତରେ ଆରମ୍ଭ ହୋଇଥିଲା କିଆରା-ସିଦ୍ଧାର୍ଥଙ୍କ ବିବାହ ।
ତେବେ କିଆରା-ସିଦ୍ଧାର୍ଥଙ୍କ ବିବାହରେ ଅଭିନେତ୍ରୀ ଜୁହି ଚାୱାଲା ମଧ୍ୟ ଯୋଗ ଦେଇଛନ୍ତି । ନିଜ ସୋସିଆଲ ମିଡିଆରେ ସେ ଏକ ଖାଇବା ପ୍ଲେଟର ଫଟୋ ସେୟାର କରିଛନ୍ତି । ଯାହା ଆଜି ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ରିପୋର୍ଟ ଅନୁସାରେ, ଗତକାଲି ସଙ୍ଗୀତ ଉତ୍ସବରେ ଅଭିନେତା ସିଦ୍ଧାର୍ଥଙ୍କ ପିତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା ।












Click it and Unblock the Notifications