Get Updates
Get notified of breaking news, exclusive insights, and must-see stories!

ପୁଣି ବଡ ପରଦାରେ ଦେଖିବା ପାଇଁ ମିଳିବ ସିଦ୍ଧାର୍ଥ-କିଆରାଙ୍କ ରୋମାନ୍ସ !

Bollywood News :Sidharth Malhotra and Kiara Advani Were Spotted Together At Karan Johar's Officeପୁଣି ବଡ ପରଦାରେ ଦେଖିବା ପାଇଁ ମିଳିବ ସିଦ୍ଧାର୍ଥ-କିଆରାଙ୍କ ରୋମାନ୍ସ !

ମୁମ୍ବାଇ: ପୁଣି ଏକାଠି ନଜର ଆସି ପାରନ୍ତି ସିଦ୍ଧାର୍ଥ-କିଆରା । ଫିଲ୍ମ ଶେରଶାହରେ ଏହି ଯୋଡିର କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଉଭୟଙ୍କ ରୋମାନ୍ସ ଜିଣିଥିଲା ଦର୍ଶକଙ୍କ ମନ । କେବଳ ରିଲ୍ ନୁହେଁ ରିୟଲରେ ମଧ୍ୟ ଏହି ଯୋଡିକୁ ଚର୍ଚ୍ଚା ଲାଗି ରହିଛି । ଏହି ଷ୍ଟାର କପଲଙ୍କୁ ଫ୍ୟାନ୍ସଙ୍କର ଖୁବ୍ ଭଲପାଇବା ମଧ୍ୟ ମିଳୁଛି । ଏବେ ବଲିଉଡ୍‌ର ମୋଷ୍ଟ ଆଡରେବଲ୍‌ କପଲ୍‌ ଲିଷ୍ଟରେ ଏହି ଦୁଇ ଜଣଙ୍କ ନାଁ ମଧ୍ୟ ସାମିଲ ହୋଇଛି ନିକଟରେ ସିଦ୍ଧାର୍ଥ କଥା କଥାରେ କଫି ୱିଥ୍ କରନରେ ନିଜ ସମ୍ପର୍କ ବିଷୟରେ ହିଣ୍ଟସ୍ ଦେଇଥିଲେ । ଯାହା ଏମାନଙ୍କ ବ୍ରେକ୍ ଅପ୍ ଖବର ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିଲା । ଉଭୟଙ୍କୁ ଅମେକ ସମୟରେ ଏକାଠି ଦେଖିବା ପାଇଁ ମିଳେ ।

KIARA ADVANI

ତେବେ ଶେରଶାହର ସଫଳତା ପରେ ଖୁବ୍‌ଶୀଘ୍ର ସିଦ୍ଧାର୍ଥ-କିଆରାଙ୍କୁ ପୁଣି ଏକାଠି ଦେଖିବାକୁ ମିଳିପାରେ । ନିକଟରେ କିଆରା-ସିଦ୍ଧାର୍ଥଙ୍କୁ ଏକାଠି କରନ ଜୋହରଙ୍କ ଅଫିସ ବାହାରେ ସ୍ପଟ୍ କରାଯାଇଥିଲା । ସୂଚନା ଏହା ମଧ୍ୟ ରହିଛି ଯେ ନିଜ ଆଗାମି ଫିଲ୍ମରେ ସିଦ୍ଧାର୍ଥ କିଆରାଙ୍କ ନାଁ ସଜେଷ୍ଟ କରିଛନ୍ତି ବୋଲି । ଏବେ ସମୟ ହିଁ କହିବ ଏହା କେବଳ ଏକ ଗୁଜବ ନାଁ ଏହି ଖବର ପଛରେ କିଛି ସତ୍ୟତା ରହିଛି । ହେଲେ ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବା ପରେ ଫ୍ୟାନ୍ସଙ୍କର ଉତ୍ସାହ ବଢିଯାଇଛି । ଅନେକ ଉଭୟଙ୍କୁ ପୁଣି ଏକାଠି ବଡ ପରଦାରେ ଦେଖିବା ପାଇଁ ଡିମାଣ୍ତ କରିବା ଆରମ୍ଭ କରିଦେଇଛନ୍ତି ।

ss
S
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+