Sidharth-Kiara Marriage: ପେବୃଆରୀରେ ବିବାହ ବନ୍ଧନରେ ବାନ୍ଧି ହେବେ କିଆରା-ସିଦ୍ଧାର୍ଥ
ଏହି ତାରିଖରେ ବିବାହ କରିବେ କିଆରା-ସିଦ୍ଧାର୍ଥ, ଦୁଇ ଷ୍ଟାରଙ୍କୁ ନେଇ ପୁଣି ଏକ ନୂଆ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ, ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ ଫେବୃଆରୀରେ ଏହି ଷ୍ଟାର କପଲ ବିବାହ କରିବାକୁ ଯାଉଛି ।
ମୁମ୍ବାଇ: ବଲିଉଡର ରୁମର୍ଡ କପଲ ସିଦ୍ଧାର୍ଥ-କିଆରା । ଦୁଇ ଷ୍ଟାରଙ୍କୁ ନେଇ ପୁଣି ଏକ ନୂଆ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ, ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ ଫେବୃଆରୀରେ ଏହି ଷ୍ଟାର କପଲ ବିବାହ କରିବାକୁ ଯାଉଛି । ଏହି ବିବାହ ରାଜସ୍ଥାନରେ ହେବା ପାଇଁ ଯାଉଛି, ଯେଉଁଥିରେ କିଛି ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ହିଁ ସାମିଲ ହେବେ । ହେଲେ ଏହି ଖବରକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ କଳାକାରଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ ବା କିଛି ଅଫିସିଆଲ୍ ଅନାଉନ୍ସମେଣ୍ଟ କରାଯାଇ ନାହିଁ । କିନ୍ତୁ ନିକଟରେ ଉଭୟଙ୍କୁ ଏକାଠି ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଘର ବାହାରେ ଦେଖିବାକୁ ମିଳିଥିଲା । ଯାହା ପରେ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋରଧରିଛି ।
ଦମ୍ପତିଙ୍କ ବିବାହ ତାରିଖକୁ ନେଇ ଚର୍ଚ୍ଚା
କିଛି ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଫେବୃଆରୀ ୬ରେ ବିବାହ କରିବାକୁ ଯାଉଛନ୍ତି ସେହିପରି ୪ ଏବଂ ୫ ତାରିଖରେ ଅନ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ପାରେ । ଫେବୃଆରୀ ୬ରେ ଜେସେଲମୈର୍ ପ୍ୟାଲେସ ହୋଟେଲରେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ସାଜିବେ । ଏହି ଷ୍ଟାରଙ୍କ ବିବାହ ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

ଏହି ଚଳଚ୍ଚିତ୍ର ପରେ ଉଭୟଙ୍କ ପ୍ରେମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା
ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଫିଲ୍ମ 'ଶେର୍ ଶାହା'ରେ ଏକାଠି ସ୍କ୍ରିନ୍ ସେୟାର କରିଥିଲେ । ଯାହା ପରେ ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋରଧରିଥିଲା । ଏହି ଚଳଚ୍ଚିତ୍ରରେ ଉଭୟଙ୍କ ଅଭିନୟ ସହିତ ପ୍ରଶଂସକମାନଙ୍କ ମନ ଜଣିଥିଲା ଲବ୍ କେମେଷ୍ଟ୍ରି । ଏହି ଫିଲ୍ମ ପରେ ଉଭୟ ସିଦ୍ଧାର୍ଥ ଏବଂ କିଆରାଙ୍କୁ ଏକାଠି ଅନେକ ସ୍ଥାନରେ ଦେଖିବା ପାଇଁ ମିଳିଥିଲା ।












Click it and Unblock the Notifications