ବନ୍ଧୁତା ଠାରୁ ଟିକେ ଅଧିକ ଖାସ୍ ସିଦ୍ଧାର୍ଥ - କିଆରା ଆଡଭାନୀଙ୍କ ସମ୍ପର୍କ
Koffee With Karan 7: ବନ୍ଧୁତା ଠାରୁ ଟିକେ ଅଧିକ ଖାସ୍ ସିଦ୍ଧାର୍ଥ-କିଆରାଙ୍କ ସମ୍ପର୍କ
ମୁମ୍ବାଇୟ: କିଛିଦିନ ହେଲା କିଆରା ଅଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଆଫେୟାର୍ସ ଖବର ଚର୍ଚ୍ଚାରେ ରହିଛି । ଉଭୟଙ୍କୁ ଏକାଠି ଅନେକ ଥର ଦେଖିବା ପାଇଁ ମଧ୍ୟ ମିଳିଥାଏ । କିଆରା ଓ ସିଦ୍ଧାର୍ଥଙ୍କ ଯୋଡ଼ିକୁ ଦର୍ଶକଙ୍କର ବେଶ୍ ଭଲ ପାଇବା ମଧ୍ୟ ମିଳେ ହେଲେ କେବେ ନିଜ ସମ୍ପର୍କକୁ ନେଇ ମୁହଁଖୋଲି ନାହଁନ୍ତି ଏହି ଯୋଡ଼ି । ହେଲେ ନିକଟରେ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ ନିଜ ସମ୍ପର୍କକୁ କନ୍ଫର୍ମ କରିଛନ୍ତି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ନିକଟରେ କରନ ଜୋହରଙ୍କ ଚାଟ୍ ଶୋ' କଫି ଓ୍ଵିଥ୍ କରନ୍ ୭ରେ ପହଞ୍ଚିଥିଲେ ଭିକ୍କି କୌଶଲ ଓ ସିଦ୍ଧାର୍ଥ ମଲହୋତ୍ରା । ଯେଉଁଠି କରନ ସିଦ୍ଧାର୍ଥଙ୍କୁ କିଆରା ଆଡଭାନୀଙ୍କ ଏକ ଭିଡିଓ ଦେଖାଇଥିଲେ । ଯେଉଁଥିରେ କିଆରା ଆଡଭାନୀ ଶାହିଦ କପୁରଙ୍କ ସହ ନଜର ଆସୁଛନ୍ତି । ଭିଡିଓରେ କରନ ସିଦ୍ଧାର୍ଥଙ୍କ ବିଷୟରେ କିଆରାଙ୍କୁ ପ୍ରଶ୍ନ କରୁଛନ୍ତି । କରନ କିଆରାଙ୍କୁ ପଚାରୁଛନ୍ତି ଯେ ତୁମର ସିଦ୍ଧାର୍ଥଙ୍କ ସହ ସମ୍ପର୍କ ପ୍ରୀତିଙ୍କର କବୀର ସିଂହଙ୍କ ସହ ହିଂସ୍ରକ ସମ୍ପର୍କ ଠାରୁ ଅଲଗା କି ? ଏ ନେଇ କିଆରା ଅଳ୍ପ ହସି କହୁଛନ୍ତି- କରନ ତୁମେ ଜାଣି ଶୁଣି ମୋ ମୁହଁରୁ ଜବାବ ବାହାର କରିବା ପାଇଁ ଚେଷ୍ଟା କରୁଛ । କିଆରା ଏହା ମଧ୍ୟ କହିଥିଲେ ଯେ ମୁଁ ସମ୍ପର୍କରେ ନାହିଁ ବୋଲି କହୁନି କି ଅଛି ବୋଲି ବି କହୁନି । ହେଲେ ଶେଷରେ କିଆରା କହିଥିଲେ ଯେ ସିଦ୍ଧାର୍ଥ ମୋର ଘନିଷ୍ଠ ବନ୍ଧୁ ଠାରୁ ଟିକେ ଅଧିକ ।
HIM RECREATING THIS ICONIC MOMENT ADDED 5 YEARS TO MY LIFE AHSHSHSJ 😭🧿 #KoffeeWithKaran #VickyKaushal pic.twitter.com/kALhQ9m2X0
— 🌌 (@aestheticallyFM) August 16, 2022
ସେହିପରି ନିଜ ବିବାହ ବିଷୟରେ କିଛି ବି କହିବା ପାଇଁ ମନା କରିଦେଇଥିଲେ କିଆରା । ସେହିପରି ସିଦ୍ଧାର୍ଥଙ୍କୁ ମଧ୍ୟ କରନ ବିବାହ ବିଷୟରେ ପଚାରିଥିଲେ ଯାହା ଉତ୍ତର ଶୁଣି ଭିକ୍କ କୌଶଲ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିସେ । ସିଦ୍ଧାର୍ଥ କହିଥିଲେ ଆପଣ ତ ପ୍ରସ୍ତୁତ ହୋଇଗଲେ । ଏବେ ଆମକୁ ବି ପ୍ରସ୍ତୁତ ହେବାକୁ ଦିଅନ୍ତୁ । ସିଦ୍ଧାର୍ଥଙ୍କର ଏହି ଉତ୍ତରକୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।












Click it and Unblock the Notifications